Baleswar--YUBA-SAMABESA-RE-MUKHYAMANTRI-NAVEEN-PATNAIK-(1)

ସେବା ମନୋବୃତ୍ତି ଯୁବ ସ୍ୱେଚ୍ଛାସେବୀଙ୍କୁ ସଶକ୍ତ କରିଛି

23

ବାଲେଶ୍ୱରରେ ଆଞ୍ଚଳିକ ଯୁବ ସମାବେଶ
ବାଲେଶ୍ୱର(ଆପ୍ର): ବୃହତ୍ ଯୁବ ସ୍ୱେଚ୍ଛାସେବୀ ସଂଗଠନ ବିଜୁ ଯୁବବାହିନୀ ରାଜ୍ୟ ବିକାଶରେ ଅଂଶବିଶେଷ ହେବା ଖୁସିର ବିଷୟ । ଦକ୍ଷତାର ବିକାଶ ସହ ସେବା ମନୋବୃତ୍ତି ବିଜୁ ଯୁବବାହିନୀକୁ ଅଧିକ ଶକ୍ତିଶାଳୀ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନିକିଆ ବାଲେଶ୍ୱର ଗସ୍ତରେ ଆସି ଦୁଇଟି ଉସôବରେ ଉଦବୋଧନ ଦେବା ସହିତ କୋଟି କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ପ୍ରାୟ ୧୨.୧୫ରେ ତାଳସାରୀ ମହୋସôବ ଉଦ୍ଘାଟନ କରି ଅଞ୍ଚଳବାସୀଙ୍କ ଉନ୍ନତି କାମନା କରିଥିଲେ । ଏହି ଅବସରରେ ସେ ୭୫.୭୩ କୋଟି ଟଙ୍କା ମୂଲ୍ୟର ୨୧ ପ୍ରକଳ୍ପ ଶିଳାନ୍ୟାସ ଏବଂ ୭୫.୮୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୨ଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ତାଳସାରୀ ମହୋସôବ ଉଦ୍ଘାଟନ ଉସôବରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ଉଚ୍ଚଶିକ୍ଷା ଓ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପରେ ଅପରାହ୍ନ ପ୍ରାୟ ୨.୫୫ରେ ବାଲେଶ୍ୱର ସହରସ୍ଥ ରିଜର୍ଭ ପୁଲିସ ପଡ଼ିଆରେ ଆୟୋଜିତ ଆଞ୍ଚଳିକ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଯୁବଶକ୍ତିର ସୁବିନିଯୋଗ ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେଇପାରିଛି ବୋଲି କହିଥିଲେ । ଗତବର୍ଷ ଗାନ୍ଧୀ ଜୟନ୍ତୀରେ ଗଠିତ ବୃହତ ଯୁବ ସ୍ୱେଚ୍ଛାସେବୀ ସଂଗଠନ ବିଜୁ ଯୁବବାହିନୀ ରାଜ୍ୟ ବିକାଶର ଅଂଶବିଶେଷ ହୋଇପାରିଛି । ଏହା ଖୁସିର ବିଷୟ । ଦକ୍ଷତାର ବିକାଶ ସହ ସେବା ମନୋବୃତ୍ତି ବିଜୁ ଯୁବବାହିନୀକୁ ଅଧିକ ଶକ୍ତିଶାଳୀ କରିପାରିଛି ବୋଲି ସେ ମତ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ବାଲେଶ୍ୱର ସମେତ ୫ ଜିଲ୍ଲାର ଯୁବ ସ୍ୱେଚ୍ଛାସେବୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ୫ହଜାର ୭୮୨.୬୫ କୋଟି ଟଙ୍କାର ୪୩ ଟି ପ୍ରକଳ୍ପ ଶିଳାନ୍ୟାସ ଓ ୩୧୧.୧୪ କୋଟି ଟଙ୍କା ବ୍ୟୟରେ ସମ୍ପାଦିତ ୩୩ ପ୍ରକଳ୍ପକୁ ଶ୍ରୀ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ସବୁ ପ୍ରକଳ୍ପର ଫଳକକୁ ପୁଲିସ ପଡ଼ିଆସ୍ଥିତ ଉସôବସ୍ତଳରେ ଅନାବରଣ କରାଯାଇଥିଲା । ରାଜ୍ୟ ଯୁବକଲ୍ୟାଣ ପରିଷଦ ଅଧ୍ୟକ୍ଷ ଅରୂପ ମୋହନ ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ଗଠିତ ବିଜୁ ଯୁବବାହିନୀର କାର୍ଯ୍ୟଧାରା ଓ ସମାଜସେବା ସମ୍ପର୍କରେ ଆଲୋକପାତ କରିଥିଲେ । ମୟୁରଭଞ୍ଜ ଜିଲ୍ଲା ଯୁବବାହିନୀର ଦକ୍ଷ ଯୁବ ସ୍ୱେଚ୍ଛାସେବୀ ରାକେଶ ମହାପାତ୍ର ସଂଗଠନର ଆଭିମୁଖ୍ୟ ଓ ବୃକ୍ଷରୋପଣ ସମ୍ପର୍କରେ ସୂଚନା ଦେଇଥିବା ବେଳେ ବାଲେଶ୍ୱରର ଶ୍ରେଷ୍ଠ ସ୍ୱେଚ୍ଛାକର୍ମୀ ସରିତା ବେହେରା ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ବର୍ଣ୍ଣନା କରିଥିଲେ ।
ମୁଖ୍ୟମନ୍ତ୍ରୀ ମଞ୍ଚାସୀନ ହେବା ପୂର୍ବରୁ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ହକି ଖେଳାଳି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଅଭିଭାଷଣ ପ୍ରଦାନ କରି ସାମ୍ପ୍ରତିକ ସ୍ଥିତିରେ ସ୍ୱେଚ୍ଛାସେବୀଙ୍କ ପରିବର୍ତ୍ତିତ କାର୍ଯ୍ୟଧାରା ଓ ଦକ୍ଷତା ଭିତ୍ତିକ ପରିଚୟ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ଥାନୀୟ ଯୁବ କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଓ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ଦ୍ୱାରା ନିଶା ନିବାରଣ ଶୀର୍ଷକକୁ ନେଇ ସ୍ୱତନ୍ତ୍ର ନୃତ୍ୟ ପରିବେଶିତ ହୋଇଥିଲା । ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସୋର ବିଧାୟକ ପର୍ଶୁରାମ ଧଡ଼ା, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ନୀଳିଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ସମେତ ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରୁ ବହୁ ନିର୍ବାଚିତ ଲୋକପ୍ରତିନିଧି ଏବଂ ୫ ଜିଲ୍ଲାର ୨୫ ହଜାରରୁ ଊଦ୍ଧ୍ୱର୍ ଯୁବ ସ୍ୱେଚ୍ଛାସେବୀ ସମାବେଶରେ ସାମିଲ ହୋଇଥିଲେ ।

ସେଆର କରନ୍ତୁ:



Powered by odothemes.com