Photo-No

ହାତୀ ଭୟରେ ଗ୍ରାମବାସୀ ଅନିଦ୍ରା

67

ପରଜଙ୍ଗ (ଆପ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ର କିଛି ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ ଉପଦ୍ରବ ବଢିବାରେ ଲାଗିଛି । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ ପ୍ରାୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଅଳ୍ପ କେତେକ ଜଳସେଚିତ ଜମିରେ ଯେଉଁସବୁ ଫସଲ ହୋଇଛି ତାହା ବର୍ତ୍ତମାନ ହାତୀପଲ ନଷ୍ଟ କରିବାକୁ ବସିଲେଣି । ବନବିଭାଗ ଏଥିପ୍ରତି କୌଣସି ପ୍ରକାରର ପଦକ୍ଷେପ ନେଉନଥିବାବେଳେ ହାତୀଙ୍କ ଉପଦ୍ରବରେ ଗ୍ରାମବାସୀ ଏବେ ରାତିରାତି ଅନିଦ୍ରାରେ ରହୁଛନ୍ତି । ପାଟରପଦା, ଲୋଧଣୀ, ପାଳସାହି, ରୋଡ, ପାଣିଭଣ୍ଡାର ଆଦି ଗ୍ରାମରେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ହାତୀ ରାତିରେ ଗାଁ ଭିତରେ ପଶି ଘରଦ୍ୱାର ଭାଙ୍ଗୁଛନ୍ତି । ଦିନବେଳେ ଫସଲ ନଷ୍ଟ କରୁଛନ୍ତି । ଏହାର ସ୍ଥାୟୀ ପଦକ୍ଷେପ ଜଙ୍ଗଲ ବିଭାଗ ନନେଲେ ଅଞ୍ଚଳବାସୀ ଆନେ୍ଦାଳନ କରିବେବୋଲି ଚେତାବନୀ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com