BAITARANI-NADI---2019-PHOTO-TIHIDI

୩୦୦ ପରିବାର ଭୋଟ ବର୍ଜନ କରିବାକୁ ଧମକ

24

ବୈତରଣୀ ଆଁରେ ଦୁଇ ଗାଁ
ତିହିଡି, ୧୨ା୧(ଆପ୍ର): ଗାଁକୁ ଖାଇ ଖାଇ ଚାଲିଛି ବୈତରଣୀ ନଦୀ । ନଦୀର ଆଁରୁ ସୁରକ୍ଷା ଦେବା ପାଇଁ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରୁଛନ୍ତି ଦୁଇ ଖଣ୍ଡ ଗାଁର ୩୦୦ ପରିବାରର ଲୋକେ । ସପ୍ତାହର ଥରେ ଅଳ୍ପ ବହୁତେ ଧସିଯାଉଛି ମାଟି ନଈ ଭିତରକୁ । ନଈ ପସିଆସୁଛି ଗାଁ ଭିତରକୁ । ଗୁହାରି କଲେ ପ୍ରତିଶ୍ରୁତି ମିଳୁଛି ନଈବନ୍ଧ ଏବେ ଖୁବଶୀଘ୍ର ହେବ, କେତେବେଳେ ଶୁଣିବାକୁ ମିଳୁଛି ଆର ମାସକୁ ହେବ କିନ୍ତୁ କାମ ହେବା ଦୂରର କଥା ତର୍ଜମା କରିବାକୁ ପ୍ରଶାସନିକ ଅଧିକାରୀ ଗାଁକୁ ଯାଉନାହାନ୍ତି । ନିରାଶ ଗାଁ ଲୋକେ ଏଥର ଭୋଟ ବର୍ଜନ କରିବାକୁ ଧମକ ଦେଲେଣି ।
ଏ ହେଉଛି ଚାନ୍ଦବାଲି ବ୍ଲକ କୁହ୍ଲି ଏବଂ କୁହ୍ଲିବିନ୍ଧା ଗାଁର ଘଟଣା । ନଦୀ ମାଟିଘରକୁ ଖାଇବା ପରେ ଏବେ ପକ୍କାଘରକୁ ଖାଇବାକୁ ଲାଗିଲେଣି । ଯେଉଁଠି ଆଗରୁ ରାସ୍ତା ଥିଲା ତାହା ଏବେ ନଈ ହେବାରେ ଲାଗିଲେଣି । ଦୁଇଟି ଗାଁର ୩୦୦ରୁ ଅଧିକ ପରିବାର ବାସ କରୁଛନ୍ତି ଭୟଭୀତ ଅବସ୍ଥାରେ । ଗତ ୧୨ ବର୍ଷ ହୋଇଗଲା ଦୁଇଟି ଗାଆଁର ଏହି ଅବସ୍ଥା ଲାଗି ରହିଛି । ଏକର ଏକର ·ଷ ଜମି ନଦୀର ମିଶିଗଲାଣି । ଏଥିପାଇଁ କେହି କେହି ନିଜ ଭିଟାମାଟି ଛାଡି ଅନ୍ୟତ୍ର ନୂଆ ଘର କରି ଆଶ୍ରୟ ନେଲେଣି । ଚାନ୍ଦବାଲି ଜଳସେଚନ ବିଭାଗ ଅଧୀନରେ ଥିବା ଏହି ଦୁଇଟି ଗାଁକୁ ପଥରପ୍ୟାକିଂ କରିବାକୁ ବାରମ୍ବାର ଦାବି ହେଉଛି । କିନ୍ତୁ ଫଳଶୂନ । ଯାହାକୁ ଭୋଟ ଦେଇଥିଲେ ସେହି ନେତା ଏବେ ଦେଖା ଦର୍ଶନ ଦେଉନାହାନ୍ତି । ଯଦି ନିର୍ବାଚନ ପୂର୍ବରୁ ସମ୍ପୂର୍ଣ୍ଣ ନ ହେଲେ ବି କିଛିଟା ବନ୍ଧ ମରାମତି ନ ହୁଏ ତେବେ ଗାଁ ଲୋକେ ନେତାଙ୍କୁ ସାହିକୁ ପୂରାଇ ଦେବେ ନାହିଁ କି ଭୋଟ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com