footpath-2

ସାଇକେଲ୍ ଟ୍ରାକ୍ ଓ ଫୁଟ୍ପାଥ୍ରୁ ହଟିଲା ୮୦ ଦୋକାନ

39

ଭୁବନେଶ୍ୱର,(ବୁ୍ୟରୋ): ସ୍ମାର୍ଟସିଟି ଭୁବନେଶ୍ୱରକୁ ବେଆଇନ ଭାବେ ମାଡ଼ିବସିଥିବା ଛୋଟ ଓ ଉଠା ଦୋକାନ, ନିର୍ମାଣକୁ ଉଚ୍ଛେଦ କରି ସହରକୁ ଟ୍ରାଫିକ୍ ସମସ୍ୟାରୁ ବିରାମ ଦେବା ପାଇଁ ବିଡିଏ, ବିଏମ୍ସି ଏବଂ ପୋଲିସ କମିଶନରେଟ ପକ୍ଷରୁ ଆଜି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ବିଏମ୍ସି, ବିଡିଏ ଏବଂ ପୋଲିସ୍ କମିଶନରେଟ୍ ପକ୍ଷରୁ ୧୦ ଜଣିଆ ସଦସ୍ୟ ରହିଥିବା ଏହି ଟିମ୍ରେ ବିଡିଏ ଏର୍ନ୍ଫୋସ୍ମେଣ୍ଟ୍୍ ସଦସ୍ୟ ଭବାନୀ ଶଙ୍କର ଚୟନୀ ସଂଯୋଜକ ଭାବରେ ଦାୟିତ୍ୱ ନିର୍ବାହ କରିବେ । ବିଏମ୍ସି ପକ୍ଷରୁ ଡେପୁଟି କମିଶନର ଶୁଭ୍ରଂଶୁ ମିଶ୍ରଙ୍କୁ ନୋଡାଲ୍ ଅଧିକାରୀ ଭାବରେ ଦାୟିତ୍ୱ ଦିଆଯାଇଛି । ସେହିପରି ଗୁରୁବାର ଏହି ଟିମ୍ ୮୦ଟି ବେଆଇନ୍ ଦୋକନ ହଟାଇଥିଲା । ବୈଠକରେ ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍ସି କମିଶନର ଡ. କ୍ରିଷନ କୁମାର ସହରର ସମସ୍ତ ସାଇକେଲ୍ ଟ୍ରାକ୍ ଏବଂ ଫୁଟ୍ପାଥ୍କୁ ଜବର ଦଖଲମୁକ୍ତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ନନ୍ମୋଟରାଇଜଡ୍ ଯାନବାହନକୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କୁ ଭିତ୍ତିଭୂମି ସହାୟତା ଦେବା ପାଇଁ ସାଇକେଲ୍ ଟ୍ରାକ୍କୁ ଜବରଦଖଲ ମୁକ୍ତ ରଖିବା ଅବଶ୍ୟମ୍ଭାବୀ ବୋଲି ଶ୍ରୀ କୁମାର କହିଛନ୍ତି । ମିଳିତ ସ୍କ୍ୱାର୍ଡ ବିମାନ ବନ୍ଦର ଠାରୁ ନନ୍ଦନ କାନନ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ୮୦ଗୋଟି ବେଆଇନ ଦୋକାନକୁ ଉଚ୍ଛେଦ କରିଛନ୍ତି । ୟୁନିଟ୍-୪ ଏବଂ ୧୨୦ ବାଟାଲିୟନ୍ ଅଞ୍ଚଳରେ ଏହି ସବୁ ଉଚ୍ଛେଦ ଅଭିଯାନ ହୋଇଥିଲା । ଗତ ବର୍ଷ ନଭେମ୍ବର ୨୯ ତାରିଖରେ ଭୁବନେଶ୍ୱର ସହରର ଟ୍ରାଫିକ୍ ସମସ୍ୟା ସମାଧାନ ସଂକ୍ରାନ୍ତ ଗୃହ ବିଭାଗର ଏକ ସଂକଳ୍ପକୁ ଭିତି କରି ରାଜ୍ୟ ସରକାର ସ୍ୱତନ୍ତ୍ର ମିଳିତ ସ୍କ୍ୱାଡ୍ ଗଠନ କରିବା ପାଇଁ ନୋଟିସ୍ ଜାରି କରିଥିଲେ । ଏହି ପରିପ୍ରେକ୍ଷୀରେ ଚଳିତ ମାସ ୪ ତାରିଖରେ ଟ୍ରାଫିକ୍ ପରିଚାଳନା କମିଟିର ବୈଠକ ଗୃହ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧିନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜଧାନୀକୁ ଜବରଦଖଲମୁକ୍ତ କରିବା ସହ ସାଇକେଲ୍ ଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ନିଷ୍ପତି ହୋଇଥିଲା । ଏହି ଉଚ୍ଚସ୍ତରୀୟ ବୈଠକରେ ପିଡବ୍ଲୁ୍ୟଡିର ଇଂଜିନିୟର ମୁଖ୍ୟ, ସାଧାରଣ ପ୍ରସାଶନ ବିଭାଗର ସ୍ୱତନ୍ତ୍ର ସଚିବ, ରାଜ୍ୟ ପରିବହନ କମିଶନର, ବିଏମ୍ସି କମିଶନର, ପୁଲିସ କମିଶନର ଏବଂ ଜାତୀୟ ରାଜପଥର ପ୍ରକଳ୍ପ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଓଡିଶା ମୁନିସିପାଲିଟି ଆକ୍ଟ ୨୦୦୩ ଅଧୀନରେ ଉଚ୍ଛେଦ କରିବା ନେଇ ରହିଥିବା ଆଇନ ଆଧାରରେ ଏହି ମିଳିତ ସ୍କ୍ୱାଡ୍ ଗଠନ କରାଯାଇଛି । ସହରର କ୍ରମବଦ୍ଧିଷ୍ଣୁ ଜନସଂଖ୍ୟା ଏବଂ ଏହାକୁ ତାଳ ଦେଇ ବଢ଼ିଚାଲିଥିବା ଯାନବାହନ ଯୋଗୁ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଅନିୟନ୍ତ୍ରିତ ହେବାରେ ଲାଗିଥିବା ବେଳେ ପଥଚାରୀ ଏବଂ ସାଇକେଲ୍ ଚାଳନା ଏଥିରେ ସୁଧାର ଆଣାଯାଇ ପାରିବ ବୋଲି ଲକ୍ଷ୍ୟ ରଖାଯାଇଛି ।

ସେଆର କରନ୍ତୁ:



Powered by odothemes.com