ବୈଷୟିକ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହେବ: ମନ୍ତ୍ରୀ

32

ବିପିୟୁଟି ଛାତ୍ର ସଂଘର ବାର୍ଷିକ ଉତ୍ସବ ‘ଆଲିଗ୍ରେଟୋ’
ଭୁବନେଶ୍ୱର,(ବୁ୍ୟରୋ): ଉକ୍ରଳ ମଣ୍ଡପରେ ବିପିୟୁଟି ଛାତ୍ର ସଂଘର ୮ମ ବାର୍ଷିକ ଉତ୍ସବ ଆଲିଗ୍ରେଟୋ ୨୦୧୫ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୈଷୟିକ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଦାସବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ବର୍ତ୍ତମାନ ଓଡିଶା ବୈଷୟିକ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହେବାକୁଯାଉଛି । ୬୦ ଦଶକରେ ଓଡିଶାରେ ମାତ୍ର ୩ଟି ଇଞ୍ଜିନିୟରିଂ କଲେଜ ଥିବା ବେଳେ ବର୍ତ୍ତମାନ ଏବେ ୧୦୦ରୁ ଉଦ୍ଧ୍ୱର୍ କଲେଜ ଏଠାରେ ଖୋଲିପାରିଛି । ଓଡିଶାରେ ବିଭିନ୍ନ ବିଷୟରେ ୧୪ଟି ବିଭିନ୍ନ ବିଶ୍ୱବିଦ୍ୟାଳୟ ରହିଛି । କେବଳ ରାଜ୍ୟର ବୃହତ ମାନବ ସମ୍ବଳର ସଠିକ୍ ବିନିଯୋଗ ହୋଇପାରିଲେ ଦେଶର ସମୃଦ୍ଧି ହୋଇପାରିବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି । ସେ ଆହୁରି କହିଲେ, ବିପିୟୁଟି ଶିକ୍ଷା ବ୍ୟବସ୍ଥାରେ ବର୍ତ୍ତମାନ ଅନେକ ପରିବର୍ତ୍ତନ ହୋଇଛି । ଛାତ୍ରଛାତ୍ରୀଙ୍କ ଦୀର୍ଘ ଦିନର ସମସ୍ୟା ସମାଧାନ ପାଇଁ ନିରନ୍ତର ଉଦ୍ୟମ ଚାଲିଛି । କେନ୍ଦ୍ର ସରକାରଙ୍କ ପାତର ଅନ୍ତର ନୀତି ବିରୋଧରେ ସେ କହିଲେ, ମେକ ଇନ୍ ଇଣ୍ଡିଆ ଯୋଜନାରେ କେନ୍ଦ୍ର ସରକାର ଇଣ୍ଡଷ୍ଟ୍ରିଆଲ୍ କରିଡରରେ ମାଡ୍ରାସ ଠାରୁ ବିଜୟନଗର ଏବଂ ଅମୃତସର ଠାରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳ ସାମିଲ କରିଥିବା ବେଳେ ଓଡିଶାର ୪୮୦ କିଲୋମିଟର ବିସ୍ତୃତ ବେଳାଭୂମିକୁ ଏଥିରେ ସାମିଲ ନକରିବା ନିଶ୍ଚିତ ଦୁଃଖଦାୟକ ବୋଲି ସେ କହିଛନ୍ତି । ମାତ୍ର ରାଜ୍ୟର ଦାବି ହାସଲ ହାସଲ ପାଇଁ ଆମକୁ ସଂଘର୍ଷ କରିବାକୁ ପଡିବ । ଆମେ ସମସ୍ତେ ଏକ ହୋଇ ଲଢିଲେ ସବୁ ସମସ୍ୟାର ସମଧାନ ହେବା ସହ ଏକ ସମୃଦ୍ଧ ଓଡିଶା ଗଠନ ହୋଇପାରିବ ବୋଲି ସେ ଆଶାପ୍ରକଟ କରିଛନ୍ତି । ସଂଘର ଉପଦେଷ୍ଟା ପାର୍ଥସାରର୍ଥୀ ମୁଦୁଲିଙ୍କ ସଭାପତିତ୍ୱରେ ଆାୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିପିୟୁଟି କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ଯୋଗଦେଇ କହିଲେ ଛାତ୍ରଛାତ୍ରୀଙ୍କ ଅନେକ ସମସ୍ୟା ସମାଧାନ ପାଇଁ ବିପିୟୁଟି ଅନେକ ପଦକ୍ଷେପ ନେଇଛି । ଠିକ୍ ସମୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଏବଂ ଫଳ ପ୍ରକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସାର୍ଟିଫିକେଟ୍ ପାଇଁ ଆଉ ହଇରାଣ ହେବାକୁ ପଡିବନି । ଆସନ୍ତା ଡିସେମ୍ବର ମାସରେ ତାଙ୍କ ପ୍ରଭିଜନାଲ ସାର୍ଟିଫିକେଟ୍ ନେଟ୍ରୁ ଡାନ୍ଲୋଡ୍ କରିବା ସହ ନିଜ ଖାତାର ନକଲ ମଧ୍ୟ ବିଭାଗୀୟ ୱେବ୍ସାଇଟରୁ ପାଇପାରିବେ । ଓଡିଶାରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ବିପିୟୁଟ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି । ଏଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅସୀମ ଦକ୍ଷତା ଅଛି । ସେମାନେ ତାଙ୍କ ଦକ୍ଷତାର ବିନିଯୋଗ କରି ନିଜ ଏବଂ ରାଜ୍ୟ ପାଇଁ ଗୌରବ ଆଣିପାରିବେ ବୋଲି ସେ କହିଛନ୍ତି । ଅନ୍ୟତମ ଅତିଥି ଭାବେ ଓଡିଶା ଇଞ୍ଜିନିୟରିଂ କଲେଜର ନିର୍ଦ୍ଧେଶିକା ସୁପ୍ରିତା ପଟ୍ଟନାୟକ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବ୍ୟୋମକେଶ ରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିପିୟୁଟିର ଉନ୍ନତି କାମନା କରିଥିଲେ । ଏହି ଅବସରରେ ସଂଘର ବାର୍ଷିକ ପତ୍ରିକା ଉନ୍ମୋଚିତ ହୋଇଥିଲା ଏବଂ ୟୁଥ୍ ଆଇକନ୍ ତଥା ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ବିପିୟୁଟି ଛାତ୍ର ସଭାପତି ସଂସଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବାଇକ ଷ୍ଟଣ୍ଟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।




Powered by odothemes.com