AMA-GAON-AMA-BIKASH-PROGRAMMEE-AT-BANT

୧୭୮ ପ୍ରକଳ୍ପ ମଞ୍ଜୁର, ଖର୍ଚ୍ଚ ହେବ ୬ କୋଟି ୧୫ ଲକ୍ଷ

75

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ
ବନ୍ତ,୧ ।୮(ଆପ୍ର): ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆଜି ଭଦ୍ରକ ଜିଲା ବନ୍ତ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୭୮ଟି ପ୍ରକଳ୍ପ ଘୋଷଣା କରାଯାଇଥିବା ବେଳେ ମୋଟ ୬ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ଜଣାପଡ଼ିଛି ।
ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି ବ୍ଲକର ୨୫ଟି ପଞ୍ଚାୟତର ୫ ହଜାରରୁ ଊଦ୍ଧ୍ୱର୍ ମହିଳା ଓ ପୁରୁଷ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫେରେନ୍ସିଂର ବାର୍ତ୍ତା ଶୁଣିଥିଲେ । ପୂର୍ବାହ୍ନ ୧୦ଟା ବେଳେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜିଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ଜିଲାପାଳ ଜ୍ଞାନ ଦାଶ, ଜିଲା ପ୍ରକଳ୍ପ ନିଦେ୍ର୍ଦଶକ ମଧୁସୂଦନ ମିଶ୍ର, ଉପଜିଲାପାଳ ସୁଚାରୁ ବଳ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଗୋଲକ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ବିଡିଓ ରେବେକା ବିଲୁଂଗ୍, ଉପାଧ୍ୟକ୍ଷ ମଞ୍ଜୁଲତା ଯେନା, ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ଯେନା, ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ, ଅତିରିକ୍ତ ତହସିଲଦାର ବିଜୟ କୁମାର ସେଠୀ, ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ସଭ୍ୟ ପ୍ରଶାନ୍ତ ଦାଶ, ରବିନ୍ଦ୍ର ଦାସ, ଅଭିମନୁ୍ୟ ସେଠୀ, ସେକ୍ ଜଲାଉଉଦ୍ଦୀନ, କମଳାକାନ୍ତ ସାହୁ, ନିହାରିକା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବନ୍ତ ବ୍ଲକର ୧୭୮ଟି ପ୍ରକଳ୍ପ ଘୋଷଣା କରାଯାଇଥିବା ବେଳେ ଏଥିନେଇ ମୋଟ ୬ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ସଂପର୍କରେ ଅବଗତ କରାଇବା ସହ ଉପସ୍ଥିତ ଜନସାଧାରଣଙ୍କୁ ବଧାୟୀ ଜଣାଇଥିଲେ । ଶେଷରେ ବନ୍ତ ବ୍ଲକ ପକ୍ଷରୁ ୧୫ନଂ. ଜୋନ୍ର ଜିଲା ପରିଷଦ ସଭ୍ୟା ରେବତୀ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ ଯେ, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୨୦୧୭-୧୮ ମସିହାରେ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସୁବିଧା ପାଇଁ ଏହି ଯୋଜନା ଆରମ୍ଭ କରିଛନ୍ତି । ମଂଜୁର ହୋଇଥିବା ପ୍ରକଳ୍ପ ଗୁଡିକ ସାଂସଦ କିମ୍ବା ବିଧାୟକଙ୍କ ପାଣ୍ଠିରୁ ହୋଇପାରିନଥାନ୍ତା । ଯାହା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସମ୍ଭବ ହୋଇପାରିଛି । ସାଂସଦ ଅର୍ଜ୍ଜୁନ ଚରଣ ସେଠୀ କହିଥିଲେ ଯେ, ଏହି ବ୍ଲକରେ ୨୫ଗୋଟି ପଞ୍ଚାୟତକୁ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡିଥିବା ୨୫ ଲକ୍ଷ ଗରିବ ହିତାଧିକାରୀ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ନେଇ ଘୋଷଣା କରିଛନ୍ତି । ଏତଦ୍ବ୍ୟତିତ ମିଶନ ଶକ୍ତି ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୧୫ ଲକ୍ଷ ଓ ବ୍ଳକ ସଂଗଠନକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ସୂଚନା ଦେଇଥିଲେ । ପ୍ରଗତିଶୀଳ ଓଡିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ ବୋଲି ସାଂସଦ କହିଥିଲେ ।

ସେଆର କରନ୍ତୁ:



Powered by odothemes.com