mumbai

୫ ମୃତ, ୩୪ ଆହତ

11

ମୁମ୍ବାଇରେ ଓଭରବ୍ରିଜ୍ ଭୁଶୁଡ଼ିଲା
ମୁମ୍ବାଇ, ୧୪ା୩: ବ୍ୟସ୍ତବହୁଳ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ (ସିଏସ୍ଏମ୍ଟି)ର ଏକ ଫୁଟ୍ ଓଭରବ୍ରିଜ୍ ଭୁଶୁଡି ଘଟଣା ସ୍ଥଳରେ ୫ ଜଣଙ୍କ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଗହଳି ବେଳେ ଯାତ୍ରୀଙ୍କ ଭାର ସହିନପାରି ପୁରୁଣା ଓଭରବ୍ରିଜ୍ ଭୁଶୁଡି ପଡିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ପ୍ରାୟ ୪୦ ଜଣଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୁଲିସ୍ କହିଛି । ଘଟଣାସ୍ଥଳକୁ ୪୩ ଜଣିଆ ଏନ୍ଡିଆର୍ଏଫ୍ ଟିମ୍ ଯାଇ ଉଦ୍ଧାର ଓ ସହାୟତା ଚଳାଇଛନ୍ତି ।
ପ୍ରାଥମିକ ସୂଚନା ଅନୁଯାୟୀ, ରାତି ସାଢେ ୭ଟା ବେଳେ ସିଏସ୍ଟିର ୧ ନମ୍ବର ପ୍ଲାଟ୍ଫର୍ମ ଉତ୍ତର ସୀମାରୁ ଟାଇମ୍ସ ଅଫ୍ ଇଣ୍ଡିଆ ଭବନ ନିକଟସ୍ଥ ବିଟି ଲେନ୍କୁ ସଂଯୋଗ କରୁଥିବା ଏହି ଓଭରବ୍ରିଜ୍ ସମ୍ପୂର୍ଣ୍ଣରୂପେ ଭୁଷୁଡି ପଡିଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଆଜି ସକାଳେ ଏହାର ମରାମତି କରାଯାଇଥିଲା । ଭିଡ ସମ୍ଭାଳି ନପାରି ବ୍ରିଜ୍ ଭୁଶୁଡି ପଡିଥିବା ପୁଲିସ୍ର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତକଙ୍କୁ ଚିହ୍ନଟ କରାଯାଇଛି ଓ ସମସ୍ତଙ୍କ ବୟସ ୩୦ରୁ ୪୦ ବର୍ଷ ମଧ୍ୟରେ ହେବ ।
ଏଥିଯୋଗୁ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି ଓ ଉଭୟ ପାଶ୍ୱର୍ରରେ ହଜାର ହଜାର ଯାନବାହନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଟକି ରହିଛି । ମୁମ୍ବାଇର ଅତିରିକ୍ତ ଯୁଗ୍ମ ପୁଲିସ୍ କମିଶନର (ଟ୍ରାଫିକ୍) ଅମିତେଶ କୁମାର କହିଛନ୍ତି, ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ବ୍ୟବସ୍ଥା କରାଯାଉଛି । ମଧ୍ୟ ରାତି ସୁଦ୍ଧା ଯାନବାହନ ଚଳାଚଳ ସ୍ୱାଭାବିକ କରାଯିବା ଲାଗି ଉଦ୍ୟମ ହେଉଛି । ମହାରାଷ୍ଟ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜିଟି ହସ୍ପିଟାଲରେ ୭, ସେଣ୍ଟ ଜର୍ଜ ହସ୍ପିଟାଲରେ ୧୭ ଜଣଙ୍କୁ ଭର୍ତ୍ତି କରାଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହିତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ଲାଗି ନିଦେ୍ର୍ଦଶ ଦେଇଛନ୍ତି । ଆହତଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ଡାକ୍ତରୀଦଳକୁ ନିୟୋଜିତ କରାଯାଇଛି । ଦୁର୍ବଳ ଅବସ୍ଥାରେ ଥିବାବେଳେ ଏହାକୁ କାହିଁକି ବନ୍ଦ କରାଯାଇନଥିଲା, ସେଥିପାଇଁ ରେଳବାଇକୁ ନୋଟିସ୍ ଦିଆଯାଇଛି । ମହାରାଷ୍ଟ୍ର ଆଉ ଜଣେ ମନ୍ତ୍ରୀ ବିନୋଦ ଟାୱେଡେ କହିଛନ୍ତି, ରେଳବାଇ ଓ ବୃହନମୁମ୍ବାଇ ପୌର ନିଗମ (ବିଏମ୍ସି) ପକ୍ଷରୁ ମିଳିତଭାବେ ତଦନ୍ତ ଲାଗି ନିଦେ୍ର୍ଦଶ ଦିଆଯାଇଛି । ରେଳବାଇ ଡାକ୍ତର ଓ ବିଏମ୍ସି ପକ୍ଷରୁ ନିୟୋଜିତ ଅଫିସର ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି । ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ପଠାଯାଇଛି ।
ସୂଚନା ଥାଉକି, ସିଏସ୍ଟି ଭିକ୍ଟୋରିଆ ଟର୍ମିନସ୍ଭାବେ ଜଣାଶୁଣା । ୨୬/୧୧ ମୁମ୍ବାଇ ଆକ୍ରମଣ ବେଳେ ଆତଙ୍କବାଦୀମାନେ ଏହା ଉପର ଦେଇ ଚଳାଚଳ କରିଥିବାରୁ ଏହାକୁ କସବ୍ ବ୍ରିଜ୍ ବୋଲି କୁହାଯାଏ ।

ସେଆର କରନ୍ତୁ:



Powered by odothemes.com