ହାତୀ ଆକ୍ରମଣ ପୀଡ଼ିତାଙ୍କୁ ମିଳୁନି ଚିକିତ୍ସା ସେବା

62

ଡେରା (ଆପ୍ର): ହିନେ୍ଦାଳ ବ୍ଲକ୍ ରଜଲା ଗ୍ରାମର ବିଦ୍ୟାଧର ନାଏକଙ୍କ ସ୍ତ୍ରୀ ସୁଲୋଚନା ନାଏକ (୪୦) ପାହାନ୍ତାରେ ଗ୍ରାମ ପାଖ ପାହାଡକୁ ଶୌଚ ହେବାକୁ ଯାଇଥିଲେ । ହଠାତ୍ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା । ଫଳରେ ତାଙ୍କ ବାମହାତ ମଣିବନ୍ଧ, ବାମଜଙ୍ଘ ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିଲା । ସେ ତୁରନ୍ତ ତାଳଚେର ମଣ୍ଡାପାଳ ସରକାରୀ ଡାକ୍ତରଖାନାକୁ ଆସିଥିଲେ । ମାତ୍ର ଦୀର୍ଘ ୧୩ଦିନ ବିତି ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ଚିକିସôା କରିବାତ ଦୂରରକଥା ତାଙ୍କୁ ଆଡ ଅଖିରେ ଦେଖି ନଥିବା ଅଭିଯୋଗ ହୋଇଛି । ଏପରିକି ପୀଡିତା ଓ ତାଙ୍କ ସ୍ୱାମୀଙ୍କୁ ବହୁ ପ୍ରକାର ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଅନ୍ୟ ଡାକ୍ତରଖାନାକୁ ନିଅ ବୋଲି ବାରମ୍ବାର କହୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଖବର ଗଣମାଧ୍ୟମ ପ୍ରତିନିଧି ଜାଣିବା ପରେ ସେମାନେ ଡାକ୍ତରଖାନା ପରିସରକୁ ପୀଡିତାଙ୍କୁ ଭେଟିବାକୁ ଯାଇ ଏସଡିଏମଓ ମୀନା ଦ୍ୱାରୀଙ୍କୁ ଦେଖିବାକୁ ପାଇନଥିଲେ । ଫଳରେ ଡାକ୍ତରଖାନା ପାଶ୍ୱର୍ ତାଙ୍କ ବାସଭବନକୁ ଯାଇ ସେଠାରେ ନିଜେ ଏକ କ୍ଲିନକ ଖୋଲି ଚିକିସôା କରୁଥିବା ଲକ୍ଷ କରାଯାଇଥିଲା । ପୀଡିତାଙ୍କ ଚିକିସôା ବିଷୟରେ ପଚାରିବାରେ ସେ ସିଧାସଳଖ କିଛି ବି ନକହି ଅଭିଯୋଗ ସମ୍ପୂର୍ଣ୍ଣ ଭିତିହିନ ବୋଲି କହିଥିଲେ । ଗଣମାଧ୍ୟମକୁ କିଏ ଡାକିଛି ଉଭୟ ସ୍ୱାମୀ ଡାକ୍ତର ଆରଏନ ନାୟକ ଓ ଶ୍ରୀମତୀ ଦ୍ୱାରୀ କହି ଗଣମାଧ୍ୟମ ଉପରେ ଖପ୍ପା ହୋଇଥିଲେ । ତେବେ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ସହ ପୀଡ଼ିତାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com