dgp

ହାବିଲଦାର, କନେଷ୍ଟବଳଙ୍କୁ ତଦନ୍ତ କ୍ଷମତା

45

କଟକ,୪ା୧(ବୁ୍ୟରୋ): ଏଣିକି କନେଷ୍ଟବଳ ଓ ହାବିଲଦାରମାନେ ଛୋଟଛୋଟ ମାମଲାର ତଦନ୍ତ କରିବେ । ରାଜ୍ୟ ସରକାର ନିଷ୍ପତ୍ତି ଅନୁସାରେ ଓଡିଶା ପୋଲିସର ଆପରାଧିକ ଗୁଇନ୍ଦା ହାଇବିଲଦାର ଏବଂ ଗ୍ରାଜୁଏଟ କନଷ୍ଟେବଳମାନେ ଛୋଟ ଅପରାଧ ମାମଲା ତଦନ୍ତ କରିବେ ବୋଲି ଆଜି ଆରକ୍ଷୀ ମହାନିଦେ୍ର୍ଦଶକ ଡ଼ା ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି । ଥାନା ଗୁଡିକରେ ବହୁ ମାମଲା କର୍ମଚାରୀଙ୍କ ଅଭାବରୁ ଠିକ୍ ଭାବେ ଓ ଶୀଘ୍ର ତଦନ୍ତ ହୋଇପାରୁନାହିଁ । ଏଣୁ ସିଆର୍ପିସିର-୧୫୭, ୧୯୭୩ ଓ ୧୯୭୪ର ବ୍ୟବହାର କରି ହାବିଲଦାର ଓ କନେଷ୍ଟବଳଙ୍କୁ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାର କ୍ଷମତା ପ୍ରଦାନ କରାଯାଇଛି । ରାଜ୍ୟ କ୍ରାଇମବ୍ରାଂଚର ପରାମର୍ଶ କ୍ରମେ ଡିଜିପି ଡା. ଆର୍ପି ଶର୍ମା ଗତବର୍ଷ ଜାନୁଆରୀ ୨୭ ତାରିଖରେ ଏହି ମର୍ମରେ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲେ । ସରକାର ସେହି ପ୍ରସ୍ତାବକୁ ସବିଶେଷ ଅନୁଧ୍୍ୟାନ କରିବା ପରେ ଗତ ୩ ତାରିଖରେ ଏହି ନିଦେ୍ର୍ଦଶନାମା ପ୍ରକାଶ କରିଛନ୍ତି । ତଦନୁସାରେ ସଂପୃକ୍ତ ହାବିଲଦାର ଓ କନଷ୍ଟେବଳମାନେ ଛୋଟମୋଟ ଅପରାଧ ମାମଲାର ତଦନ୍ତ କରିପାରିବେ । ଆଇପିସିର ଯେଉଁସବୁ ଦଫାରେ ୩ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ରହିଛି ସେସବୁ ମାମଲା ସମେତ ଜୁଆ , ବାଣ ଓ ଡାକବାଜୀ ଯନ୍ତ୍ର ସଂପର୍କିତ ମାମଲା, ବାଳଅପରାଧ, ମଟରସାଇକେଲ ଚୋରି, ଅବକାରୀ ମାମଲା ଏବଂ ଅନ୍ୟାନ୍ୟ ସ୍ଥାନୀୟ ଛୋଟମୋଟ ମାମଲାର ତଦନ୍ତ ଦାୟିତ୍ୱ ହାଇବିଲଦାର ଓ କନଷ୍ଟେବଳମାନେ ତୁଲାଇବାକୁ ଯାଉଛନ୍ତି । ତେବେ ଏ ପ୍ରକାର ତଦନ୍ତ କରିବା ପୁର୍ବରୁ କନେଷ୍ଟବଳ ଓ ହାବିଲଦାରମାନଙ୍କୁ ୪ ରୁ ୫ ସପ୍ତାହର ବିଭାଗୀୟ ତାଲିମ ପ୍ରଦାନ କରାଯିବା ସହ ଥାନା ମାନଙ୍କରେ ୪୫ ଦିନର କାର୍ଯ୍ୟ ଦିଆଯାଇ ଏମାନଙ୍କର କାର୍ଯ୍ୟ ଦକ୍ଷତା ଦେଖାଯିବା ପରେ ଏ ପ୍ରକାର ଦାୟୀତ୍ୱ ପ୍ରଦାନ କରାଯିବ ବୋଲି ଆରକ୍ଷୀ ମହାନିଦେ୍ର୍ଦଶକ ଡ଼ା ଶର୍ମା ସୂଚନା ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com