ଟକବା, ଉଡ଼ଲ ଜଙ୍ଗଲରେ ସନ୍ଦିଗ୍ଧ ବନ୍ଧୁକଧାରୀ ! ଅଞ୍ଚଳବାସୀ ଚିନ୍ତାରେ

37

ଅନୁଗୁଳ(ଆପ୍ର): ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ହଣ୍ଡପା ବନାଞ୍ଚଳ ଅନ୍ତର୍ଗତ ଟକବା ଓ ଉଡ଼ଲ ଜଙ୍ଗଲରେ ୨ ଦିନହେଲା କିଛି ସନ୍ଦିଗ୍ଧ ବନ୍ଧୁକଧାରୀ ଆଡ୍ଡା ପକାଇଥିବା ଜଣାପଡ଼ିଛି । ଘଞ୍ଚ ଜଙ୍ଗଲରେ ଏହି ସନ୍ଦିଗ୍ଧଙ୍କ ମେଳି ଖବର ପାଇ ଅଞ୍ଚଳବାସୀ ଚିନ୍ତାରେ ପଡିଛନ୍ତି । ଏହି ବନ୍ଧୁକଧାରୀମାନେ କିଏ ଓ କାହିଁକି ଏଠାରେ ମେଣ୍ଟ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏହା ମାଓମେଳି ବୋଲି ଆଶଙ୍କା କରାଯାଉଛି । କାରଣ ୨୦୦୪-୨୦୦୫ ମସିହାରେ ରେଢ଼ାଖୋଲ-କଙ୍କଡାହାଡ ମାଓ କରିଡରକୁ କି୍ରୟାଶୀଳ କରିବାପାଇଁ ତକ୍ରାୀନ ରେଢ଼ାଖୋଲ ଜୋନ୍ ଲାଲବାହିନୀ ମୁଖ୍ୟ କମାଣ୍ଡର୍ ରାମୁ ଓର୍ଫ ଚଢେୟା ଯୋଜନାବଦ୍ଧ ଉଦ୍ୟମ ଆରମ୍ଭ କରିଥିଲା କିନ୍ତୁ ଏହି ଯୋଜନାରେ ସେ ବଫଳ ହୋଇଥିଲା । ପୁଲିସ ବାହିନୀ ଏହାର ସୂରାକ ପାଇ ଏହାକୁ ପଣ୍ଡ କରିଥିଲା । ଫଳତଃ ସୁପ୍ତପ୍ରାୟ ଲାଲ୍ କରିଡର୍ରେ ପ୍ରାୟତଃ ମାଓ ବାହିନୀର ବନ୍ଧୁକଧାରୀ କ୍ୟାଡ଼େଟ୍ଙ୍କ ଦେଖାନଥିଲା । କିନ୍ତୁ ୨ଦିନ ହେଲା ଏହି ଅଞ୍ଚଳ ପୁଣି ଚେଇଁ ଉଠିଛି । ଉଡଲ,ଟକବାର ଦୁର୍ଗମ ଜଙ୍ଗଲ ବିଷୟରେ ଅବଗତ ଲାଲ୍ ବାହିନୀ ଆଡ୍ଡା ଜମାଇଥିବା ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ, ଗତ ୧୨ ତାରିଖ ରାତି ତମାମ୍ ଏହି ଅଞ୍ଚଳରେ ଥିବା ଟକବା ଫରେଷ୍ଟ୍ ଡାକ ବଙ୍ଗଳାରେ ୪ଜଣ ଆଇଜି ଗୁପ୍ତରେ ଆସି ରହିଥିଲେ ।ଏକ ଗୁପ୍ତ ବୈଠକରେ ଆଇଜିମାନଙ୍କ ସହିତ ଅନୁଗୁଳ, ଢେଙ୍କାନାଳ ଆଦି ସଲଗ୍ନ ୪ଟି ଜିଲ୍ଲାର ଏସ୍ପି ମଧ୍ୟ ସାମିଲ୍ ହୋଇଥିଲେ । ବୋଧହୁଏ ମାଓଙ୍କ ପାଦଶବ୍ଦର ସୂରାକ୍ ପାଇ ପୁଲିସ ବାହିନୀ ସେଠାରେ ପହଞ୍ଚିଥିଲା । ତେବେ ପୁଲିସ୍ ବାହିନୀର ଅନ୍ଧାରିବିଜେ ଓ ଅଜଣା ବ୍ୟକ୍ତିଙ୍କ ମେଳି ଖବରରେ ଜନସାଧାରଣରେ ଭାଳେଣି ପଡ଼ିଛି ।




Powered by odothemes.com