ଶ୍ରୀମନ୍ଦିର, ସମୁଦ୍ରକୂଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

34

ପୁରୀ(ବୁ୍ୟରୋ): ଆଉ ମାତ୍ର କିଛି ସମୟ ପରେ ନୂତନବର୍ଷ ୨୦୧୯ ମସିହାର ପ୍ରଥମ ଦିନର ପ୍ରଥମ ସୂର୍ଯ୍ୟଙ୍କୁ ଦର୍ଶନ କରିବା ଓ ମହାପ୍ରଭୁଙ୍କ ଆର୍ଶୀବାଦ ପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ଆଜି ଦିନତମାମ ବସ୍ଷ୍ଟାଣ୍ଡ ଠାରୁ ଆରମ୍ଭ କରି ଟ୍ରେନ୍ ଓ କାରରେ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ଏପରିକି ବଡଦାଣ୍ଡ ଠାରୁ ଆରମ୍ଭ କରି ସମୁଦ୍ରକୂଳ ଓ ସହରର ବିଭିନ୍ନ ହୋଟେଲ, ଲଜିଂ ଓ ଧର୍ମଶାଳା ଭରପୁର । ଆଜି ରାତି୧୨ଟାରେ ନୁ୍ୟ ଇୟରକୁ ସ୍ୱାଗତ କରିବା ପାଇଁ ବିଭିନ୍ନ ହୋଟେଲ ଗୁଡିକୁ ବିଭିନ୍ନ ପ୍ରକାର ରଙ୍ଗିନ୍ ଆଲୋକରେ ସଜ୍ଜିତ କରାଯାଇଛି । ପୁରୀର ପ୍ରବେଶ ପଥ ଠାରୁ ଆରମ୍ଭ କରି ସହରର ବିଭିନ୍ନ ଛକ ମାନଙ୍କରେ ପୁଲିସ ପକ୍ଷରୁ ୨୪ ଘଣ୍ଟିିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଗତ କିଛି ଦିନ ଅଶାନ୍ତ ରହିଛି ଶ୍ରୀକ୍ଷେତ୍ର । ଏହି ଭିଡକୁ ଦେଖି ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ହୋଇଛି । ଆସନ୍ତକାଲି ସକାଳୁ ପୁଲିସ ପକ୍ଷରୁ ଟ୍ରାଫିକ୍ କଡାକଡି ଭାବରେ ପାଳନ କରାଯିବ । ଏପରିକି ମେଡିକାଲ ଛକ ଠାରୁ ଶ୍ରୀମନ୍ଦିର ଅଭିମୁଖେ କୌଣସି ଗାଡି ଛଡାଯିବ ନାହିଁ । ସେହିପରି ବଡଶଙ୍ଖଠାରୁ ଆରମ୍ଭ କରି ଜିଲ୍ଲାସ୍କୁଲ, ଗଦାଧର ହାଇସ୍କୁଲ, ହୋଟେଲ ଅଶୋକ ଓ ଦିଗବାରେଣୀ ଛକଠାରେ ଚାରଚକିଆ ଗାଡିକୁ ପାର୍କିଂ କରାଯିବ ।

ସେଆର କରନ୍ତୁ:



Powered by odothemes.com