ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପିଏସି ଅଧ୍ୟକ୍ଷ

41

ଭୁବନେଶ୍ୱର (ବୁ୍ୟରୋ): ସଂସଦର ପବ୍ଲିକ୍ ଆକାଉଣ୍ଟସ୍ କମିଟିର ଅଧ୍ୟକ୍ଷ ପ୍ରଫେସର କେଭି ଥୋମାସ୍ଙ୍କ ନେତୃତ୍ୱରେ କମିଟିର ସଦସ୍ୟ ମାନେ ମଙ୍ଗଳବାର ସନ୍ଧ୍ୟାରେ ସଚିବାଳୟରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସାକ୍ଷାତ ସମୟରେ ଓଡ଼ିଶାର ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ମତ ବିନିମୟ ହୋଇଥିଲା । ମୁଖମନ୍ତ୍ରୀ ଶ୍ରୀ ପଟ୍ଟନାୟକ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ଓଡ଼ିଶାର ପର୍ଯ୍ୟଟନ ଓ ସାଂସ୍କୃତିକ ଐତିହ୍ୟ ସଂକ୍ରାନ୍ତୀୟ ପୁସ୍ତକ ଉପହାର ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com