ଡେଙ୍ଗୁ ସଂକ୍ରମଣ, ବିଦୁ୍ୟତକାଟ୍ ବନ୍ଦ ପ୍ରତିବାଦରେ ଏସ୍ୟୁସିଆଇ(ସି)ର ବିକ୍ଷୋଭ

SUCI-pakhya-ru-Jilla-Pala-Office-Samukha-re-Bikhyap-(8)

କଟକ, ୨୩ା୯(ବୁ୍ୟରୋ): ଡେଙ୍ଗୁ ମହାମାରୀ ରୂପ ନେବା ପୂର୍ବରୁ ଅବିଳମ୍ବେ ଏହାର ପ୍ରତିକାର ବ୍ୟବସ୍ଥା କରିବା, ଜାଇକା ପ୍ରକଳ୍ପ ଦ୍ୱାରା ସୃଷ୍ଟି ହୋଇଥିବା ଗାତ ମାନଙ୍କରେ ପାଣି ଜମି ମଶା ବଂଶ ବୃଦ୍ଧି ଘଟୁଥିବାରୁ ଏହାର ତୁରନ୍ତ ପ୍ରତିକାର, ଅଚଳ ମହାନଗର ନିଗମକୁ ସଚଳ କରିବା, ରାସ୍ତା ଘାଟ ବଣ ବୁଦା ସଫା କରିବା, ନାଳ ନର୍ଦ୍ଧମା ସଫା କରି ମଶାତେଲ ପକାଇବା, ମଶା ଧୂଆଁ ଦେବା ବ୍ୟବସ୍ଥା, ଡେଙ୍ଗୁରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଚିକତ୍ସା ବ୍ୟବସ୍ଥା, ଗରିବ ଲୋକ ଓ ବସ୍ତିବାସିନ୍ଦାଙ୍କୁ ବିନାମୂଲ୍ୟରେ ମଶାରି ଯୋଗାଇ ଦେବା, ପୁଞ୍ଜିପତି ଓ ଶିଳ୍ପପତି ମାନଙ୍କ ସ୍ୱାର୍ଥରେ ବିଦୁ୍ୟତ୍ ସଂକଟର ମିଥ୍ୟା ପ୍ରଚାର କରି କରାଯାଉଥିବା ଘନଘନ ବିଦୁ୍ୟତ୍କାଟ ବନ୍ଦ, ଘୋଷିତ ସମୟ ବାହାରେ ମନଇଛା ବିଦୁ୍ୟତ୍କାଟ ବନ୍ଦ କରିବା, ବର୍ଦ୍ଧିତ ବିଦୁ୍ୟତ୍ ଦେୟ ପ୍ରତ୍ୟାହାର, ଦିର୍ଘ ଦିନ ଅନ୍ଧକାରରେ ଥିବା କୃଷକ ବଜାର ସମେତ ସହରର ବିଭିନ୍ନ ବସ୍ତିରେ ବିଦୁ୍ୟତ୍ ସଂଯୋଗ ଯୋଗାଇଦେବା, ମାଲଗୋଦାମ ବସ୍ତି ତ୍ରୁଟିପୂର୍ଣ୍ଣ ମିଟର ରିଡିଂର ବର୍ଦ୍ଧିତ ଦେୟ ଛାଡ, ବସ୍ତିର ସମସ୍ତ ଲୋକଙ୍କୁ ବିପିଏଲ୍ କାର୍ଡ ଜରିଆରେ କିମ୍ବା ସୁଲଭ ମୂଲ୍ୟରେ ବିଦୁ୍ୟତ୍ ସଂଯୋଗ ଯୋଗାଇଦେବା, ଇତ୍ୟାଦି ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଏସ୍ୟୁସିଆଇ(ସି)ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭକୁ ଏସ୍ୟୁସିଆଇ(ସି)କଟକ ଜିଲ୍ଲା କମିଟିର ସମ୍ପାଦକ ବିଶ୍ୱାବସୁ ଦାସ ପରିଚାଳନା କରିଥିଲା । ଦଳର ଜିଲ୍ଲା କମିଟିର ସଭ୍ୟ ଖଗେଶ୍ୱର ସେଠୀ, ବସନ୍ତ ନାୟକ, ଲକ୍ଷ୍ମୀଧର ମହାନ୍ତି, ରାଜକିଶୋର ମଲ୍ଲିକ, ସିଦ୍ଧାର୍ଥ ରଥ, ଗଣେଶ ତ୍ରିପାଠୀ, ବବି ବଳବନ୍ତ ରାୟ ସମେତ ସସ୍ମିତା ମହାନ୍ତି, ଦିପକ ରଞ୍ଜନ ଦାସ, ପାଭେଲ ପ୍ରିୟଦର୍ଶନ, ଶୋଭା ଦେହୁରି, ସିପ୍ରା ମହାନ୍ତି, ସ୍ୱାଧୀନ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ମହାନଗର ନାଗରିକ ମଞ୍ଚର ଆବାହକ ଚିତ୍ତରଞ୍ଜନ ମହାନ୍ତି ବକ୍ତବ୍ୟ ରଖି ଜିଲ୍ଲାପାଳଙ୍କୁ ୯ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।