chatisagarh

ସରକାର ବଦଳିଲା, ଆଭିମୁଖ୍ୟ ବଦଳିଲାନି

31

ଭୁବନେଶ୍ୱର, ୧୦ା୨(ବୁ୍ୟରୋ): ଛତିଶଗଡ଼ରେ ସରକାର ବଦଳିଲା । ହେଲେ ମହାନଦୀ ସଂପର୍କରେ ଓଡ଼ିଶା ପ୍ରତି ଥିବା ଆଭିମୁଖ୍ୟର ପରିବର୍ତ୍ତନ ହେଲା ନାହିଁ । ମହାନଦୀ ବିବାଦର ଆପୋସ ସମାଧାନ ପାଇଁ ଗତକାଲି ମହାନଦୀ ଜଳ ବିବାଦ ଟ୍ରିବୁ୍ୟନାଲ ଉଭୟ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଥିଲେ । ତେବେ ଆଜି ଓଡ଼ିଶା ଆସିଥିବା ଛତିଶଗଡ଼ର ସ୍ୱାସ୍ଥ୍ୟ, ଗ୍ରାମ୍ୟ ଓ ଲୋକସଂପର୍କ ମନ୍ତ୍ରୀ ଟିଏସ୍ ସିଂହଦେଓଙ୍କ ବୟାନରେ ରାଜନୀତିର ବାସ୍ନା ଆସିଛି । ମହାନଦୀ ବିବାଦ ସଂପର୍କରେ ସେ କହିଛନ୍ତି ଯେ ନିର୍ବାଚନ ସରୁ, କଂଗ୍ରେସ ସରକାର ଆସିଲେ ଆପୋସ ସମାଧାନ ହେବ ।
ପୂର୍ବରୁ ଛତିଶଗଡ଼ରେ ବିଜେପି ସରକାର ଥିଲା । ସେତେବେଳର ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ଜଳସଂପଦ ମନ୍ତ୍ରୀ ବି୍ରଜମୋହନ ଅଗ୍ରୱାଲ ଓଡ଼ିଶା ବିରୋଧୀ ବୟାନ ଦେଇ ଚାଲିଥିଲେ । ଏପରିକି ଛତିଶଗଡ଼ ଉପରେ ସେମାନଙ୍କର ଏକଚାଟିଆ ଅଧିକାର ବୋଲି କହିବାକୁ ପଛାଇନଥିଲେ । ରାଜ୍ୟ ବିଜେପି ମଧ୍ୟ ସାପ ମରିବନି କି ବାଡ଼ି ଭାଙ୍ଗିବନି ନ୍ୟାୟରେ ବୟାନ ରଖୁଥିଲା । କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ମଧ୍ୟ ସଂଘୀୟ ବ୍ୟବସ୍ଥାର ପରମ୍ପରାକୁ ଭୁଲି ଛତିଶଗଡ଼ ସରକାରକୁ ପରୋକ୍ଷ ସମର୍ଥନ କରୁଥିଲେ । ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ଟ୍ରିବୁ୍ୟନାଲ ଗଠନ ପାଇଁ ଆବେଦନ କରିଥିଲେ । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶରେ ଟ୍ରିବୁ୍ୟନାଲ ଗଠନ ହେଲା । ବିଳମ୍ବରେ ହେଉ ପଛେ ଓଡ଼ିଶାକୁ ନ୍ୟାୟ ମିଳିବ ବୋଲି ଆଶା କରାଯାଉଥିଲା । ତେବେ ଗତକାଲି ଟ୍ରିବୁ୍ୟନାଲ ଉଭୟ ଛତିଶଗଡ଼ ଓ ଓଡ଼ିଶା ସରକାର ଆପୋସ ବୁଝାମଣାରେ ଏହାର ସମାଧାନ କରିବାକୁ ପରାମର୍ଶ ଦେବା ସହ ଉଭୟ ରାଜ୍ୟକୁ ଦୁଇ ସପ୍ତାହ ସମୟ ଦେଇଥିଲେ । ତେବେ ଆପୋସ ବୁଝାମଣା ନେଇ ଛତିଶଗଡ଼ର କଂଗ୍ରେସ ସରକାର ଏବେ ରାଜନୀତି ଆରମ୍ଭ କରିଛନ୍ତି । ଓଡ଼ିଶା ଗସ୍ତରେ ଆସିଥିବା ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ ଆପୋସ ଆଲୋଚନା ମାଧ୍ୟମରେ ସବୁ କିଛି ସମ୍ଭବ । ହେଲେ ନିର୍ବାଚନ ସରୁ, କଂଗ୍ରେସ ସରକାର ଆସୁ, ତା’ପରେ ବିବାଦ ସମାଧାନ ହେବ । ଶ୍ରୀ ସିଂହଦେଓ ଏହି ମନ୍ତବ୍ୟ ଦେଉଥିବା ସମୟରେ ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ତେବେ ନିରଞ୍ଜନ କିଛି କହିନଥିଲେ । ଛତିଶଗଡ଼ରେ କଂଗ୍ରେସ ସରକାର ସଦ୍ୟ କ୍ଷମତାକୁ ଫେରିଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘ୍ଲେଙ୍କ ଶପଥଗ୍ରହଣ ଉତ୍ସବରେ ନିରଞ୍ଜନ ଯୋଗ ଦେଇଥିଲେ । ସେଠାରୁ ଫେରି କହିଥିଲେ ଆପୋସ ଆଲୋଚନା ମାଧ୍ୟମରେ ମହାନଦୀ ବିବାଦ ସମାଧାନ ପାଇଁ କଥାବାର୍ତ୍ତା ହୋଇଛି । ହେଲେ ଟି୍ରବୁ୍ୟନାଲର ରାୟର ଦିନକ ପରେ ଛତିଶଗଡ଼ ମନ୍ତ୍ରୀଙ୍କର ଏଭଳି ବୟାନ ସଂପୂର୍ଣ୍ଣ ରାଜନୈତିକ ବୋଲି ମତ ପ୍ରକାଶ ପାଇଛି ।

ସେଆର କରନ୍ତୁ:



Powered by odothemes.com