cm

ସବୁ ସହରରେ ଆହାର

26

ଭୁବନେଶ୍ୱର, ୧୧ା୨ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ୩୮ଟି ଆହାର କେନ୍ଦ୍ର ଲୋକାର୍ପିତ କରିଛନ୍ତି । ଏହାଫଳରେ ରାଜ୍ୟର ସମସ୍ତ ୧୧୪ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ସ୍ଥାପିତ ହୋଇଛି । ମୁଖ୍ୟମନ୍ତ୍ରୀ କହିଲେ, ଆହାର ଏକ ଲୋକପି୍ରୟ କାର୍ଯ୍ୟକ୍ରମ । ଖୁସିର କଥା ଆହାର କେନ୍ଦ୍ର ଆଜି ସମସ୍ତ ୧୫୭ଟି ପୌରାଞ୍ଚଳରେ ପହଞ୍ଚôଛି । ଏବେଠାରୁ ପ୍ରତିଦିନ ଏକ ଲକ୍ଷ ଲୋକଙ୍କୁ ଆହାର ଜରିଆରେ ଖାଦ୍ୟ ଯୋଗାଇ ଦିଆଯିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖାଦ୍ୟର ଗୁଣବତ୍ତା ଓ ପରିଷ୍କାର ପରିଚ୍ଛନ୍ନତା ଏହି କାର୍ଯ୍ୟକ୍ରମର ବିଶେଷତ୍ୱ । ବର୍ତ୍ତମାନ ରାଜ୍ୟର ସବୁ ପୌରାଞ୍ଚଳରେ ୧୫୭ଟି ଆହାର କେନ୍ଦ୍ର ଜରିଆରେ ଏହି କାର୍ଯ୍ୟକ୍ରମ ସାମିଲ ହେଲା ଏବଂ ଏହାସହିତ ୫୬ଟି ଡାକ୍ତରଖାନା କ୍ୟାମ୍ପସ୍ରେ ଏହି ସୁବିଧା ରାତିରେ ମଧ୍ୟ ଉପଲବ୍ଧି ହେଉଛି । ଏହାଦ୍ୱାରା ପ୍ରତିଦିନ ୧ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ସୁଲଭ ଖାଦ୍ୟ ଖାଇବାର ସୁଯୋଗ ପାଇପାରିବେ । ସମସ୍ତଙ୍କ ସହଯୋଗରେ ଆଗକୁ ଏହିଭଳି ଭଲ ଭଲ ସେବା ଲୋକଙ୍କୁ ଯୋଗାଇ ଦିଆଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସୂଚନାଯୋଗ୍ୟ ଯେ, ୨୦୧୫ ଅପ୍ରେଲ ପହିଲାରେ ରାଜ୍ୟର ୫ଟି ମୁ୍ୟନିସିପାଲଟି କର୍ପୋରେସନ୍ ଅଞ୍ଚଳରେ ୨୧ଟି ଆହାର କେନ୍ଦ୍ର ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୭.୨ କୋଟି ମିଲ୍ ଲୋକଙ୍କୁ ଦିଆଯାଇ ସାରିଛି । ଏହି କାର୍ଯ୍ୟକ୍ରମରେ ଖାଦ୍ୟ ପଦାର୍ଥ ପରିବହନ ପାଇଁ ୬୫ଟି ଗାଡ଼ି ଓ ୨୦୦୦ ଲୋକ ନିଯୁକ୍ତି ହୋଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଆହାର ଓଡ଼ିଶାର ୱେବ୍ ପୋର୍ଟାଲ ଙ୍ଗଙ୍ଗଙ୍ଗ.ଙ୍କକ୍ସଭବଦ୍ଭକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ/ବବଷବକ୍ସ ମଧ୍ୟ ଉନ୍ମୋଚନ କରିଥିଲେ । ଏହି ୱେବ୍ସାଇଟ୍ ଦ୍ୱାରା ଆହାର କାର୍ଯ୍ୟକ୍ରମ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଦାନ କରିପାରିବେ । ଏହି କାର୍ଯ୍ୟକ୍ରମ ପାଇଁ ନିଜର ଅବଦାନ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଜନ୍ମଦିନ, ବିବାହ ବାର୍ଷିକୀ, ଶ୍ରାଦ୍ଧ ବା ଅନ୍ୟକୌଣସି ସ୍ମରଣୀୟ ଦିନରେ ସ୍ୱେଚ୍ଛାକୃତଭାବେ ଯେକୌଣସି ଆହାର କେନ୍ଦ୍ରକୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ଖାଦ୍ୟ ପ୍ରଦାନର ବ୍ୟବସ୍ଥା କରିପାରିବେ । ଏହି କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷାଦେବୀ, ଉନ୍ନୟନ କମିଶନର ଅସିତ ତ୍ରିପାଠୀ, ଗୃହ ନିର୍ମାଣ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ । ନଗର ଉନ୍ନୟନ ପ୍ରମୁଖ ସଚିବ ମାଥି ଭାତନନ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପୌର ନିଦେ୍ର୍ଦଶକ ସଂଗ୍ରାମଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com