୨ଠ ଛାତ୍ରଛାତ୍ରୀଙ୍କୁ ଅସ୍ଥାୟୀ ଟ୍ରାଫିକ୍ ନିଯୁକ୍ତି ଉପରେ ତାଲିମ୍

33

କାମାକ୍ଷାନଗର ଥାନାରେ ଏଡିଜି
କାମାକ୍ଷାନଗର,୧୨ା୧(ଆପ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଦର୍ଶ ଥାନାକୁ ଅତିରିକ୍ତ ପୁଲିସ୍ ମହାନିଦେ୍ର୍ଦଶକ ସନ୍ତୋଷ କୁମାର ଉପାଧ୍ୟାୟ ପରିଦର୍ଶନରେ ଆସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୫ ଗୋଟି ଥାନାକୁ ଆଦର୍ଶ ଥାନାର ମାନ୍ୟତା ଦେଇଥିଲେ । ଢେଙ୍କାନାଳ ଜିଲ୍ଲାର ଏକମାତ୍ର ଆଦର୍ଶ ଥାନାର ମାନ୍ୟତା ଲାଭ କରିଥିଲା । ଅତିରିକ୍ତ ପୁଲିସ୍ ମହାନିଦେ୍ର୍ଦଶକ ଶ୍ରୀ ଉପାଧ୍ୟାୟ କାମାକ୍ଷାନଗର ଆଦର୍ଶ ଥାନାକୁ ବୁଲି ଦେଖିବା ସହ ଥାନାର ଆଇଆଇସି ଜ୍ଞାନରଞ୍ଜନ ସାମଲଙ୍କୁ ସାଧୁବାଦ ଜଣାଇଛନ୍ତି । ଆଇଆଇସିଙ୍କ ପ୍ରଚେଷ୍ଟାରେ ଏହା ଏକ ସୁନ୍ଦର ଓ ଆଦର୍ଶ ଥାନାର ମାନ୍ୟତା ଲାଭ କରିଛି । ପୂର୍ବରୁ ପ୍ରସ୍ତୁତ କରାଯାଇଥିବା କାମାକ୍ଷାନଗର ମହାବିଦ୍ୟାଳୟର ୨୦ ଛାତ୍ରଛାତ୍ରୀଙ୍କୁ ଅସ୍ଥାୟୀ ଟ୍ରାଫିକ୍ ନିଯୁକ୍ତି ଦେବା ପାଇଁ ଓ ସେମାନେ ରାସ୍ତାରେ କି କି କାର୍ଯ୍ୟନିର୍ବାହ କରିବେ ସେ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିସହିତ କାମାକ୍ଷାନଗର ଥାନାର ମୌଳିକ ସମସ୍ୟା ଓ ତାର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ । ରାଜ୍ୟରେ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଏହା ଏକ ଅଭିନବ ପ୍ରୟାସ ବୋଲି ଶ୍ରୀ ଉପାଧ୍ୟାୟ କହିଥିଲେ । ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ପ୍ରତ୍ୟେକ ଦିନ ୩ ଘଣ୍ଟା କାର୍ଯ୍ୟ କରିବା ସହ ମାସକୁ ୧୫ଦିନ କାର୍ଯ୍ୟ କରିବେ । ଯାହାଦ୍ୱାରା ପାରିଶ୍ରମିକ ବାବଦକୁ ୧୫୦୦ ଟଙ୍କା ମାସିକ ଦରମା ଦିଆଯିବ । ତାଙ୍କ ସହିତ ଡିଆଇଜି ନରସିଂହ ଭୋଳ, ଏସ୍ପି ସନ୍ତୋଷ ନାୟକ, ଏସ୍ଡିପିଓ ସୁପ୍ରଶନ ମଲ୍ଲିକ, ଥାନା ଅଧିକାରୀ ଜ୍ଞାନ ରଞ୍ଜନ ସାମଲ, ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଆଦର୍ଶ ଥାନାର ମାନ୍ୟତା ପାଇଲା ପରେ ଥାନା ଅଧିକାରୀ କାମାକ୍ଷାନଗର ଥାନାକୁ ସ୍ୱତନ୍ତ୍ର ଥାନାର ପରିଚୟ ସୃଷ୍ଟି କରିଥିବାରୁ ଶ୍ରୀ ସାମଲଙ୍କୁ ମହାନିଦେ୍ର୍ଦଶକ ଉଚ୍ଚ ପ୍ରଶଂସା କରିଥିଲେ ।

ସେଆର କରନ୍ତୁ:



Powered by odothemes.com