୮୫ ହଜାର ଛାତ୍ରଛାତ୍ରୀ ଦେଲେ ଡିପ୍ଳୋମା ପ୍ରବେଶିକା

49

ଭୁବନେଶ୍ୱର,୧୭ା୫ (ବୁ୍ୟରୋ): ଡିପ୍ଳୋମା ଓ ପଲିିଟେକନିକ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ରାଜ୍ୟର ୧୭୭ କେନ୍ଦ୍ରରେ ୮୫,୦୦୦ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଛନ୍ତି । ଡିପ୍ଳୋମା ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ରାଜ୍ୟ ବାହାରର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ରାଞ୍ଚିରେ ୩, ଜାମସେଦ୍ପୁରରେ ୩, ପାଟନାରେ ୨ ଏବଂ କୋଲକାତାରେ ୨ଟି ଲେଖାଏଁ କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ପ୍ରଥମ ସିଟିଂ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ରେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ୪.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ପ୍ରଥମ ସେମିଷ୍ଟରରେ ନାମଲେଖା ପାଇଁ ମୋଟ୍ ୬୭ ହଜାର ଛାତ୍ରଛାତ୍ରୀ ଓ ଲାଟେରାଲ ଏଣ୍ଟ୍ରି ପାଇଁ ୧୮ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିବା ବୈଷୟିକ ଶିକ୍ଷା ନିର୍ଦ୍ଧେଶାଳୟ ସୂତ୍ରରୁ ପ୍ରକାଶ । ସୂଚନାଯୋଗ୍ୟ, ମାଟି୍ରକ ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ପ୍ରଥମ ସେମିଷ୍ଟରରେ ନାମ ଲେଖାଇପାରିବେ । ଅନ୍ୟପକ୍ଷରେ +୨ ବିଜ୍ଞାନ କିମ୍ବା ଆଇଟିଆଇରେ ପାସ୍ କରିଥିବା ଛାତ୍ରଛାତ୍ରୀ ସିଧାସଳଖ ଲାଟେରାଲ୍ ଏଣ୍ଟ୍ରି ମାଧ୍ୟମରେ ୩ୟ ସେମିଷ୍ଟାରରେ ନାମ ଲେଖାଇପାରିବେ । ଆଜି ଅନୁଷ୍ଠିତ ପରୀକ୍ଷାର ଫଳ ଜୁନ ଶେଷ ସପ୍ତାହରେ ପ୍ରକାଶ ପାଇବ ।

ସେଆର କରନ୍ତୁ:



Powered by odothemes.com