୫ ସୁଦ୍ଧା ସରିବ ମାଟ୍ରିକ ଖାତାଦେଖା

8

କଟକ, ୨୫ା୩(ବୁ୍ୟରୋ): ଓଡ଼ିଶା ମାଧ୍ୟମିିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଖାତା ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ସଂସ୍କୃତ ମଧ୍ୟମା ପରୀକ୍ଷା ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହୋଇଛି । ପ୍ରାୟ ୬୦ କେନ୍ଦ୍ରରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ପୂର୍ବାହ୍ନ ୧୦ରେ ଖାତା ଦେଖିବା ଆରମ୍ଭ କରିଥବାବେଳେ ଅପରାହ୍ଣ ୫ଟାରେ ଏହା ଶେଷ ହୋଇଥିଲା । ଯେପରି ତ୍ରୁଟିଶୂନ୍ୟ ଭାବେ ଖାତାଦେଖା ହେବ ସେଥି ଲାଗି ବୋର୍ଡ କର୍ତ୍ତୃପକ୍ଷ ବ୍ୟାପକ ସତର୍କତା ଅବଲମ୍ବନ କରିଛନ୍ତି । କେନ୍ଦ୍ରକୁ ମୋବାଇଲ୍ ନେବାକୁ ବାରଣ କରାଯାଇଥିଲା ବେଳେ ତଦାରଖ କରିବା ଲାଗି ୬୩ ଜଣ କ୍ୟାମ୍ପ୍ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଏହି ଅଧିକାରୀମାନେ କେନ୍ଦ୍ର ଉପରେ ତୀକ୍ଷ୍ଣ ନଜର ରଖିବେ । କୌଣସିଠାରେ ବିଭ୍ରାଟ ପରିଲକ୍ଷିତ ହେଲେ ତୁରନ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନଚେତ ବୋର୍ଡ କର୍ତ୍ତୃପକ୍ଷଙ୍କ୍ୁ ଜଣାଇବା ଲାଗି ସେମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି ।
ବୋର୍ଡ ପକ୍ଷରୁ ଜାରି ଗାଇଡ୍ ଲାଇନ୍ ଅନୁଯାୟୀ ଶିକ୍ଷକଶିକ୍ଷୟିତ୍ରୀ ମୂଲ୍ୟାୟନ କରୁଛନ୍ତି । ମୂଲ୍ୟାୟନ ଶେଷ ହେବା ପରେ ଖାତାଗୁଡିକୁ ଷ୍ଟ୍ରଙ୍ଗ ରୁମ୍ରେ ରଖା ଯିବା ସହିତ ସେଠାରେ ପୁଲିସ ମୁତୟନ କରାଯାଇଛି । ଏପ୍ରିଲ୍ ୫ ତାରିଖ ସୁଦ୍ଧା ଖାତା ଦେଖା ଶେଷ କରିବା ଲାଗି ବୋର୍ଡ ଲକ୍ଷ୍ୟ ଧାର୍ଯ୍ୟ କରିଛି । ସୂଚନାଯୋଗ୍ୟ ୫୨ଟି କେନ୍ଦ୍ରରେ ହାଇସ୍କୁଲ ପରୀକ୍ଷା ଖାତା ମୂଲ୍ୟାୟନ ହେଉଥିବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ଖାତା ମୂଲ୍ୟାୟନ ପାଇଁ ଚାରୋଟି ଲେଖାଏଁ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ହାଇସ୍କୁଲ ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଖାତା ମୂଲ୍ୟାୟନ ପାଇଁ ୭୬୧ଜଣ ମୁଖ୍ୟ ପରୀକ୍ଷକ, ୧୪୮୨ ଜଣ ଉପମୁଖ୍ୟ ପରୀକ୍ଷକ, ୧୨୨୬୫ ଜଣ ସହାୟକ ପରୀକ୍ଷକ, ୧୫୨୨ ଜଣ ଖାତା ଯାଞ୍ଚକାରୀଙ୍କୁ ମିଶାଇ ମୋଟ ୧୬ ହଜାର ୩୦ ଜଣ ନିୟୋଜିତ ହୋଇଛନ୍ତି । ସେହିପରି ମଧ୍ୟମା ପରୀକ୍ଷା ଖାତା ମୂଲ୍ୟାୟନରେ ୧୭୬ ଜଣ ସହକାରୀ ପରୀକ୍ଷକ ନିୟୋଜିତ ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୨ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com