BJD-MEET-CEO-(3)

ସିଇଓଙ୍କୁ ଫେରାଦ ହେଲା ବିଜେଡି

7

ସରକାରୀ ଅଧିକାରୀଙ୍କୁ ଧର୍ମେନ୍ଦ୍ରଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ
ଭୁବନେଶ୍ୱର(ବୁ୍ୟରୋ): ନିର୍ବାଚନ କମିଶନଙ୍କ ତତ୍ୱାବଧାନରେ କାର୍ଯ୍ୟରତ ସରକାରୀ ଅଧିକାରୀ ମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ବ୍ୟବହାର କରିବା ସହ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଆଜି ବିଜେଡ଼ି ପକ୍ଷରୁ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହା ଜଣାଇବା ସହ ଶ୍ରୀ ପ୍ରଧାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିଜେଡ଼ି ମୁଖପାତ୍ର ଡ.ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସିଇଓଙ୍କ ନିକଟରେ ଫେରାଦ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏନେଇ ଦଳ ପକ୍ଷରୁ ସିଇଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିବା ପରେ ଡ.ପାତ୍ର ସୂଚନା ଦେଇ କହିଛନ୍ତି ଯେ ମଙ୍ଗଳବାର ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଚେକିଂ କରିବାକୁ ଯାଇଥିବା ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ଅଧିକାରୀମାନଙ୍କୁ ସେ ର୍ଦୁବ୍ୟବହାର କରିବା ସହ ନାଲିଆଖି ଦେଖାଇ ଧମକାଇଥିଲେ । ଅଧିକାଂଶ ଟେଲିଭିଜନ୍ ଚ୍ୟାନେଲରେ ଏହି ଦୃଶ୍ୟ ପ୍ରସାରିତ ହୋଇଛି । ନିର୍ବାଚନ ଡୁ୍ୟଟିରେ ଥିବା ଯାଞ୍ଚକାରୀ ଅଧିକାରୀମାନଙ୍କୁ ଜଣେ ରାଜନୈତିକ ନେତା ଏଭଳି ନିମ୍ନସ୍ତରର ଆଚରଣ ଦେଖାଇବା ଦୁଃଖଦାୟକ । ନିର୍ବାଚନ କମିଶନ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ନିହାତି ଆବଶ୍ୟକ । ସେହିଭଳି ଧର୍ମେନ୍ଦ୍ର ହେଲିକପ୍ଟରରେ ସାଙ୍ଗରେ ନେଇ ଯାଇଥିବା ବନ୍ଦ ସୁଟକେଶ୍ ଟି କ’ଣ ତାହାର ଖୁଲାସା ହେବା ଦରକାର । ତାଙ୍କ ପାଖରେ ଥିବା ଏହି ବନ୍ଦ ସୁଟକେଶ୍କୁ ସମସ୍ତେ ଦେଖିଛନ୍ତି ଏବଂ ସେଥିରେ ଟଙ୍କା ଯାଇଥିବା ଅନେକଙ୍କର ସନେ୍ଦହ ହେଉଛି । ତେଣୁ ପ୍ରକୃତରେ ସେଥିରେ କ’ଣ ଥିଲା ତାହା ସମସ୍ତେ ଜାଣିବା ଦରକାର ବୋଲି ସିଇଓଙ୍କୁ ଜଣାଇଥିବା ଡ.ପାତ୍ର କହିଛନ୍ତି । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ମୁଖପାତ୍ର ଲେଲିନ୍ ମହାନ୍ତି ଏବଂ ସୁଲତା ଦେଓ ପ୍ରମୁଖ ସାମିଲ ହୋଇଥିଲେ ।

ସେଆର କରନ୍ତୁ:



Powered by odothemes.com