୪୩ ଡିଗ୍ରୀ ଟପିଲା ତାତି

24

ଭୁବନେଶ୍ୱର, ୧୩ା୪(ବୁ୍ୟରୋ): ରାଜ୍ୟରେ କ୍ରମାଗତଭାବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ରହିଥିବାବେଳେ ଶନିବାର ତାପମାତ୍ରା ୪୩ ଡିଗ୍ରୀ ଡପିଯାଇଛି । ରାଜ୍ୟର ୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ସବୁଠାରୁ ଅଧିକ ତାତି ଅନୁଭୂତ ହୋଇଥିଲା ତାଳଚେର, ଟିଟିଲାଗଡରେ । ତାଳଚେରର ତାପମାତ୍ରା ୪୩.୧ ଡିଗ୍ରୀ ଥିବାବେଳେ ଟିଟିଲାଗଡରେ ୪୩ ଡିଗ୍ରୀ ରହିଛି । ଅନ୍ୟପକ୍ଷରେ ଭବାନିପାଟଣାରେ ୪୨.୫ ଡିଗ୍ରୀ, ବଲାଙ୍ଗୀରରେ ୪୨, ଝାରସୁଗୁଡାରେ ୪୦.୯, ସୋନପୁରରେ ୪୦.୮ ଓ ସମ୍ବଲପୁରରେ ୪୦.୧ ଡିଗ୍ରୀ ରହିଥିଲା । ସୁନ୍ଦରଗଡ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବାବେଳେ ଭୁବନେଶ୍ୱରରେ ୩୯.୫ ଓ କଟକରେ ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।

ସେଆର କରନ୍ତୁ:



Powered by odothemes.com