berhampur-brudha-dampatinka-tharu-loot

ସିବିଆଇ ପରିଚୟ ଦେଇ ଲୁଟିଲେ ଅଳଙ୍କାର

27

ଲୁଟେରାଙ୍କ ନୂଆ ଫର୍ମୁଲା
ବ୍ରହ୍ମପୁର,୧୦ା୨ (ବୁ୍ୟରୋ): କିଛିଦିନ ହେଲା ବ୍ରହ୍ମପୁରରେ ଲୁଟେରା ନୂଆ ଫର୍ମୁଲାରେ ଲୁଟ୍ପାଟ୍ ଚଳାଇଛନ୍ତି । କେତେବେଳେ ପୁଲିସ ତ ଆଉ କେତେବେଳେ ସିବିଆଇର ପରିଚୟ ଦେଇ ବରିଷ୍ଠ ନାଗରିକଙ୍କଠାରୁ ଲୁଟୁଛନ୍ତି ଆୟ ଅଳଙ୍କାର । ଆଜି ଦିବାଲୋକରେ ଏକ ବରିଷ୍ଠ ନାଗରିକ ଦମ୍ପତି ଏଭଳି ଅଭିନବ ଲୁଟ୍ର ଶିକାର ହୋଇଛନ୍ତି । ବୈଦ୍ୟନାଥପୁର ଥାନା ଜୟପ୍ରକାଶନଗର ଛକରେ ବାହାଘର ଭୋଜିକୁ ଆସିଥିବା ଭୁବନେଶ୍ୱରର ବୃଦ୍ଧ ଦମ୍ପତିଙ୍କଠାରୁ କେତେକ ଦୁର୍ବୃତ୍ତ ୮୦ ଗ୍ରାମ୍ରୁ ଅଧିକ ସୁନା ଅଳଙ୍କାର ଲୁଟି ନେଇ ଚମ୍ପଟ ମାରିଛନ୍ତି । ପୂର୍ବାହ୍ନ ପ୍ରାୟ ୧୧.୩୦ରେ ଲୁଟ୍ପାଟ୍ ହୋଇଛି ଓ ଦମ୍ପତ୍ତି ପାଟି କରିବାରୁ ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ଜାଣି ପୁଲିସକୁ ଖବର ଦେଇଥିଲେ । ଥାନା ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ ସଦଳବଳ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିଥିଲେ ।
ସିଲ୍କ ସିଟିରେ ଲୁଟେରାଗ୍ୟାଙ୍ଗ୍ ଲୁଟ୍ପାଟ୍ର ତରିକା ବଦଳାଉଥିବାରୁ ପୁଲିସ ସେମାନଙ୍କ ନିକଟରେ ପହଞ୍ଚôବା କଷ୍ଟସାଧ୍ୟ ହୋଇପଡିଛି । ପୁଲିସ ଓ ସିବିଆଇ ପରିଚୟ ଦେଲେ ଲୋକେ ବିଶ୍ୱାସ କରୁଥିବାରୁ ଲୁଟିବା ସହଜ ହେଉଛି । ସୂଚନା ଅନୁଯାୟୀ, ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ଭାସ୍କର ପାତ୍ର ଓ ତାଙ୍କ ପତ୍ନୀ ରାଜକୁମାରୀ ପାତ୍ର ଜଣେ ସମ୍ପର୍କୀୟଙ୍କ ବାହାଘର ଭୋଜିରେ ଯୋଗଦେବା ପାଇଁ ବ୍ରହ୍ମପୁର ଆସି ଜୟପ୍ରକାଶନଗର ଯିବାବେଳେ ଲୁଟେରା ଦଳ ହାବୁଡ଼ରେ ପଡ଼ିଥିଲେ । ଲୁଟେରାମାନେ ସିବିଆଇ ପରିଚୟ ଦେବାସହିତ ପୁଲିସର ପରିଚୟପତ୍ର ଦେଖାଇଥିଲେ । ‘ଆଗରେ ଅସମାଜିକ ବ୍ୟକ୍ତି ଅଛନ୍ତି ତେଣୁ ପିନ୍ଧିଥିବା ସୁନା ଅଳଙ୍କାର ବ୍ୟାଗ୍ ଭିତରେ ରଖନ୍ତୁ’ ସେମାନେ କହିଥିଲେ । ଲୁଟେରାଙ୍କ କଥାକୁ ବିଶ୍ୱାସ କରି ଦମ୍ପତ୍ତି ଅଳଙ୍କାର କାଢ଼ି କାଗଜରେ ଗୁଡାଇ ବ୍ୟାଗ୍ ଭିତରେ ରଖିବାବେଳେ ଚତୁରତାର ସହ ଲୁଟେରାମାନେ ଏହାକୁ ନେଇ ଚମ୍ପଟ ମାରିଥିଲେ । ଟାଉନ୍ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି ଘଟଣାସ୍ଥଳରେ ପହଞ୍ଚô ସଂପୃକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ଲୁଟେରାଙ୍କୁ ଧରିବା ଲାଗି ପ୍ରୟାସ ଚଳାଇଛନ୍ତି । ସହରର ସବୁ ପ୍ରବେଶପଥ ସିଲ୍ କରାଯିବା ସହିତ ଛକରେ ବାଇକ୍ ଯାଞ୍ଚ କରାଯାଇଛି ।
ପୂର୍ବରୁ ସହରରେ ଏଭଳି ଘଟଣା ଘଟିଥିଲେ ମଧ୍ୟ ଲୁଟେରା ଧରାପଡ଼ିନଥିଲେ । ଲୁଟେରାଙ୍କଠାରୁ ସୁରକ୍ଷା ଦେବା ଲାଗି ପୁଲିସ କଡା ଆଭିମୁଖ୍ୟ ଗ୍ରହଣ କରୁ ବୋଲି ସହରବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ବୈଦ୍ୟନାଥପୁର ଥାନାରେ ବୃଦ୍ଧ ଦମ୍ପତି ଏତଲା ଦେବାପରେ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ମାମଲା ରୁଜୁ କରିବା ସହିତ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଲୁଟେରାଙ୍କୁ ଚିହ୍ନଟ କରିବା ଲାଗି ପ୍ରୟାସ ଚଳାଇଛନ୍ତି ।

ସେଆର କରନ୍ତୁ:



Powered by odothemes.com