KOILA-CHORI---2018-PHOTO-TIHIDI

୨୦ ହଜାର କୁଇଣ୍ଟାଲ ଅଷ୍ଟ୍ରେଲୀୟ କୋଇଲା ଜବତ

44

ତିହିଡ଼ି(ଆପ୍ର): ଧାମରା ବନ୍ଦରରୁ ମାଲବାହୀ ଟ୍ରେନ୍ରେ କୋଇଲା ପରିବହନ ବେଳେ ରାସ୍ତା ସାରା ଚୋରି ଚାଲିଛି । ପ୍ରାୟ ୭ ବର୍ଷ ହେଲା ନିୟମିତ ୬୨ କିମି ରେଳପଥରେ କୋଇଲା ଚୋରି ·ଲିଛି । ଧାମରା ରେଳପଥରେ ଦିନରାତି ସିକୁ୍ୟରିଟିଗାର୍ଡ ପଇଁତରା ମାରୁଥିଲେ ମଧ୍ୟ ବିପଦ ଜନକ ଭାବେ ବିଭିନ୍ନ ସ୍ଥାନରେ କୋଇଲା ଚୋରି ହେଉଛି । ଏଥିପାଇଁ ତିହିଡ଼ି, ଚାନ୍ଦବାଲି, ଧାମନଗର, ନାୟକାଣୀଡିହ, ଧାମରା ସାମୁଦ୍ରିକ ଥାନା, ବାଁଶଡା ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଏବଂ ଭଦ୍ରକ ଟାଉନ୍ ଥାନାରେ ଦିନରାତି ୧୮୮ ମୋକଦ୍ଦମା ରୁଜୁ ହୋଇଛି । ଏସବୁ ଥାନାରେ ୫୧୨ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବେଳେ ଚୋରିରେ ବ୍ୟବହୃତ ଟ୍ରକ୍, ବୋଲେରୋ, ଟାଟାଏସିଇ, ମିନି ଟ୍ରକ୍, ମୋଟର ସାଇକେଲ୍ ଓ ଅଟୋ ସମେତ ୧୮୩ ଗାଡ଼ି ଜବତ କରିବାକୁ ସକ୍ଷମ ହୋଇଛି । କେବଳ ମୋକଦ୍ଦମା ଓ ଗାଡ଼ି ଜବତ ନୁହଁ ନଈକୂଳ, କେନାଲ କୂଳ, ପୋଖରୀ, କଦଳୀବଗିଚା, ଲୋକଙ୍କ ସଂଗା ଉପରେ ଚୋରି କୋଇଲା ବସ୍ତାରେ ଲୁଚା ଯାଇଥିବା ବେଳେ ଭଦ୍ରକ ଜିଲ୍ଲା ପୁଲିସ ଜବତ କରିଛି ୨୦ ହଜାର କ୍ୱିଣ୍ଟାଲ ମୂଲ୍ୟବାନ ଅଷ୍ଟ୍ରେଲୀୟ କୋଇଲା । କୋଇଲା ଚୋରି ବାବଦରେ ତିହିଡ଼ି ଥାନାରେ ୫୪ ମାମଲା ରୁଜୁ ହୋଇଛି ଓ ଅଭିଯୁକ୍ତ ଅଛନ୍ତି ୧୬୧ ଜଣ । ୩୬ ଗାଡ଼ି ତିହିଡି ପୁଲିସ ଜବତ କରିଥିଲା ବେଳେ ୬୫୦୦ କ୍ୱିଣ୍ଟାଲ ଅଷ୍ଟ୍ରେଲୀୟ କୋଇଲା ବାଡ଼ିବଗି·ରୁ ଜବତ କରିଛି । ଏଥି ସହିତ ୭୮କୋଇଲା ଚୋରଙ୍କୁ ଗିରଫ କରାଯାଇଥିବା ବେଳେ ୧୧୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ୨୧ ଗାଡ଼ି ଜବତ କରାଯାଇଛି ଏବଂ ୨୦୦୦ କ୍ୱିଣ୍ଟାଲ କୋଇଲା ଜବତ ହୋଇଛି । ଧାମନଗର ପୁଲିସ ହାତରେ ଧରାପଡ଼ିଥିବା ୧୪ଜଣଙ୍କ ନାମରେ ୫ ମୋକଦ୍ଦମା ରୁଜୁ ହୋଇ ୩ ଗାଡ଼ି ଜବତ କରାଯାଇଛି । ନାୟକାଣୀଡିହ ଥାନାରେ ୧୧ ଜଣଙ୍କ ବିରୋଧରେ ୧୩ ମୋକଦ୍ଦମା ରୁଜୁ ହୋଇଛି ଓ ୫ଟି ଗାଡି ସହିତ ୫୦୦ କ୍ୱିଣ୍ଟାଲ କୋଇଲା ଜବତ ହୋଇଛି । ଧାମରା ସାମୁଦ୍ରିକ ଥାନା ତରଫରୁ ଗୋଟିଏ ମାମଲା ରୁଜୁ କରାଯାଇଛି ୪ଜଣଙ୍କ ନାମରେ ଏବଂ ୪ଟି ଗାଡ଼ି, ୧୦୦ କ୍ୱିଣ୍ଟାଲ କୋଇଲ ଜବତ ହୋଇଛି । ବାଁଶଡା ପୁଲିସ ଏହି କୋଇଲା ଚୋରି ବାବଦରେ ୪୯ଟି ମୋକଦ୍ଦମା କରିଛି ୧୭୧ଜଣଙ୍କ ନାମରେ । ଯେଉଁଥିରେ ୨୬ଟି ଗାଡ଼ି ଜବତ ହୋଇଛି ଏବଂ ୩୩୦୦ କ୍ୱିଣ୍ଟାଲ ଅଷ୍ଟ୍ରେଲୀୟ କୋଇଲା ଜବତ ହୋଇଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ୪୧ ମୋକଦ୍ଦମା ୩୦୬ ଜଣଙ୍କ ନାମରେ ରୁଜୁ କରିବା ସହ ୨୨ ଗାଡ଼ି ଓ ୮ ହଜାର ୧୦୦ କ୍ୱିଣ୍ଟାଲ କୋଇଲା ଜବତ କରିଛି । ଭଦ୍ରକ ଟାଉନ୍ ଥାନା ପୁଲିସ ୧୪ଜଣଙ୍କ ନାମରେ ୬ମାମଲା କରିବା ସହିତ ୯ଗାଡ଼ି ଓ ୩୧୮ କ୍ୱିଣ୍ଟାଲ କୋଇଲା ଜବତ କରିଛି । ୨୦ ହଜାର କ୍ୱିଣ୍ଟାଲ କୋଇଲା ଜବତ କରି ପୁଲିସ ଧାମରା ବନ୍ଦର କମ୍ପାନୀକୁ ହସ୍ତାନ୍ତର କରିଛି । କୋଇଲା ଚୋର ଓ କୋଇଲାକୁ ଧରିବା ପାଇଁ ଜିଲ୍ଲା ପୁଲିସ ଚଢଉ ଜାରି ରଖିଥିଲା ବେଳେ ଧାମରା ବନ୍ଦର ତରଫରୁ କେତେକ ସିକୁ୍ୟରିଟି କର୍ମ·ରୀଙ୍କୁ ପଠାଯାଇ ସହାୟତା ଦିଆଯାଇଥିଲା । ଧାମରା ବନ୍ଦରରେ ଅଷ୍ଟ୍ରେଲିଆ ଜାହାଜରୁ କୋଇଲା ଖଲାସ କରାଯିବା ପରେ ବିଭିନ୍ନ ଶିଳ୍ପ ସଂସ୍ଥା ଟ୍ରେନ୍ ଯୋଗେ ଏହାକୁ ନେଉଛନ୍ତି । ବନ୍ଦର କମ୍ପାନୀ ମାଲବାହୀ ଟ୍ରେନ୍ରେ କୋଇଲା ଲୋଡିଂ କରି ବନ୍ଦର ଗେଟ୍ ପାରି କରାଇବା ପରେ କୋଇଲା ଦାୟିତ୍ୱ ବାଟରେ କିଏ ନେବ ତାହା ସଠିକ୍ ଭାବେ ଜଣାପଡିନି ।
ଅନ୍ୟପକ୍ଷରେ ଧାମରା ରେଳପଥରେ ଅତି ବିପଦଜନକ ଭାବେ କୋଇଲା ଚୋରି କରୁଥିବା ବେକାର ଯୁବକମାନେ ଅଧିକାଂଶ ସମୟରେ ଦୁର୍ଘଟଣାର ଶିକାର ହୋଇ ବିକଳାଙ୍ଗ ହେଉଛନ୍ତି । ବିକଳାଙ୍ଗଙ୍କ ସଂଖ୍ୟା ୭ ବର୍ଷ ଭିତରେ ୨୧ ଟପିଛି ଏବଂ ୫ରୁ ଅଧିକ ପ୍ରାଣ ହରାଇଛନ୍ତି । ଏହା ସତ୍ତ୍ୱେ ମୂଲ୍ୟବାନ ଅଷ୍ଟ୍ରେଲୀୟ କୋଇଲା ଚୋରି ବନ୍ଦ ହେଉନାହିଁ ।

ସେଆର କରନ୍ତୁ:



Powered by odothemes.com