8-(1)c

୫ ମାସ ତିଷ୍ଠିଲାନି

33

ପ୍ରଧାନମନ୍ତ୍ରୀ ରାସ୍ତାରେ ବ୍ୟୟ କୋଟିଏ
ଢେଙ୍କାନାଳ,୧୧ ।୨(ଆପ୍ର): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଓରନ୍ଦା ଲାଉଲଇ ଠାରୁ ତଳପଡା ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ରାସ୍ତା ବର୍ତ୍ତମାନ ଫାଟି ଆଁ ହୋଇଯାଇଛି । ଗତବର୍ଷ ଅଗଷ୍ଟ ମାସରେ କୋଟି କୋଟି ଟଙ୍କା ବ୍ୟୟ ହୋଇ ୫ କିଲୋମିଟରରୁ ଊର୍ଦ୍ଧ୍ୱ ନିର୍ମାଣ ହୋଇଥିବା ଉକ୍ତ ରାସ୍ତାର ପିଚୁ ବର୍ତ୍ତମାନ ଉଠି ସାରିଲାଣି । ଏହି ରାସ୍ତା ଦେଇ ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ଜନସାଧାରଣ ତଥା ୭ଟି ପଞ୍ଚାୟତବାସୀ ଯାତାୟତ କରିଥାନ୍ତି । ମାତ୍ର କେଉଁଠି କଂକ୍ରିଟ୍ ଉଠିଗଲାଣି ତ କେଉଁଠି ପିଚୁର ନାମ ଗନ୍ଧ ମଧ୍ୟ ନାହିଁ । ୨୦୧୬ ନଭେମ୍ବର ୪ ତାରିଖରେ ଏମ୍ଏସ୍ ଆନନ୍ଦ ଇଂଜିନିୟରିଂ ସଂସ୍ଥା ଏହାର ନିର୍ମାଣ ନିମନ୍ତେ ଠିକାଦାରୀ ପାଇଥିଲା । ୨୧୬.୫୪ ଲକ୍ଷ ଟଙ୍କା ବ୍ୟୟର ଟେଣ୍ଡରଧାରୀ ଉକ୍ତ ନିର୍ମାଣ କାର୍ଯ୍ୟନେଇ ଗତବର୍ଷ ଅଗଷ୍ଟ ମାସ ୩ ତାରିଖ ସୁଦ୍ଧା କାର୍ଯ୍ୟ ସମାପ୍ତ କରିବାର ଥିଲା । ଏଥିସହ ୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ଅତିରିକ୍ତ ୧୮.୯୬ ଲକ୍ଷ ଟଙ୍କା କାର୍ଯ୍ୟାଦେଶରେ ମଧ୍ୟ ରହିଥିଲା । ୫ ମାସ ମଧ୍ୟରେ ଏତେ ଅର୍ଥ ଖର୍ଚ୍ଚ ହୋଇ ମଧ୍ୟ ଉକ୍ତ ରାସ୍ତା ନ ତିଷ୍ଠିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ରାସ୍ତାକାମ ସମୟରେ ନିର୍ମାଣର ସଠିକତା ପାଇଁ ଆର୍ଡି ବିଭାଗର ଯନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ନୋଡାଲ ଅଫିସର ମଧ୍ୟ ଆସିଥାନ୍ତି । କିନ୍ତୁ ତଦାରଖରେ ଅବହେଳା ଯୋଗୁ ଏଭଳି ପରିସ୍ଥିତି ହୋଇଥିବା ଅଭିଯୋଗ ହୋଇଛି । ଠିକାଦାର, ଅଧିକାରୀ ଓ ଯନ୍ତ୍ରୀମାନଙ୍କର ମଧୁଚନ୍ଦ୍ରିକା ଯୋଗୁଁ କୋଟି କୋଟି ଟଙ୍କା ପାଣିରେ ପଡୁଛି ବୋଲି ସାଧାରଣ ଲୋକ ଅଭିଯୋଗ ଉଠାଇଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଆର୍ଡି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ ଜାଣିନଥିବା ସହ ବିଭାଗୀୟ ଏସ୍ଡିଓଙ୍କୁ ପଚାରିବେ ବୋଲି କହିଥିଲେ ।

ସେଆର କରନ୍ତୁ:



Powered by odothemes.com