naveen

୫ ବର୍ଷରେ କରିଛ କ’ଣ?

12

ମୟୂରଭଞ୍ଜରେ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ
ମୟୂରଭଞ୍ଜ/କେନ୍ଦୁଝର, ୧୭ ।୪ (ଆପ୍ର): ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପୁଣି ପ୍ର·ର ମୈଦାନରେ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ । ଭୋଟରଙ୍କୁ ଆକୃଷ୍ଟ କରିବାପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ତୁଙ୍ଗ ନେତାମାନେ ପ୍ର·ର ମୈଦାନକୁ ଓହ୍ଲାଇଥିବାବେଳେ ବିଜେଡିର ମଙ୍ଗ ଧରିଛନ୍ତି ଖୋଦ୍ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମର୍ମରେ ଆଜି ମୟୂରଭଞ୍ଜ ଏବଂ କେନ୍ଦୁଝରରେ ପ୍ର·ର ଆରମ୍ଭ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ଭୋଟ୍ ମାଗିଛନ୍ତି ନବୀନ ପଟ୍ଟନାୟକ । ପ୍ରଥମେ ମୟୁରଭଞ୍ଜର ଠାକୁରମୁଣ୍ଡାଠାରେ ଦଳ ପକ୍ଷରୁ ଆୟୋଜିତ ଜନସଭାରେ ଯୋଗଦେବା ପରେ କେନ୍ଦୁଝରର ପାଟଣାରେ ଆୟୋଜିତ ଦଳୀୟ ସଭାରେ ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ମୟୂରଭଞ୍ଜରେ ନବୀନ ନରମ ଭାବ ଦେଖାଇଥିବାବେଳେ କେନ୍ଦୁଝରରେ କିନ୍ତୁ ନବୀନଙ୍କ ଭାଷଣରେ ଦେଖିବାକୁ ମିଳିଥିଲା ଆକ୍ରମଣାତ୍ମ ଭାବ । କାହିଁକି ନା ପାଟଣାର ଜନସଭାର ଆରମ୍ଭରୁ ହିଁ କେନ୍ଦ୍ର ଉପରେ ବର୍ଷିବା ଆରମ୍ଭ କରିଦେଇଥିଲେ ନବୀନ । ସଭାମଞ୍ଚରୁ କେନ୍ଦ୍ରକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ । କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରି ନବୀନ କହିଛନ୍ତି, ହାଇକମାଣ୍ଡଙ୍କ ପାଖରେ କେନ୍ଦ୍ରମନ୍ତ୍ରୀ ମୁହଁ ଖୋଲୁନାହାନ୍ତି । କେବଳ ନିର୍ବାଚନ ସମୟରେ ଭୋଟପାଇଁ ଓଡିଶା ଆସୁଛନ୍ତି । ଆପଣମାନେ ତାଙ୍କୁ କେନ୍ଦୁଝର ଜିଲ୍ଲାର ଜାତୀୟ ରାଜପଥ ବାବଦରେ ପଚାରନ୍ତୁ । ୫ ବର୍ଷ ଭିତରେ କେନ୍ଦ୍ର ସରକାର କ’ଣ କରିଛନ୍ତି । ରେଳବାଇରେ କେନ୍ଦ୍ୁଝର ଜିଲ୍ଲା କେତେ ରାଜସ୍ୱ ଦେଉଛ ମାତ୍ର ବଦଳରେ ପାଉଛି କଣ? ବୋଲି ସେ ପ୍ରଶ୍ନ କରିଛନ୍ତି ନବୀନ । ତେବେ ବିଜେଡି ସରକାରର ହାଇକମାଣ୍ଡ ରାଜ୍ୟବାସୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ଷକ ଭିତରେ କେନ୍ଦୁଝର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ ଏବଂ କେନ୍ଦୁଝରର ସବୁ ଘରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ଭୋଟରଙ୍କ ମନ ଜିଣିବାକୁ ଗୋଟି ଚାଳନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିସହିତ ହିଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ ।

ସେଆର କରନ୍ତୁ:



Powered by odothemes.com