kalapathar

ହତ୍ୟା ଅଭିଯୋଗ କରିବାରୁ ସଂପର୍କୀୟଙ୍କୁ ମାଡ଼

36

ବିବାହିତାଙ୍କ ଶବଦାହକୁ ନେଇ ଟଣାଓଟରା
କଳାପଥର/ରାଜସୁନାଖଳା (ଆପ୍ର): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁରରେ ପୂଜାରିଣୀ ଗୋଛିଙ୍କ ସନେ୍ଦହଜନକ ଅବସ୍ଥାରେ ମୃତୁ୍ୟ ଘଟିବା ପରେ ଶାଶୂ ଘର ସୁନାଖଳା ନିକଟସ୍ଥ ସାନକୁମ୍ଭାରୀ ଠାରେ ଶବଦାହକୁ ନେଇ ବାପଘର ଓ ଶାଶୁଘର ଲୋକଙ୍କ ମଧ୍ୟରେ ଟଣା ଓଟରା ଲାଗିବା ଚର୍ଚ୍ଚାର ବିଷୟ ହୋଇଛି । ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଟିକିରିପଡ଼ାର ପୂର୍ଣ୍ଣଚନ୍ଦ୍ର ଗୋଛିଙ୍କର ବଡ ଝିଅ ପୂଜାରିଣୀ ୨୦୧୪ ମସିହାରେ ବୋଲଗଡ଼ ଥାନା ସାନକୁମ୍ଭାରୀର ବିପିନ ରାଉତଙ୍କ ସାନ ପୁଅ ଭାସ୍କର ରାଉତଙ୍କୁ ବିବାହ କରିଥିଲେ । ବିବାହ ପରେ ଅଧିକ ଅର୍ଥ ଓ ବାଇକ୍ ଦାବୀ କରି ଭାସ୍କରଙ୍କ ପରିବାର ଲୋକେ ପୂଜାରିଣୀଙ୍କୁ ମାରଧର କରୁଥିଲେ । ପୂଜା ଗର୍ଭବତୀ ଥିବାରୁ କିଛି ଦିନ ତଳେ ଭାସ୍କର ତାଙ୍କୁ ସାଙ୍ଗରେ ନେଇ କଲ୍ୟାଣସିଂହପୁରରେ ରଖିଥିଲେ । ସେଠାରେ ମଧ୍ୟ ଭାସ୍କର ମାଡ଼ ମାରୁଥିବା ସଂପର୍କରେ ପୂଜାରିଣୀ ଫୋନ୍ କରି ବାପ ଘରକୁ ଜଣାଇଥିଲେ ବୋଲି ପୂର୍ଣ୍ଣଚନ୍ଦ୍ର ପ୍ରକାଶ କରିଛନ୍ତି । ଗତ ୧୮ ତାରିଖ ବିଳମ୍ବିତ ରାତିରେ ଝିଅ ଦେହ ଗୁରୁତର ଥିବା ଫୋନ୍ ଯୋଗେ ଖବର ପାଇ ସେ କଲ୍ୟାଣସିଂହପୁର ଯାଇ ଝିଅର ମୃତୁ୍ୟ ଘଟିଥିବା ଜାଣିବାକୁ ପାଇଲେ । ତାଙ୍କୁ ଡାକ୍ତରଖାନା ଆଣିବା ବେଳକୁ ମୃତୁ୍ୟ ହୋଇ ସାରିଥିଲା । କଲ୍ୟାଣସିଂହପୁର ଥାନାଧିକାରୀ ପଞ୍ଚନାମା ଓ ବ୍ୟବଛେଦ ପରେ ପୂଜାରିଣୀଙ୍କ ଶବ ବାପଘର ଲୋକଙ୍କୁ ହସ୍ତାନ୍ତର କରିବା ସହ ଭାସ୍କରଙ୍କୁ ଅଟକ ରଖିଥିଲେ । ରାସ୍ତାରେ ଭାସ୍କରଙ୍କ କିଛି ଷ୍ଟାଫ୍ ଏବଂ ଗାଁ ଲୋକେ ବଳପୂର୍ବକ ଶବକୁ ସାନକୁମ୍ଭାରୀରକୁ ନେଇଯାଇଥିଲେ । ବାପଘର ଲୋକେ ଭାସ୍କରଙ୍କ ଗ୍ରାମରେ ପହଞ୍ଚô ଝିଅର ଶବକୁ ଦେଖିବା ପାଇଁ କହିବାରୁ ଭାସ୍କରଙ୍କ ବଡଭାଇ ଓ ବାପା ଏବଂ କିଛି ବ୍ୟକ୍ତି ସେମାନଙ୍କୁ ମାରଧର କରିଥିଲେ । ଏହାର ପ୍ରତିବାଦ କରି ପୂଜାଙ୍କ ପରିବାର ଲୋକେ ସ୍ଥାନୀୟ ବାଙ୍କୋଇ ଫାଣ୍ଡି ଘେରାଉ କରିବାରୁ ବୋଲଗଡ଼ ଆଇଆଇସିଙ୍କ ନିଦେ୍ର୍ଦଶ କ୍ରମେ ବାଙ୍କୋଇ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚô ପୂଜାଙ୍କ ପରିବାରକୁ ଶବ ହସ୍ତାନ୍ତର କରିଥିଲେ । ପୂଜାଙ୍କ ମା ନର୍ମଦା ଗୋଛିଙ୍କ ଏତାଲା ଆଧାରରେ ଭାସ୍କର ରାଉତ, ଶ୍ୱଶୁର ସପନା ରାଉତ, ଶାଶଊ ଗମନୀ ରାଉତ, ଦେଢଶୁର ଛାଟିଆ ରାଉତ, ବଡ଼ ଯାଆ ନେହୁରୀ ରାଉତଙ୍କ ନାମରେ ପୁଲିସ ମାମଲା କରିଛି ।

ସେଆର କରନ୍ତୁ:



Powered by odothemes.com