tirtol-BJD-Ra-Ghare-Ghare-Sankha-(3)

‘ହକ୍ ମାଗୁଛି ଓଡ଼ିଶା’ ଓ ‘ଘରେ ଘରେ ଶଙ୍ଖ’ ଅଭିଯାନ ପ୍ରସ୍ତୁତି

6

ତିର୍ତ୍ତୋଲ,୧୬ା୩(ଆପ୍ର): ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେଡି ‘ହକ୍ ଓଡ଼ିଶା ମାଗୁଛି’ ଓ ‘ଘରେ ଘରେ ଶଙ୍ଖ’ ଅଭିଯାନର ପ୍ରସ୍ତୁତି ବୈଠକ ତିର୍ତ୍ତୋଲ ବିଧାୟିକା ଡ. ରାଜଶ୍ରୀ ମଲ୍ଲିକଙ୍କ ସଭାପତିତ୍ୱରେ ନିଜ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରରେ ଥିବା ବିଜେପି ସରକାର ଓ ବିରୋଧି ଦଳ କଂଗ୍ରେସକୁ ଭର୍ତ୍ସନା କରିଥିଲେ । ଦୀର୍ଘ୧୯ ବର୍ଷ ବିଜେଡି ଶାସନ କାଳ ଭିତରେ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଜନସାଧାରଣ ନିକଟତର ହୋଇପାରିଛନ୍ତି । ବିଜେପି ଓ କଂଗ୍ରେସ ଭାଷଣବାଜି କରି ସୋସିଆଲ ମିଡିଆରେ ନିଜର ପ୍ରଚାର ପ୍ରସାର କରିଚାଲିଛନ୍ତି । ରାଜ୍ୟ ସରକାର ତାଙ୍କର ଏହି ହୀନ ମାନସିକକୁ ଆଗାମୀ ଦିନରେ ପ୍ରସୟ ଦେବେନାହିଁ ବୋଲି ବିଧାୟିକା ଡ. ରାଜଶ୍ରୀ ମଲ୍ଲିକ ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ । ଏହା ସହିତ ‘ଘରେ ଘରେ ଶଙ୍ଖ’ ଅଭିଯାନ କାର୍ଯ୍ୟକ୍ରମ ସମ୍ପର୍କରେ ସୁଚନା ପ୍ରଦାନ କରିବା ସହିତ କେନ୍ଦ୍ର ସରକାରଙ୍କଠାରୁ ଓଡ଼ିଶା ମାଗୁଛି ହକ୍ ୧୧ଗୋଟି ଯୋଜନା ଯଥା ଗ୍ରାମଞ୍ଚଳରେ ବ୍ୟାଙ୍କସେବା କୋଇଲା, ଏମ୍ଏସ୍ପି, ଅନୁସୂଚିତ ଜାତି/ଜନଜାତି, ଉଜ୍ଜ୍ୱଳା ଯୋଜନାରେ ଜାଲିଆତି, ଓଡ଼ିଶାର ଯୁବକଯୁବତୀଙ୍କୁ ଚାକିରିରେ ନିଯୁକ୍ତି ପ୍ରଦାନ, ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଉପରେ ଅବହେଳା, ଟେଲିକମ୍ ସଂସ୍ଥାର ଅବହେଳା ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପିକୁ ଭର୍ତ୍ସନା କରିଥିଲେ । ବିଧାୟିକା ଡ଼. ମଲ୍ଲିକଙ୍କ ସମେତ ରାଜ୍ୟ ପର୍ଯ୍ୟବେକ୍ଷିକା ସ୍ୱରାଜ ଲକ୍ଷ୍ନୀ ସାମଲ, ପର୍ଯ୍ୟବେକ୍ଷକ ଭବାନୀ ଶଙ୍କର ଦାସ, ସ୍ମୃତି ରଞ୍ଜନ ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷା ପି୍ରୟଦର୍ଶିନୀ ବିଶ୍ୱାଳ, ବ୍ଲକ୍ ଅଧ୍ୟକ୍ଷା ସୁଜାତା ମହାନ୍ତି, ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱାପ୍ନା ସରିତା ବଳ, ଉପାଧ୍ୟକ୍ଷ ଦେବାଶିଷ ତି୍ରପାଠୀ, ବିରିଡ଼ି ବ୍ଲକ୍ ସଭାପତି ରବିନ୍ଦ୍ର ରାଉଳ, ରଘୁନାଥପୁର ଜିଲ୍ଲାପରିଷଦ ସଭ୍ୟା ଡେଜାଲିନୀ ମହାପାତ୍ର, ତିର୍ତ୍ତୋଲ ଜିଲ୍ଲାପରିଷଦ ସଭ୍ୟ ପ୍ରବୀର କୁମାର ରାୟ, ବିରିଡ଼ି ବ୍ଲକ୍ ସଭାନେତ୍ରୀ ମହେଶ୍ୱତା ଜେନା, ବ୍ଲକ୍ୟୁବ ସଭାପତି ପୁଷ୍ପପ୍ରକାଶ ପ୍ରଧାନ, ଆତ୍ମାର ଅଧ୍ୟକ୍ଷା ସବିତା ଦାସ, ଜିଲ୍ଲା ସମ୍ପାଦକ ପବିତ୍ର ପଶାୟତ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କୃଷକ ସାମୁଖ୍ୟ ସଭାପତି ନିହାର ରଞ୍ଜନ ସ୍ୱାଇଁ, ବିରିଡ଼ି ବ୍ଲକ୍ କୃଷକ ସାମୁଖ୍ୟ ସଭାପତି ବିଧାନ ଚନ୍ଦ୍ର ଜେନା, ପୂର୍ବତନ ଉପାଧ୍ୟକ୍ଷ ଶିବପ୍ରସାଦ ଜେନା, ପୂର୍ବତନ ସରପଞ୍ଚ କାଳନ୍ଦି ବସ୍ତିଆ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ସେଆର କରନ୍ତୁ:



Powered by odothemes.com