କଟକରେ ଡେଙ୍ଗୁ ଆତଙ୍କ

28

ରେଭେନ୍ସା ହଷ୍ଟେଲ୍ରେ ସଫେଇ ଠପ୍
କଟକ (ବୁ୍ୟରୋ): କଟକରେ ଡେଙ୍ଗୁ ଆତଙ୍କ ସୃଷ୍ଟି କରିଛି । ଏବେ ଏହା କଲେଜ ଛକ ଠାରୁ ଡେଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ମାତିଥିବା ବେଳେ କର୍ତ୍ତୃପକ୍ଷଙ୍କ ନୀରବତାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଉଲ୍ଲେଖଯୋଗ୍ୟ, ରେଭେନ୍ସା ୱେଷ୍ଟ୍ ହଷ୍ଟେଲ୍ରେ ଜଣେ ଛାତ୍ରୀ ଅଚାନକ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ଏବେ ଏସ୍ସିବି ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ହଷ୍ଟେଲ୍ ପରିସରର ଅବସ୍ଥାକୁ କର୍ତ୍ତୃପକ୍ଷ ଦିନେ ଧ୍ୟାନ ଦେଇନଥିବା ଅଭିଯୋଗ ହୋଇଛି । ଏହାର ପରିସରରେ ମଶାଙ୍କ ଉପଦ୍ରପ ବଢିଥିବା ବେଳେ ଡେଙ୍ଗୁ ଆତଙ୍କ ପରେ ବି ସଫେଇ କରାଯାଉନାହିଁ । ଫଳରେ ହଷ୍ଟେଲ୍ରେ ଛାତ୍ରୀ ରହିବାକୁ ଆଦୌ ନିରାପଦ ମଣୁନାହାନ୍ତି । ହଷ୍ଟେଲ ପରିସରରେ କୁଢକୁଢ ଆବର୍ଜନା ପଡିରହିଥବବା ବେଳେ ଭିତର ଅବସ୍ଥା ନକହିବା ଭଲ । ଛାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଦିନ ବିତାଉଛନ୍ତି । କେବଳ ଏହି ହଷ୍ଟେଲ୍ ନୁହେଁ ଅନ୍ୟ ହଷ୍ଟେଲ୍ଙ୍କ ଅବସ୍ଥା ନକହିବା ଭଲ । ଆସନ୍ତାକାଲିର ଭବିଷ୍ୟତ ପ୍ରତି ଅଣଦେଖା କରୁଥିବା କର୍ତ୍ତୃପକ୍ଷ ନିଜେ ସୁରକ୍ଷିତ ପାଇଁ ନାନାଦି ବ୍ୟବସ୍ଥା କରୁଥିବା ବେଳେ ଅନ୍ୟ ପିଲାଙ୍କ ପ୍ରତି ଏତେ ନିଷ୍ଠୁର କଣ ପାଇଁ ବୋଲି କିଛି ଅଭିଭାବକ ମହଲରେ ପ୍ରଶ୍ନ ଉଠିଛି । ସୂଚନା ଅନୁଯାୟୀ, କଟକ ସହର ମହତାବ ରୋଡ଼୍ରେ ଜଣେ ଯୁବକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବାବେଳେ ରେଭେନ୍ସା ହଷ୍ଟେଲର ଜଣେ ଛାତ୍ରୀ ଆକ୍ରାନ୍ତ ହୋଇ ଏସ୍ସିବିରେ ଚିକିତ୍ସାଧିନ ଅଛନ୍ତି । ସେହିପରି ରାଜାବଗିବା ଅଞ୍ଚଳର ବାମ୍ଫିସାହିର ଜଣେ ଯୁବକଙ୍କ ରକ୍ତ ନମୁନାରେ ପଜିଟିଭ୍ ବାହାରିଛି । କଲେଜ ଛକ ଅଞ୍ଚଳରେ ଜଣେ ୩୫ବର୍ଷୀୟ ବ୍ୟକ୍ତିଙ୍କ ରକ୍ତରେ ଡେଙ୍ଗୁ ଭୂତାଣୁ ଥିବା ଜଣାପଡିବା ପରେ ସେ ମଧ୍ୟ ଚିକିତ୍ସିତ ହେଉଛନ୍ତି । ରବିବାର ତାଙ୍କର ରକ୍ତ ନମୁନା ପରୀକ୍ଷା ପରେ ପଜିଟିଭ୍ ଥିବା ଜଣାପଡିଥିଲା । ସିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ ପ୍ରଧାନ କହିବା ଅନୁଯାୟୀ ମହତାବ ରୋଡ଼୍ରେ ଥାଇ ଚିକିତ୍ସାଧିନ ଥିବା ଯୁବକ ଜଣକ ଘର ବଲାଙ୍ଗୀର ଅଞ୍ଚଳରେ । ସେ କିନ୍ତୁ ଦିଲ୍ଲୀରେ ରହି ପଢୁଥିଲେ । ସମ୍ପର୍କିତଙ୍କ ଘରକୁ ଆସିବା ପରେ ଡେଙ୍ଗୁ ପଜିଟିଭ୍ ବାହାରିଥିଲା । ସେହିପରି ବାମ୍ଫସାହିର ଯୁବକ ରାଜସ୍ଥାନର କୋଟାରେ ପଢନ୍ତି, ସେଠାରୁ ଆକ୍ରାନ୍ତ ହୋଇ ଆସିଥିଲେ ବୋଲି ଡା. ପ୍ରଧାନ କହିଛନ୍ତି । ତେବେ କଟକ ସହର ଅବସ୍ଥା ଯାହା ଡେଙ୍ଗୁ ଏଥର ଅନେକ ଜୀବନ ନେବାର ଆଶଙ୍କା ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଜୀବନ ବିତାଇବା ପାଇଁ ବାଧ୍ୟ ହୋଇଛନ୍ତି ।




Powered by odothemes.com