୨୬ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ଓ ୩ୟ ଟେଲି ପୁରସ୍କାର ଘୋଷିତ

75

ବିଜୟ ମହାନ୍ତିଙ୍କୁ ଜୟଦେବ ପୁରସ୍କାର
ଭୁବନେଶ୍ୱର (ବୁ୍ୟରୋ): ୨୦୧୪ବର୍ଷ ପାଇଁ ୨୬ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ଓ ୩ୟ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ଘୋଷଣା କରିଛନ୍ତି । ଚଳଚ୍ଚିତ୍ର ଜଗତର ୨୭ଟି ବିଭାଗ ପାଇଁ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କୁ ‘ଜୟଦେବ ପୁରସ୍କାର’ ପ୍ରଦାନ କରାଯିବ । ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସର୍ବୋଚ୍ଚ ପୁରସ୍କାର ପ୍ରଦାନ ପୂର୍ବକ ୧ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ହିମାଂଶୁ ଖୁଣ୍ଟିଆଙ୍କ ‘କ୍ରାନ୍ତିଧାରା’ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ବାବଦକୁ ଏହି ଫିଲ୍ମ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ସମ୍ମାନ ପ୍ରଦାନ ପୂର୍ବକ ୫୦ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ । ‘ଆଦିମ ବି·ର’ ଚଳଚ୍ଚିତ୍ର ପାଇଁ ସବ୍ୟସାଚୀ ମହାପାତ୍ର ଶ୍ରେଷ୍ଠ ନିର୍ଦ୍ଧେଶକ ଓ ଅଟଳ ବିହାରୀ ପଣ୍ଡା ଶ୍ରେଷ୍ଠ ଅଭିନେତା, ‘କ୍ରାନ୍ତିଧାରା’ ଚଳଚ୍ଚିତ୍ର ପାଇଁ ଗାର୍ଗୀ ମହାନ୍ତି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ପାଇବେ । ଉଭୟ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀଙ୍କୁ ପୁରସ୍କାର ବାବଦକୁ ୧୫ହଜାର ଟଙ୍କା ପ୍ରଦାନ କରାଯିବ । ଶ୍ରେଷ୍ଠ କାହାଣୀ ପାଇଁ ‘କ୍ରାନ୍ତିଧାରା’, ‘ଗୋଲାପି ଗୋଲାପି’ ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଧେଶକ ବିକାଶ ଦାସଙ୍କୁ ବାଳକୃଷ୍ଣ ଦାଶ ସମ୍ମାନ, ଶ୍ରେଷ୍ଠ ପ୍ରଚ୍ଛଦପଟ ନାୟକ ସୌରଭ ନାୟକ(କିଡ୍‍ନାପ୍‍), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ତପୁ ମିଶ୍ର(ଗଞ୍ଜା ଲଢେଇ), ଶ୍ରେଷ୍ଠ ଚିତ୍ରଗ୍ରହଣ ସଞ୍ଜୀବ ମହାପାତ୍ର(ଭଉଁରି), ଶ୍ରେଷ୍ଠ ସମ୍ପାଦନା ଚକ୍ରଧର ସାହୁ(ଶୁକ ଆସୁଛି), ଶ୍ରେଷ୍ଠ ଗୀତିକାର ମୋହିତ ଚକ୍ରବର୍ତ୍ତୀ (ରାସ୍ତା), ଶ୍ରେଷ୍ଠ ଚିତ୍ରନାଟ୍ୟ ସବ୍ୟସାଚୀ ମହାପାତ୍ର(ଆଦିମ ବିଚାର), ଶ୍ରେଷ୍ଠ ପାଶ୍ୱର୍ ଅଭିନେତା ପ୍ରୀତିରାଜ ଶତପଥୀ (ଶୁକ ଆସୁଛି), ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ ଲୋଚନୀ ବାଗ୍‍ (ଆଦିମ ବିଚାର), ଶ୍ରେଷ୍ଠ ହାସ୍ୟ କଳାକାର ହାଡୁ(ସ୍ମାଇଲ ପ୍ଲିଜ୍‍), ଶ୍ରେଷ୍ଠ ଶିଶୁ ଅଭିନେତା ଜିତୁଲାଲ୍‍ ସାହୁ(ପାପୀ), ଶ୍ରେଷ୍ଠ କଳା ନିର୍ଦ୍ଧେଶକ ସୁରେନ୍ଦ୍ର ସେଠୀ(ଶୁକ ଆସୁଛି), ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ ସୁବାସ ସାହୁ(ଶୁକ ଆସୁଛି), ସ୍ୱତନ୍ତ୍ର ଜୁରୀ ପୁରସ୍କାର ଆଦିମ ବିଚାର, ଶ୍ରେଷ୍ଠ ସଂଳାପ ଲେଖକ ଅଟଳ ବିହାରୀ ପଣ୍ଡା (ଆଦିମ ବିଚାର), ଶ୍ରେଷ୍ଠ ବେଶ ପୋଷାକ ସଜାକାରୀ ନିର୍ମଳ ଦାସ (ପାଗଳ କରିଛୁ ତୁ), ଶ୍ରେଷ୍ଠ ରୂପସଜ୍ଜାକାରୀ ସମରେଶ ପାଳ(ଭଉଁରୀ) ଏବଂ ଶ୍ରେଷ୍ଠ ନୃତ୍ୟ ସଂଯୋଜନା ଅସୀମ(କଲେଜ ଟାଇମ୍‍) ପାଇବାକୁ ମନୋନୀତ ହୋଇଛନ୍ତି । ସେହିପରି ୩ୟ ରାଜ୍ୟ ଟେଲି ପୁରସ୍କାର ଘୋଷଣା କରାଯାଇଛି । ଟେଲି ଧାରାବାହିକର ୨୦ଟି ବିଭାଗ ପାଇଁ ୩ଲକ୍ଷ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଶ୍ରେଷ୍ଠ ଟେଲି ଧାରାବାହିକ ‘ବଧୂ’, ଶ୍ରେଷ୍ଠ ନିର୍ଦ୍ଧେଶକ ସନ୍ତୋଷ ବିଶ୍ୱାଳ (ବଧୂ), ଶ୍ରେଷ୍ଠ ଅଭିନେତା ସୁକାନ୍ତ ରଥ(ବଧୂ), ଶ୍ରେଷ୍ଠ ଅଭିନେତ୍ରୀ ମଧୁସ୍ମିତା ପ୍ରଧାନ(ବଧୂ), ଶ୍ରେଷ୍ଠ ଚରିତ୍ର ଅଭିନେତା ଭଗବାନ ବେହେରା (ରାଜକନ୍ୟା), ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ମନ୍ଦାକିନୀ ସୁଭନ୍‍ (ବଧୂ), ଶ୍ରେଷ୍ଠ ଖଳନାୟକ ସରୋଜ କୁମାର ନନ୍ଦ(ବଡ ଘର ବଡ ଗୁମର କଥା), ଶ୍ରେଷ୍ଠ ଖଳନାୟିକା ଚୁନିରିୟା ବିଶ୍ୱାଳ (ସନ୍ଧ୍ୟା ତାରା), ଶ୍ରେଷ୍ଠ କାହାଣୀ ‘ବଧୂ’, ଶ୍ରେଷ୍ଠ ଚିତ୍ରନାଟ୍ୟ ନରୋତ୍ତମ ପରିଡା(ସନ୍ଧ୍ୟାତାରା) , ଶ୍ରେଷ୍ଠ ସଂଳାପ ଲେଖକ, ଶ୍ରେଷ୍ଠ ସମ୍ପାଦନା, ଶ୍ରେଷ୍ଠ ଶବ୍ଦ ଗ୍ରହଣ ‘ବଡ ଘର ବଡ ଗୁମର କଥା’, ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ଦ୍ଧେଶକ ‘ଚର୍ଚ୍ଚିତା’, ଶ୍ରେଷ୍ଠ ଶିଶୁ ଟେଲି ଚଳଚ୍ଚିତ୍ର ‘ଈଶ୍ୱର’, ସ୍ୱତନ୍ତ୍ର ଜୁରୀ ପୁରସ୍କାର ପାଇବାକୁ ‘ଚର୍ଚ୍ଚିତା’ ‘ଓ ଜୀବନ ସନ୍ଧ୍ୟା’ ମନୋନୀତ ହୋଇଛନ୍ତି ।

ସେଆର କରନ୍ତୁ:



Powered by odothemes.com