୬ ଲକ୍ଷ ଇଞ୍ଜିନିୟରିଂ ସିଟ୍ କମିବ

33

ନୂଆଦିଲ୍ଲୀ, ୨୨ା୯(ଏଜେନ୍ସି): ସର୍ବଭାରତୀୟ ସ୍ତରରେ ଇଞ୍ଜିନିୟରିଂ ସିଟ୍ର ମାନ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ୬ ଲକ୍ଷ ଇଞ୍ଜିନିୟରିଂ ସିଟ୍ ହ୍ରାସ କରାଯିବ । ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)ର ଅଧ୍ୟକ୍ଷ ଅନୀଲ ଦତ୍ତାତ୍ରେୟ ଶହସ୍ରବୁଦ୍ଧି ଏହି ସୂଚନା ଦେଇଛନ୍ତି । ସେ କହିଲେ, ବିଭିନ୍ନ ରାଜ୍ୟରେ ଥିବା ଅଧିକାଂଶ ଘରୋଇ ଇଞ୍ଜିନିୟରିଂ କଲେଜରେ ଆବଶ୍ୟକ ଭିତ୍ତିଭୂମି ନଥିବାବେଳେ ଅଧ୍ୟାପକଙ୍କ ଅଭାବରୁ ଉପଯୁକ୍ତ ଅଧ୍ୟାପନା ସମ୍ଭବ ହେଉନାହିଁ । ଗୁଣାତ୍ମକ ମାନ ରକ୍ଷା ପାଇଁ ସମ୍ପୃକ୍ତ ଇଞ୍ଜିନିୟରିଂ କଲେଜଗୁଡିକ ବିରୋଧରେ କଟକଣା ଜାରି କରାଯିବ । ଏବେ ସାରା ଦେଶରେ ଥିବା ଇଞ୍ଜିନିୟରିଂ କଲେଜଗୁଡିକରେ ୧୬ ଲକ୍ଷ ୭୦ ହଜାର ସିଟ୍ ଅଛି । ତାହାକୁ ୧୦ ଲକ୍ଷରୁ ୧୧ ଲକ୍ଷ ମଧ୍ୟରେ ସୀମିତ ରଖାଯିବ । ଇତିମଧ୍ୟରେ ୧୪୨୨ଟି ଇଞ୍ଜିନିୟରିଂ କଲେଜ ବନ୍ଦ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷ ଏଆଇସିଟିଇକୁ ଆବେଦନ କରି ବିଧିବଦ୍ଧ ଅନୁମତି ଲୋଡିଛନ୍ତି । ଚଳିତ ବର୍ଷ ୫୫୬ଟି ଶାଖା ବା ବିଭାଗ ବନ୍ଦ ହେଲାଣି । ଚାହିଦାଠାରୁ ଶେଷରେ ଅଧିକ ଇଞ୍ଜିନିୟରିଂ ସିଟ୍ ଥିବାରୁ ସିଟ୍ ହ୍ରାସ କରାଯାଇ ସନ୍ତୁଳନ ରକ୍ଷା କରାଯିବ ବୋଲି ଶ୍ରୀ ଶହସ୍ରବୁଦ୍ଧି କହିଛନ୍ତି । ଇଞ୍ଜିନିୟରିଂ କଲେଜ ବନ୍ଦ କରିବା ଏଆଇସିଟିଇର ଉଦ୍ଧେଶ୍ୟ ନୁହେଁ, ମାତ୍ର ଯେଉଁ କଲେଜଗୁଡିକରେ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷାଦାନରୁ ବଞ୍ଚିତ ହେଉଥିବେ ସେଗୁଡିକୁ ବନ୍ଦ କରିବା ପାଇଁ ହେଳା କରାଯିବାର ପ୍ରଶ୍ନ ଉଠୁନାହିଁ ।

ସେଆର କରନ୍ତୁ:



Powered by odothemes.com