naveen

ସମାଜର କଲ୍ୟାଣ ଲାଗି କାର୍ଯ୍ୟ କର

14

କନ୍ଧମାଳରେ ଯୁବ ବାହିନୀ ସମାବେଶରେ ଯୋଗଦେଲେ ନବୀନ
ଫୁଲବାଣୀ, ୧୦ା୨ (ଆପ୍ର): ଯୁବ ବାହିନୀ ସ୍ୱେଚ୍ଛାସେବୀମାନେ ସେବାକୁ ଧନ କରି ସମାଜ ଓ ଦେଶର କଲ୍ୟାଣ ପାଇଁ କାର୍ଯ୍ୟ କରନ୍ତୁ । ଏହା ଦ୍ୱାରା ସମାଜରେ ସେମାନେ ଆଦୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଆଜି କନ୍ଧମାଳ ଷ୍ଟାଡିୟମ୍ରେ ବିଜୁ ଯୁବ ବାହିନୀର ଆଞ୍ଚଳିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହି ସମାବେଶରେ ୨୫୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବା ସହ କନ୍ଧମାଳ ଜିଲ୍ଲାର ଭିତ୍ତିଭୂମି ବିକାଶ ପାଇଁ ୪ଟି ପ୍ରକଳ୍ପ ଘୋଷଣା କରିଛନ୍ତି । ସାଲୁଙ୍କି ନଦୀ ଉପରେ ୧୫ କୋଟି ଟଙ୍କା ବ୍ୟୟରେ ସେତୁ ନିର୍ମାଣ ସହ ବାଲିଗୁଡ଼ା ବ୍ଲକ୍ର ୮ କୋଟି ଟଙ୍କା ବ୍ୟୟରେ ଖମାରିଖୋଲ-ଗୁଡ଼ିମାମ୍ମା ରାସ୍ତାର ଉନ୍ନତିକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଛଡ଼ା ୧୬ କୋଟି ଟଙ୍କା ବ୍ୟୟରେ ମାଣିକେଶ୍ୱରୀ-ରାଇକିଆ-କରଡ଼ା ରାସ୍ତାର ନିର୍ମାଣ କରାଯିବା ସହ ବାଲିଗୁଡ଼ା ଅଞ୍ଚଳରେ ୭ କୋଟି ଟଙ୍କା ବ୍ୟୟରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାଗା ମିଶନ୍ର ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କନ୍ଧମାଳ ଗସ୍ତରେ ଯାଇ ଗୁଦାରି ଏୟାରଫିଲ୍ଡରେ ଅବତରଣ କରିବା ପରେ ଫୁଲବାଣୀ ଷ୍ଟାଡିୟମରେ ପହଞ୍ଚôଥିଲେ । ସେଠାରେ ପ୍ରଥମେ ଜିଲ୍ଲାର କିଛି ପ୍ରକଳ୍ପକୁ ଉଦ୍ଘାଟନ କରିବା ସହ ଆଉ କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହା ପରେ ଗଞ୍ଜାମ, କନ୍ଧମାଳ, ଗଜପତି, ବୌଦ୍ଧ ଓ ନୟାଗଡ଼ରୁ ଆସିଥିବା ୪୦ ହଜାରରୁ ଊଦ୍ଧ୍ୱର୍ ବିଜୁ ଯୁବବାହିନୀର ଯୁବକଯୁବତୀଙ୍କୁ ସମ୍ବୋଧିତ କରିଥିଲେ । ମଞ୍ଚରେ ସମ୍ମାନିତ ଅତିଥି ଭାବେ ଯୁବ ବାହିନୀର ରାଜ୍ୟ କାର୍ଯ୍ୟନିର୍ବାହୀ ଡ. ଅରୁପ ପଟ୍ଟନାୟକ, ଗଞ୍ଜାମରୁ ଦାଶରଥି ବେହେରା, ପୁରୁଷୋତ୍ତମପୁରରୁ ଶ୍ରୀଫଳା ଦାସ, ବୌଦ୍ଧ ଯୁବବାହିନୀର ରଶ୍ମିତା ସିଂହ, କନ୍ଧମାଳ ତୁମୁଡ଼ିବନ୍ଧର ଯସ୍ମିନା ଦିଗାଲ, ଖଜୁରୀପଡ଼ାର ରମେଶ ଚନ୍ଦ୍ର କହଁର, ନୟାଗଡ଼ ଖଣ୍ଡପଡ଼ାର ଚିନ୍ମୟ ରଂଜନ ଦାସ, ଗଜପତି ରାୟଗଡ଼ାର ଲୋକନାଥ ପାଇକ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ କାର୍ଯ୍ୟନିର୍ବାହୀ ଅରୁପ ପଟ୍ଟନାୟକ ଯୁବ ବାହିନୀର ତ୍ୟାଗକୁ ପ୍ରଶଂସା କରିବା ସହ ବିଜୁ ଯୁବ ବାହିନୀର ବୃକ୍ଷରୋପଣ, ନିଶା ନିବାରଣ ଭଳି ଜନହିତକର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟର ସୂଚନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ ଆରୁଖ, ସାଂସଦ ଅଚୁ୍ୟତ ସାମନ୍ତ, ପ୍ରତୁ୍ୟଷା ରାଜେଶ୍ୱରୀ ସିଂ, ବିଧାୟକ ଡୁଗୁନି କହଁର, ରାଜୀବ ପାତ୍ର, ପଦ୍ମନାଭ ବେହେରା, ପୂର୍ବତନ ସାଂସଦ ସୁଗ୍ରୀବ ସିଂ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକ, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com