ଡେଙ୍ଗୁ ମୁକାବିଲାରେ ଆନ୍ତରିକତା ଅଭାବ, ସହରବାସୀ ଆତଙ୍କିତ

37

କଟକ (ବୁ୍ୟରୋ): ଏସ୍ସିବି ମେଡିକାଲ କଲେଜରେ ଜଣେ ଡେଙ୍ଗୁ ଆକ୍ରାନ୍ତ ରୋଗୀ ମୃତୁ୍ୟ ବରଣ କରିବା ପରେ କଟକ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ପ୍ରତିବର୍ଷ ସହରରେ ଡେଙ୍ଗୁ ବ୍ୟାପେ; କିଛି ଲୋକଙ୍କ ଜୀବନ ନେବା ପରେ ସିଏମ୍ସି ଓ ଜିଲ୍ଲା ପ୍ରଶାସନର ଚେତା ପସେ । ଏବେ ସହରରେ ମଶାଙ୍କ ପ୍ରାଦୁର୍ଭାବ ବଢିଯାଇଛି । ମଶାଙ୍କ ଉପିାତ୍ତ ଚରମ ସୀମାରେ ପହଞ୍ଚି ଯାଇଥିବା ବେଳେ ସିଏମ୍ସି ଏମ୍ଏଲ୍ ଅଏଲ୍ ଆଣି କେବଳ ଷ୍ଟକ୍ ରୁମରେ ଗଚ୍ଛିତ ରଖିଥିବା ଜଣାଯାଇଛି । କେଉଁ ନଳାନର୍ଦ୍ଧମାରେ ମଧ୍ୟ ପକାଇବାକୁ ବ୍ୟବସ୍ଥା କରୁନଥିବାରୁ ଲକ୍ଷାଧିକ ଟଙ୍କାରେ ଆସିଥିବା ତେଲ ଆଉ କିଛିଦିନ ପରେ ଗାଏବ୍ ହୋଇଯିବାର ସମ୍ଭାବନା ରହିଛି । ତେଣେ ଲୋକମାନେ ମଶା ଦାଉରେ ଛଟପଟ ହେଉଛନ୍ତି କିନ୍ତୁ ସିଏମ୍ସି କର୍ମଚାରୀ, ଅଧିକାରୀ ଓ କର୍ପୋରେଟରଙ୍କ ନଜରକୁ ଆସୁନାହିଁ । ଫଳରେ ମଶା ନିୟନ୍ତ୍ରଣ ହୋଇପାରୁନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏବେ ଡେଙ୍ଗୁ ଭୟ ଲୋକଙ୍କୁ ଜୋରରେ ଘାରିଲାଣି । ସହରର ପ୍ରାୟ ୬୦୦ରୁ ଊଦ୍ଧ୍ୱର୍ ଖାଲୁଆ ଅଞ୍ଚଳରେ ପାଣି ଜମି ରହୁଥିବା ସହ ସଫେଇ ବ୍ୟବସ୍ଥା ହେଉନାହିଁ । ଡେଙ୍ଗୁ ଉପିତ୍ତିସ୍ଥଳୀକୁ ସଫେଇ କରାଯାଉନଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗତ ୩ବର୍ଷ ଧରି ଡେଙ୍ଗୁ ଲୋକଙ୍କୁ ନାକେଦମ କରି ରଖିଥିବା ବେଳେ ଚଳିତ ବର୍ଷ ଆହୁରି କିଛି ଜୀବନ ନେବାର ଆଶଙ୍କା ରହିଛି । ସିଏମ୍ସି ଓ ଜିଲ୍ଲା ପ୍ରଶାସନ ବୈଠକ କରି ଯେଉଁ ନିଷ୍ପତ୍ତି ନେଇଥିଲା, ତାହା କେବଳ ଚାରିକାନ୍ଥ ମଧ୍ୟରେ ସୀମିତ ହୋଇଯାଇଛି । ସିଏମ୍ସିର ଆନ୍ତରିକତାର ଅଭାବ ଯୋଗୁ ଡେଙ୍ଗୁ ବ୍ୟାପୁଥିବା ସାଧାରଣରେ ଅଭିଯୋଗ ହୋଇଛି । ସିଏମ୍ସିରେ ଏକ ସ୍ୱାସ୍ଥ୍ୟ ବିଭାଗ ଓ ସ୍ଥାୟୀ ସ୍ୱାସ୍ଥ୍ୟ କମିଟି ରହିଥିଲେ ହେଁ କୌଣସି ଆଖିଦୃଶିଆ କାମ କରୁନାହାନ୍ତି । ସୂଚନା ଅନୁଯାୟୀ, ଏସ୍ସିବିରେ ଭର୍ତ୍ତି ହୋଇଥିବା ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ କଟକ ଜିଲ୍ଲାର ଲୋକମାନେ ସର୍ବାଧିକ ରହିଛନ୍ତି । ତଥାପି ଜିଲ୍ଲାରେ କୌଣସି ସଚେତନତା କାର୍ଯ୍ୟକ୍ରମ କରାଯାଇନାହିଁ । କେବଳ ଭାଷଣବାଜିରେ ଲଟକୀ ରହିଛି ଡେଙ୍ଗୁ ମୁକାବିଲା । ବିପର୍ଯ୍ୟସ୍ଥ ପରିମଳ ଅବସ୍ଥାକୁ ଲକ୍ଷ୍ୟ କଲେ ଏଥର ପରିସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ସେଆର କରନ୍ତୁ:



Powered by odothemes.com