୪ ବରିଷ୍ଠ ଶିଳ୍ପୀଙ୍କୁ ଶିଳ୍ପୀ ଦିବସ ସମ୍ମାନ

55

ଭୁବନେଶ୍ୱର, ୮ା୧୨(ବୁ୍ୟରୋ): ଶିଳ୍ପୀ ଦିବସ ଅବସରରେ ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ତରଫରୁ ଚଳିତବର୍ଷ ଶିଳ୍ପୀ ଦିବସ ସମ୍ମାନ ୪ଜଣ ବରିଷ୍ଠ ଶିଳ୍ପୀଙ୍କୁ ପ୍ରଦାନ କରାଯାଇଛି । ଓଡ଼ିଶା ଖଦି ଓ ଗ୍ରାମୋଦ୍ୟଗ ବୋର୍ଡ ପରିସରରେ ଅନୁଷ୍ଠିତ ଉତ୍ସବରେ ଚିତ୍ରଶିଳ୍ପୀ ଅସୀମ ବସୁ, ଶିବ ପାଣିଗ୍ରାହୀ, ଦେବରାଜ ସାହୁ ଏବଂ ଜଗଦିଶ ଚନ୍ଦ୍ର କାନୁନ୍ଗୋଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହା ବ୍ୟତୀତ ଯୁବ ଚିତ୍ରଶିଳ୍ପୀମାନଙ୍କର ଏକ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ କରାଯାଇଛି । ଏଥିରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟଗ ବୋର୍ଡର ସଭାପତି ତେଜେଶ୍ୱର ପରିଡ଼ା, ଟାଟାଷ୍ଟିଲ୍ର ମୁଖ୍ୟ ଆବାସିକ ନିର୍ବାହୀ ମଣିକାନ୍ତ ନାୟକ, ଲିଥୁଆନିଆ ଦେଶର ବିଶିଷ୍ଟ ଚିତ୍ରଶିଳ୍ପୀ ଅଉସିା ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନେ ଓଡ଼ିଶାର କଳା ଓ ସଂସ୍କୃତି ବିଷୟରେ ଜାଣିବା ସେଙ୍ଗସେଙ୍ଗ ଭବିଷ୍ୟତରେ ସେମାନେ ତାର ରକ୍ଷଣା ବେକ୍ଷଣ କରିପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଥିରେ ମଦର ପବ୍ଲିକ ସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ, ପର୍ଲୀ ଇଣ୍ଟରନ୍ୟାସାଲ ସ୍କୁଲକୁ ବେଷ୍ଟ ଏଣ୍ଟ୍ରି ଆୱାର୍ଡ ପ୍ରଦାନ କରାଯାଇଥିଲା । ଏହା ସହିତ ୩ଜଣ କଳା ଶିକ୍ଷକଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଶିଶୁ ଚିତ୍ରଶିଳ୍ପୀଙ୍କୁ ୧୦ଟି ସ୍ୱର୍ଣ୍ଣ ପଦକ, ୧୦ଟି ରୌପ୍ୟ ପଦକ, ୧୦ଟି ତମ୍ବା ପଦକ ସହ ୧୦ଟି ଓମାଗ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଗ୍ୟାଲେରୀର ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା ସ୍ୱାଗତ ଭାଷଣ ଦେଇଥିବାବେଳେ ବରିଷ୍ଠ ସିନେ ସମାଲୋଚକ ଦିଲ୍ଲୀପ ହାଲି ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ୯ତାରିଖ କଳା ଆଲୋଚନା ଓ ସ୍ଲାଇଡ୍ ସୋ ଦିଲ୍ଲୀର ଚିତ୍ରଶିଳ୍ପୀ ଗୋପାଳ ସାମନ୍ତରାୟଙ୍କ ଦ୍ୱାରା ପ୍ରଦର୍ଶିତ କରାଯିବା ସହିତ ୪୦ ଜଣ ଶିଶୁ ଚିତ୍ରଶିଳ୍ପୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଗ୍ୟାଲେରୀର ପରିଚାଳକ ସୁବ୍ରତ ମହାନ୍ତି ଜଣାଇଛନ୍ତି ।

ସେଆର କରନ୍ତୁ:



Powered by odothemes.com