Uttarakhand

ୟୁପି: ମଦମୃତୁ୍ୟ ସଂଖ୍ୟା ୧ଠ୪ ଟପିଲା

12

ଲକ୍ଷ୍ନୌ, ୧୦ା୨: ଉତ୍ତରପ୍ରଦେଶ (ୟୁପି) ଓ ଉତ୍ତରାଖଣ୍ଡର ବିଷାକ୍ତ ମଦ ପିଇ ମୃତୁ୍ୟ ସଂଖ୍ୟା ୧୦୪ରେ ପହଞ୍ଚôଛି । ତେବେ ଏହି ଘଟଣାରେ ୨ ଶହ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ମଦ ମୃତୁ୍ୟକୁ ନେଇ ରାଜନୀତି ଜୋର ଧରିଛି । କଂଗ୍ରେସର ନବନିଯୁକ୍ତ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଏହି ଘଟଣାରେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରିୟଙ୍କା କହିଛନ୍ତି ଯେ ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ଦାୟୀ ଲୋକଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ମଦ ମୃତୁ୍ୟ ତାଙ୍କୁ ବ୍ୟଥିତ କରିଛି । ଏହା ଏକ ଦୁଃଖଦ ଘଟଣା । ଏହା ମଧ୍ୟ ନିନ୍ଦନୀୟ । ଏଥିରୁ ଅନୁମାନ କରାଯାଇପାରେ ଯେ ବିଷାକ୍ତ ମଦ କାରବାର କେଉଁଭଳି ଏହି ଦୁଇ ରାଜ୍ୟରେ ବ୍ୟାପିଛି । ମୃତକଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି ।
ମଦମୃତୁ୍ୟ ସଂପର୍କରେ ସାହାରନପୁର ଜିଲ୍ଲା ମାଜିଷ୍ଟ୍ରେଟ୍ ଆଲୋକ କୁମାର ପାଣ୍ଡେ କହିଛନ୍ତି ଯେ ୪୬ ଜଣଙ୍କର ଶବ ବ୍ୟବଚ୍ଛେଦ ସରିଛି । ୩୬ ଜଣ ଏହି ବିଷାକ୍ତ ମଦ୍ୟପାନ ଯୋଗୁ ମୃତୁ୍ୟବରଣ କରିଥିବା ସ୍ପଷ୍ଟ ହୋଇଛି । ମିରଟ୍ ଏସ୍ପି ଆର୍ ସିଂହ କହିଛନ୍ତି ଯେ ୧୪ ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଅଛି । ସେହିଭଳି ହରିଦ୍ୱାରରେ ୩୨ ଜଣଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ପୁଲିସ ୯୨୬୯ ଲିଟର ବିଷାକ୍ତ ମଦ ଉତ୍ତରପ୍ରଦେଶରୁ ଓ ୧୦୬୬ ଲିଟର ବିଷାକ୍ତ ମଦ ଉତ୍ତରାଖଣ୍ଡରୁ ଜବତ କରିଛି । ବର୍ତ୍ତମାନ ସୁଦ୍ଧା ୨୧୫ ଜଣଙ୍କୁ ଗିରଫ କରାଯାଇଥିଲାବେଳେ ୨୯୭ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଉତ୍ତରାଖଣ୍ଡରେ ୪୯ ମାମଲା ରୁଜୁ ହୋଇଛି । ଉତ୍ତରପ୍ରଦେଶ ସରକାର ଘଟଣାର ପ୍ରଶାସନିକ ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି । ପୁଲିସ ଓ ଅବକାରୀ ବିଭାଗର ବହୁ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।
ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ମଦମୃତୁ୍ୟ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଏସ୍ପି ନେତାମାନେ ଏଭଳି ଖଳପ୍ରକୃତିର କାର୍ଯ୍ୟ କରିଆସିଛନ୍ତି । ଆଜମ୍ଗଡ଼, ହରଦୋଇ, କାନପୁର ଓ ବରବାଙ୍କିରେ ଏସ୍ପି ନେତାମାନେ ମଦମୃତୁ୍ୟ ଘଟଣାରେ ସଂପୃକ୍ତ ଥିଲେ । ଏହି ଘଟଣା ପଛରେ ସେମାନେ ଷଡ଼ଯନ୍ତ୍ର କରିଥିବାକୁ ଅସ୍ୱୀକାର କରାଯାଇନପାରେ । ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି ଯେ ବିରୋଧୀମାନେ ବାରମ୍ବାର ବେଆଇନ ମଦ କାରବାର ନେଇ ସତର୍କ କରାଇଥିଲେ ବି ବିଜେପି ସରକାର ଶୁଣିନଥିଲେ । ପୂର୍ବରୁ ବିରୋଧୀ ଏଭଳି ବେଆଇନ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ମାତ୍ର ସେମାନଙ୍କ ଦଳର ନେତା ଏହି ବେଆଇନ କାର୍ଯ୍ୟରେ ସଂପୃକ୍ତ ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏହା ସତ୍ୟ ଯେ ଏଭଳି ବେଆଇନ କାରବାର ସରକାରଙ୍କ ବିନା ସହଯୋଗରେ ଚାଲିପାରିବ ନାହିଁ । ବିଜେପି ଏହାକୁ ସ୍ୱୀକାର କରିବା ଆବଶ୍ୟକ ରହିଛି । ସୂଚନାଯୋଗ୍ୟ, ୨୦୧୧ରୁ ଏପର୍ଯ୍ୟନ୍ତ ୟୁପିରେ ୮ଟି ମଦମୃତୁ୍ୟ ଘଟଣାରେ ୧୭୫ ଜଣଙ୍କର ମୃତୁ୍ୟ ହୋଇଥିଲା । ତେବେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେଲା ପରେ ୪ଟି ମଦମୃତୁ୍ୟ ଘଟିଲାଣି ।

ସେଆର କରନ୍ତୁ:



Powered by odothemes.com