RABINDRA-MANDAP-RE-4th-NATIONAL-THEATRE-FESTIVAL-RE-SJ

ସଚ୍ଚି ଦାସଙ୍କୁ ‘ଅଜିତ୍ ନାଟ୍ୟ’ ସମ୍ମାନ

35

ଭୁବନେଶ୍ୱର,(ବୁ୍ୟରୋ): ଅଭିନୟ ଜାଗୃତି ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଥିଏଟର(ଅଜିତ୍) ପକ୍ଷରୁ ଆୟୋଜିତ ଚତୁର୍ଥ ଜାତୀୟ ନାଟ୍ୟ ମହୋତ୍ସବ ‘ଅଜିତ୍ ନାଟ୍ୟ ମହୋତ୍ସବ-୨୦୧୭’ ଉଦ୍ଘାଟିତ ହୋଇଯାଇଛି । ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ତିନିଦିନିଆ ମହୋତ୍ସବର ଆଜି ଥିଲା ପ୍ରଥମ ସନ୍ଧ୍ୟା । ଏହି ଅବସରରେ ବର୍ଷିୟାନ ଅଭିନେତା, ନିଦେ୍ର୍ଦଶକ ସଚ୍ଚି ଦାସଙ୍କୁ ‘ଅଜିତ୍ ନାଟ୍ୟ ସମ୍ମାନ-୨୦୧୭’ରେ ସମ୍ମାନିତ କରାଯାଇଛି । ତାଙ୍କୁ ମାନପତ୍ର, ଉପଢ଼ୌକନ, ପୁଷ୍ପଗୁଚ୍ଛ ସହ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ଡ. ମାୟା ଦାସଙ୍କ ଦ୍ୱାରା ରଚିତ ‘ତିନୋଟି ନାଟକ’ ପୁସ୍ତକ ଲୋକାର୍ପିତ ହୋଇଥିଲା । ଏଥିରେ ନାଟକ ‘ସଦ୍ଗତି’, ‘କିଏ ସେ’, ‘ଶିକୁଳି’ ରହିଛି । ସନ୍ଧ୍ୟାରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ଏନ୍ଏସ୍ଡି)ର କୁଳସଚିବ ପ୍ରଦୀପ ମହାନ୍ତି, ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କମଳକାନ୍ତ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭିକ ସଭା କାର୍ଯ୍ୟକ୍ରମ ପରେ ଅଜିତ୍ ନାଟ୍ୟ ସଂସ୍ଥା ପକ୍ଷରୁ ଓଡ଼ିଆ ନାଟକ ‘ବୁଢ଼ା ଶଙ୍ଖାରୀ’ ମଞ୍ଚସ୍ଥ ହୋଇଥିଲା । ଏହାର ମୂଳ ରଚନା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କରିଥିଲାବେଳେ ନାଟ୍ୟରୂପ ଦେଇଥିଲେ ବିଶ୍ୱଜିତ୍ ଦାସ । ନିଦେ୍ର୍ଦଶନା ଦେଇଥିଲେ ଅଜିତ୍ ନାରାୟଣ ଦାସ ।

ସେଆର କରନ୍ତୁ:



Powered by odothemes.com