କିଡ୍ନୀ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍, ସଂଗ୍ରହ କଲା ନମୁନା

କଟକ (ବୁ୍ୟରୋ): କଟକ ଜିଲ୍ଲା ବଡମ୍ବା ଓ ନରସିଂହପୁର ଅଞ୍ଚଳରେ ବ୍ୟାପୁଥିବା କିଡ୍ନୀ ରୋଗର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ । ବାରମ୍ବାର ଉକ୍ତ ଅଞ୍ଚଳକୁ ବିଶେଷଜ୍ଞ ଟିମ ଗସ୍ତ କରୁଛନ୍ତି, ହେଲେ ପୀଡିତଙ୍କ ମୃତୁ୍ୟ ସଂଖ୍ୟା କମୁନାହିଁ । ରୋଗ ସଂକ୍ରମଣ ସମ୍ପର୍କରେ ଲୋକେ ଜାଣିପାରୁନଥିବାରୁ ଆତଙ୍କିତ ହୋଇପଡ଼ିଛନ୍ତି । ଏହି ସମସ୍ୟା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ସାଜିଛି ।  ଶୁକ୍ରବାର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍ ସଂପ୍ରତି ବଡମ୍ବା ଓ ନରସିଂହପୁର ଅଞ୍ଚଳର କିଛି ଗାଁରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । କିଡନୀ ରୋଗରେ ପୀଡିତ ରୋଗୀଙ୍କୁ ସାକ୍ଷାତ କରି ରୋଗ ସଂପର୍କରେ ବୁଝିବା ସହ ସ୍ଥାନୀୟ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ । ଟିମ୍ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ ସହ ପିଇବା ପାଣି ଓ ମାଟିର ର ନମୁନା ସଂଗ୍ରହ କରିଥିଲା । ଗ୍ରାଉଣ୍ଡ ଜିରୋର ସ୍ଥିତି ପରଖିବା ପରେ ଜିଲ୍ଲାପାଳ ନିର୍ମଳ ମିଶ୍ରଙ୍କୁ ଏହି କେନ୍ଦ୍ରୀୟ ଟିମର ସଦସ୍ୟ ଡାକ୍ତର ଆକାଶ ଶ୍ରୀବାସ୍ତବ, ଡାକ୍ତର ହିଂମାଶୁ ଶେଖର ମହାପାତ୍ର ଓ ଡାକ୍ତର ସମଲ କର ଭେଟି ଦୀର୍ଘ ସମୟ ଆଲୋଚନା କରିଥିଲେ । ସେଠାରୁ ସଂଗୃହୀତ ନମୁନାକୁ ଆଜି ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି) ପଠାଯାଇଥିଲା । ପରୀକ୍ଷା ପରେ ଆରଏମଆରସି କେନ୍ଦ୍ର ସରକାରଙ୍କ ନିକଟରେ ତାର ରିପୋର୍ଟ ପ୍ରଦାନ କରିବ । ତେବେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ରିପୋର୍ଟ ସହ ଆରଏମଆରସିର ରିପୋର୍ଟକୁ କେନ୍ଦ୍ର ଟିମ ତାଳମେଳ କରିବ । ଏହାପରେ କିଡନୀ ରୋଗର କାରଣ ସମ୍ପର୍କରେ ସରକାରଙ୍କୁ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବ ।
ସୂଚନାଯୋଗ୍ୟ ରାଜ୍ୟ ସରକାର ବହୁଥର ଏହାର କାରଣ ଖୋଜିଥିଲେ ବି ବାସ୍ତବ କଥା ଜାଣିପାରିନାହାନ୍ତି । ଅନ୍ୟପକ୍ଷରେ ଜିଲ୍ଲାପାଳ ଉକ୍ତ ଅଞ୍ଚଳ ଗସ୍ତ କରି ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ପଦକ୍ଷେପ ନେଇଛନ୍ତି । ପର୍ଯାୟକ୍ରମେ ଉକ୍ତ ଅଞ୍ଚଳରୁ ରୋଗୀ ଅଣାଯାଇ ଏସସିବିରେ ଚିକିତ୍ସା କରାଯାଉଛି । ବିଶେଷକରି ଏହି ଦୁଇ ବ୍ଲକରେ କିଡ୍ନୀ ରୋଗର ପ୍ରକୃତ କାରଣ ଜାଣିବା ନିମନ୍ତେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିସିା ଅଧିକାରୀ ଏକ ଉପ କମିଟି ଗଠନ କରିଛନ୍ତି । କମିିଟିରେ ବୃକକ୍ ବିଶେଷଜ୍ଞ, ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ରର ଡାକ୍ତର, କମୁ୍ୟନିଟି( ନନ୍ କମ୍ୟୁନିକେବଲ୍ ଡିଜିଜ୍ ସେଲ୍) ପ୍ରତିନିଧି, ଇଣ୍ଡିଆନ୍ ମିନେରାଲ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜିର ପ୍ରତିନିଧି, ଜିଲ୍ଲା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ ସଭ୍ୟଭାବେ କାର୍ଯ୍ୟ କରୁଛନ୍ତି । ଏଥିରେ ଜିଲ୍ଲା ମୁଖ୍ୟ ଚିକିସିା ଅଧିକାରୀ ଆବାହକ ସଦସ୍ୟ ଭାବେ ରହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି ।
ନିକଟରେ ଗଠିତ ସବ୍ କମିଟି କିଡ୍ନୀ ରୋଗରେ ପ୍ରଭାବିତ ନରସିଂହପୁରର ୨୧ ଟି ଗାଁ ଓ ବଡମ୍ବାର ୧୭ ଟି ଗାଁ, ଏହିପରି ମୋଟ ୩୮ଟି ଗ୍ରାମ ଗସ୍ତ କରି କାରଣ ଅନୁଧ୍ୟାନ କରୁଛନ୍ତି । ଅନ୍ୟପକ୍ଷରେ ଉଭୟ ବ୍ଲକର କାନପୁର ଓ ମାଣିଆ ବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଚିହ୍ନଟ ହୋଇଥିବା ଚିକିସିା ଆବଶ୍ୟକ କରୁଥିବା ଅଧିକ ଆକ୍ରାନ୍ତ କିଡ୍ନୀ ରୋଗୀଙ୍କୁ (ଗ୍ରେଡ୍ ୪ ଓ ୫ ) ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ବଡ ଡାକ୍ତରଖାନାକୁ ଅଣାଯାଇ ନେଫ୍ରୋଲୋଜି (ବୃକକ୍) ବିଭାଗରେ ଚିକିସିା କରାଯିବା ସହ ବିନା ମୂଲ୍ୟରେ ଓା÷÷ଷଧ ଯୋଗାଣ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଶା କର୍ମୀମାନେ ୩୮ ଟି ଗ୍ରାମର ଘରକୁ ଘର ଯାଇ ସଚେତନତା ସୃଷ୍ଟି କରୁଥିବାବେଳେ ପ୍ରାଥମିକ ଅବସ୍ଥାରେ ଥିବା ଗ୍ରେଡ୍ ୧,୨,୩ ରୋଗୀ ଯେପରି ସ୍ଥାନୀୟ ଡାକ୍ତରଖାନାରେ ସୁବିଧାରେ ଚିକିସିା ଓ ଓା÷÷ଷଧ ପାଇ ପାରିବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ନଜର ମଧ୍ୟ ରଖିଛି । ନରସିଂହପୁର ବ୍ଲକରେ ୨୦୧୩ ମସିହାରୁ ଅଦ୍ୟାବଧି ଲକ୍ଷଣ ପ୍ରକାଶ ପାଇଥିବା ୮୦୮ ଜଣ କିଡ୍ନୀ ରୋଗୀ ଚିହ୍ନଟ ହୋଇଥିବା ସ୍ଥଳେ ୨୫୭ ଜଣ ରୋଗୀ ମୃତୁ୍ୟ ବରଣ କରିଛନ୍ତି । ଅନ୍ୟ ପକ୍ଷରେ ବଡମ୍ବା ବ୍ଲକର ୨୨୭ ଜଣ ରୋଗୀ ଚିହ୍ନଟ ହୋଇଥିବା ସ୍ଥଳେ ୧୩ ଜଣ ମୃତୁ୍ୟ ବରଣ କରିଛନ୍ତି ।