ଅନ୍ଲାଇନ୍ରେ ହେବ ପ୍ରଦୂଷଣ ପର୍ଯ୍ୟବେକ୍ଷଣ

BHARATIYA-BIDYA-BHAWAN-RE-RAJYA-POLLUTION-BOARD-RA-32-TAMA-PRATISTHA-DIBASA-KU-MUKHYA-SASANA-SACHIBA--GOKULANANDA-PATI-UDGHATAN-KARUCHANTI-(1)

ଭୁବନେଶ୍ୱର, (ବୁ୍ୟରୋ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୨ତମ ପ୍ରତିଷ୍ଠା ଦିବସ ଭାରତୀୟ ବିଦ୍ୟା ଭବନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି କହିଥିଲେ ଯେ ବୋର୍ଡ ରାଜ୍ୟର ପରିବେଶ ପ୍ରଦୂଷଣ ରୋକିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବୋର୍ଡ ରାଜ୍ୟରେ କମ୍ପାନୀ ପ୍ରତିଷ୍ଠା କ୍ଷେତ୍ରରେ ସହଯୋଗ କରିବା ସହ ଫ୍ଲାଏ ଆସ୍ ମ୍ୟାନେଜମେଣ୍ଟ, ବର୍ଜ୍ୟବସ୍ତୁ ପରିଚାଳନା, ସବୁଜିମା ସୃଷ୍ଟି ସହ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ସହଯୋଗ କରୁଛି । ସେ କହିଥିଲେ, ପ୍ରଦୂଷଣ ନିୟନ୍ତ୍ରଣକୁ କଡାକଡି କରିବା ପାଇଁ ଅନ୍ଲାଇନ୍ରେ ମନିଟରିଂ ସିଷ୍ଟମ ହେବ । ଆସନ୍ତା ୪ ମାସ ଭିତରେ ରାଜ୍ୟରେ ଥିବା ସମସ୍ତ ଶିଳ୍ପାନୁଷ୍ଠାନରେ ମେସିନ୍ ଦ୍ୱାରା ଏହିସବୁ କାମକୁ ଶେଷ କରାଯିବ ରାଜ୍ୟରେ ଥିବା ସମସ୍ତ ଛୋଟ ଓ ବଡ କମ୍ପାନୀମାନଙ୍କୁ ସମୁଦାୟ ୩୬ଟି ବିଭାଗରେ ବିଭକ୍ତ କରାଯାଇଛି । ଏହି ସମସ୍ତ କମ୍ପାନୀରେ ଗତ ଏକ ବର୍ଷ ହେଲା ଅନ୍ଲାଇନ୍ରେ ପ୍ରଦୂଷଣ ସମ୍ପର୍କିତ ସମସ୍ତ ତଥ୍ୟର ମନିଟରିଂ କରାଯାଉଥିବା ବେଳେ ଏହି ବ୍ୟବସ୍ଥାକୁ ଏବେ କଡ଼ାକଡ଼ି କରାଯିବ । ଆଗରୁ ଏହି କାମର ତଦାରଖ ପାଇଁ ଫିଲ୍ଡ ଅଫିସରମାନଙ୍କୁ ସଂପୃକ୍ତ କମ୍ପାନୀକୁ ଯିବାକୁ ପଡୁଥିଲା । ମାତ୍ର ଏବେ ଆଉ ତାହା କରିବାକୁ ହେବନି । ସମସ୍ତ କମ୍ପାନୀରେ ଆବଶ୍ୟକ ଯନ୍ତ୍ରପାତି ଲଗାଯିବ । ଯାହାକି ପ୍ରଦୂଷଣ ସମ୍ପର୍କିତ ସମସ୍ତ ତଥ୍ୟର ମନିଟରିଂ କରିବ । ପରବର୍ତ୍ତୀ ସମୟରେ ଏହି ସମ୍ପର୍କିତ ତଥ୍ୟ ସିଧାସଳଖ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ଆସିବ । ପୂର୍ବରୁ କୌଣସି କମ୍ପାନୀ ପ୍ରଦୂଷଣ ଲାଇସେନ୍ସ ପାଇଁ ୧୨୦ ଦିନ ସମୟ ଲାଗୁଥିବା ବେଳେ ଏବେ ଏଥିରେ ଅନେକ ପରିବର୍ତ୍ତନ ଅଣାଯାଇଛି । ବଡ କମ୍ପାନୀମାନଙ୍କୁ ଏଣିକି ଲାଇସେନ୍ସ ପାଇଁ ମାତ୍ର ୬୦ ଦିନ ଲାଗିବ । ସେହିପରି ମଧ୍ୟମ ଧରଣର କମ୍ପାନୀମାନଙ୍କୁ ୪୫ ଦିନ ଓ ଛୋଟ କମ୍ପାନୀମାନଙ୍କୁ ଲାଇସେନ୍ସ ପାଇଁ ମାତ୍ର ୩୦ ଦିନ ସମୟ ଲାଗିବ । ଆସନ୍ତା ୪ରୁ ୬ ମାସ ମଧ୍ୟରେ ଏହି ନିୟମକୁ ମାନିବା ପାଇଁ ସମସ୍ତ କମ୍ପାନୀକୁ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ନୋଟିସ ଜାରି କରାଯିବ । ପ୍ରଦୂଷଣ ସମ୍ପର୍କିତ ସମସ୍ତ ତଥ୍ୟ ଏଣିକି ଙ୍ଗଙ୍ଗଙ୍ଗ. କ୍ଟକ୍ଟ୍ରଗ୍ଦମଭକ୍ଟବକ୍ସୟ.କ୍ଟକ୍ସଶରେ ଜାଣିପାରିବେ । ଏହାଛଡା ଜଣେ ପ୍ରଦୂଷଣ ସମ୍ପର୍କିତ କୌଣସି ଅଭିଯୋଗ କରିବାକୁ ଚାହୁଁଥିଲେ ମଧ୍ୟ ଏହା ଦ୍ୱାରା କରିପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସମସ୍ତ କମ୍ପାନୀରେ ଜଣେ ଲେଖାଏଁ ପରିବେଶ ମ୍ୟାନେଜର ରହିବେ । ଯିଏକି ପରିବେଶ ସମ୍ପର୍କିତ ସମସ୍ତ କାର୍ଯ୍ୟର ତଦାରଖ କରିବେ ବୋଲି ସେ କହିଥିଲେ । ଅଧିକରୁ ଅଧିକ ଇଞ୍ଜିନିୟରଙ୍କୁ ପରିବେଷ ସଂପର୍କୀତ ଗବେଷଣା ପାଇଁ ପ୍ରୋତ୍ସାହନ କରାଯିବ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର ୟୁ.ଏନ୍ ବେହେରା, ନିର୍ଦ୍ଧେଶକ ଏସ୍ବି ସାମଲ, ଆଇଆଇଟି ଭୁବନେଶ୍ୱର ନିର୍ଦ୍ଧେଶକ ଆର୍ ଭି ରାଜକୁମାର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ପାଦକ ରାଜୀବ କୁମାରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଅବସରରେ ବୋର୍ଡର ନୁ୍ୟଜ୍ ଲେଟର ଉନ୍ମୋଚିତ ହୋଇଥିଲା । ଏହାସହ ନବ ଭାରତ କଲଚର ଲିମିଟେଡ, ହିନ୍ଦୁସ୍ତାନ କୋକାକୋଲା, ନାଲକୋକୁ ପଲୁ୍ୟସନ୍ କଣ୍ଟ୍ରୋଲ ଆପ୍ରିସିଏସନ୍ ଆୱାର୍ଡ ପ୍ରଦାନ କରାଯାଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲକୁ ବେଷ୍ଟ ୱେଷ୍ଟ ମ୍ୟାନେଜ୍ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି ।