1

ସରକାରୀ ନିୟମ ବିରୋଧରେ ସ୍କୁଲ ବର୍ଜନ

61

ସ୍କୁଲ ମିଶ୍ରଣକୁ ନେଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଉପସ୍ଥାନ ଶୂନ୍ୟ
ଭୁବନ,୧୫ା୧୨(ଆପ୍ର): ସରକାରୀ ନିୟମ ଅନୁଯାୟୀ ୧୦୦ ମିଟର ଦୂରତାରେ ଥିବା ବିଦ୍ୟାଳୟ ଗୁଡ଼ିକୁ ମିଶ୍ରଣ କରିବା ନିମନ୍ତେ ଯୋଜନା ହୋଇଥିବାବେଳେ ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ଏସିରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଟି ବାଳକ ଉଚ୍ଚ ବିଦ୍ୟାଳୟ ସହିତ ମିଶ୍ରିତ ହେବାପାଇଁ ବ୍ଲକ ଶିକ୍ଷା ଅଧିକାରୀ ଚିଠି ନଂ ୧୯୧୮/୧୨.୧୨.୧୮ରେ ଚିଠି କରିଛନ୍ତି । ତେବେ ଏହି ଚିଠିର ଖବରପାଇ ଶୁକ୍ରବାର ପରିଚାଳନା କମିଟି ଓ ଅଭିଭାବକମାନେ ଏହାର ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇଥିବା ବେଳେ ଶନିବାର ସହକାରୀ ଶିକ୍ଷା ଅଧିକାରୀ ବିଦ୍ୟାଳୟରେ ଉପସ୍ଥିତ ହୋଇ ପ୍ରଧାନଶିକ୍ଷୟିତ୍ରୀ ଦାୟିତ୍ୱରେ ଥିବା ଗଣେଶ୍ୱର ଦାଶଙ୍କୁ ବିଧିବଦ୍ଧ ଭାବେ ଏହି ଚିଠି କରିଛନ୍ତି । ଅପରପକ୍ଷେ ଶନିବାର ବିଦ୍ୟାଳୟର ଛାତ୍ରୀମାନେ ମିଶ୍ରଣ ପ୍ରକ୍ରିୟାକୁ ବିରୋଧ କରି ବିଦ୍ୟାଳୟକୁ ବର୍ଜନ କରିଥିବା ବେଳେ ବିଦ୍ୟାଳୟ ଖୋଲା ଓ ଶ୍ରେଣୀଗୃହ ବନ୍ଦ ପଡ଼ିଥିବା ଦେଖାଯାଇଛି । ବିଦ୍ୟାଳୟରେ ଉପସ୍ଥାନ ଶୂନ୍ୟ ହୋଇଥିବାବେଳେ ମଧ୍ୟାହ୍ନଭୋଜନ ରୋଷେଇ ମଧ୍ୟ ବନ୍ଦ ହୋଇଯାଇଛି । ଏହାକୁ ନେଇ ପ୍ରଧାନଶିକ୍ଷୟିତ୍ରୀ ଦାୟିତ୍ୱରେ ଥିବା ଶ୍ରୀ ଦାସ ପରିଚାଳନା କମିଟି ଓ ଅଭିଭାବକଙ୍କୁ ତୁରନ୍ତ ବିଦ୍ୟାଳୟକୁ ଡାକି ଏ ସମ୍ପର୍କରେ ଆଲୋଚନା କରିଥିବା ବେଳେ ସହକାରୀ ଶିକ୍ଷା ଅଧିକାରୀ ଶ୍ରୀ ସାହୁ ମଧ୍ୟ ତୁରନ୍ତ ପିଲାମାନଙ୍କୁ ଶିକ୍ଷାଦାନ କରାଇବା ପାଇଁ ପରିଚାଳନା କମିଟି ଓ ଅଭିଭାବକଙ୍କ ସହାୟ ଲୋଡିଥିଲେ । ତେବେ ଏହି ମିଶ୍ରଣରେ ଛାତ୍ରୀମାନଙ୍କ ଶିକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ନାନା ସମସ୍ୟା ଉପୁଜିବା ଆଶାକରି ପରିଚାଳନା କମିଟି, ଅଭିଭାବକ ଓ ଛାତ୍ରୀମାନେ ରହୁଥିବା ବେଳେ ସୋମବାର ବିଦ୍ୟାଳୟରେ ଛାତ୍ରୀଙ୍କ ଉପସ୍ଥାନ ରହିବ ନା ନାହିଁ ସମୟ କହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଆଗକୁ ପରୀକ୍ଷା ଥିବାବେଳେ ତୁରନ୍ତ ଏହି ସମସ୍ୟାର ଅବସାନ ଘଟାଇବା ପାଇଁ ଅଞ୍ଚଳର ବୁଦ୍ଧିଜୀବୀ ମତ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com