ସମସ୍ତ ଚାଷୀଙ୍କୁ ସାମିଲ କର

32

ପିଏମ୍-କିଷାନ: ମୋଦିଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର, ୧୧ା୨(ବୁ୍ୟରୋ): ପ୍ରଧାନମନ୍ତ୍ରୀ କିଷାନ (ପିଏମ୍-କିଷାନ) ଯୋଜନାରେ ଭୂମିହୀନ ଶ୍ରମିକ, ଭାଗଚାଷୀ ଓ ଗରୀବ କୃଷକ ପରିବାରକୁ ସାମିଲ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଏହାଦ୍ୱାରା ଜଣେ ହେଲେ ବି ଯୋଗ୍ୟ ହିତାଧିକାରୀ ବାଦ୍ ପଡିବେନାହିଁ ।
ଚିଠିରେ ଦର୍ଶାଯାଇଛି ଯେ କେନ୍ଦ୍ର ସରକାର ଆରମ୍ଭ କରିଥିବା ପିଏମ୍-କିଷାନ ଯୋଜନାକୁ ସେ ସମର୍ଥନ କରୁଛନ୍ତି । ତେବେ ୨୦୧୮ ଡିସେମ୍ବରରେ ଓଡିଶା ସରକାର କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ସହାୟତା (କାଳିଆ) ଯୋଜନା ପ୍ରଣୟନ କରିଛନ୍ତି । ଏହା ରାଜ୍ୟରେ କୃଷିର ସମ୍ଭାବନାକୁ ତ୍ୱରାନ୍ୱିତ କରିବା ସହ ଦାରିଦ୍ର୍ୟ ହ୍ରାସ ପାଇଁ ପଦକ୍ଷେପ ନେଉଛି । କାଳିଆ ଏକ ପ୍ରଗତିଶୀଳ ଯୋଜନା । ପ୍ରାୟ ୯୨% ଚାଷୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ମୁଖ୍ୟତଃ ପ୍ରକୃତ ଚାଷୀ (ଭାଗଚାଷୀ), କୃଷକ, ମତ୍ସ୍ୟଜୀବୀ, କୃଷି ଶ୍ରମିକମାନଙ୍କୁ ଏଥିରେ ସାମିଲ କରାଯାଉଛି । ବିଶେଷକରି ଗ୍ରାମାଞ୍ଚଳରେ ରହୁଥିବା ଭୂମିହୀନ ପରିବାରଙ୍କ ଆର୍ଥôକ ଅଭିବୃଦ୍ଧି ପାଇଁ ଏହି ଯୋଜନା କରାଯାଇଛି । ଏହା ମଧ୍ୟ ଆର୍ଥôକ ଦୃଷ୍ଟିରୁ ଦୁର୍ବଳ ଥିବା କୃଷକ ପରିବାରକୁ ଚାଷ ଏବଂ ଅନ୍ୟାନ୍ୟ ଜୀବନ ଜୀବିକା ପାଇଁ ଆର୍ଥôକ ସହାୟତା ପ୍ରଦାନ କରୁଛି । ୨୦୧୯ ଜାନୁଆରୀରୁ ଏହି ଯୋଜନା କାର୍ଯ୍ୟକାରୀ ହେଲାଣି । ଚାଷୀ ସମୁଦାୟ ମଧ୍ୟରେ ଏହି ଯୋଜନା ପ୍ରତି ବ୍ୟାପାକ ଆଗ୍ରହ ପ୍ରକାଶ ପାଇଛି । ସମସ୍ତ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନିଆଯାଇଛି ।

ସେଆର କରନ୍ତୁ:



Powered by odothemes.com