mc-meeting-1

ଶ୍ରୀମନ୍ଦିର ବ୍ୟୟ ଅଟକଳ ୧୦୨ କୋଟି

13

ପୁରୀ, ୧୫ା୩(ବୁ୍ୟରୋ): ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୦୧୯-୨୦ ମସିହା ପାଇଁ ବଜେଟ୍ ଉପସ୍ଥାପିତ କରାଯାଇଛି । କମିଟିର ଅଧ୍ୟକ୍ଷ ତଥା ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ଏହି ବଜେଟ୍ ଉପସ୍ଥାପିତ କରିଛନ୍ତି । ଉକ୍ତ ବୈଠକରେ ଗଜପତି ମହାରାଜା ଶ୍ରୀମନ୍ଦିର ପାଇଁ ସର୍ବମୋଟ ୧୦୨କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରାଯାଇଛି । ଶ୍ରୀମନ୍ଦିର ପାଇଁ ୭୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ବଜେଟ୍ରେ ଥିବା ପ୍ରସ୍ତାବ ଅନୁଯାୟୀ, ୩୮ କୋଟି ଟଙ୍କା ଶ୍ରଦ୍ଧାଳୁଙ୍କ ପାଇଁ ଖର୍ଚ୍ଚ ହେବ ଓ ସେବକଙ୍କ କଳ୍ୟାଣ ପାଣ୍ଠି ପାଇଁ ୫କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବଜେଟ୍ରେ ୬କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଓ ଗଜପତିଙ୍କ ପ୍ରାପ୍ୟ ପାଉଣା ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି । ବାର୍ଷିକ ୧୨ଲକ୍ଷ ଟଙ୍କା ଗଜପତି ମହାରାଜାଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୁଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ୟୁନିଫର୍ମ ପଲିସ୍କୁ ଅନୁମୋଦନ କରିଥିବାରୁ ଚଳିତବର୍ଷ ଶ୍ରଜଗନ୍ନାଥଙ୍କ ଜମି ବିକ୍ରି କରାଯାଇ ପ୍ରାୟ ୧୫ କୋଟି ଟଙ୍କ ଆୟ ହେବ । ତତ୍ ସହିତ ସେବାୟତଙ୍କ ପିଲାଙ୍କ ପାଇଁ ଖୁବ୍ଶୀଘ୍ର ଏକ ଗୁରୁକୂଳ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଦଶ ଅନୁଯାୟୀ ଶ୍ରୀମନ୍ଦିର ନିକଟରେ ତୁରନ୍ତ ଟଏଲେଟ୍ ସମେତ ଆନୁଷଙ୍ଗିକ କାର୍ଯ୍ୟ କରାଯିବ । ସେହିପରି ନାଲୋକ୍ ପକ୍ଷରୁ ଜଗନ୍ନାଥ ବଲ୍ଲଭରେ ୬୫କୋଟି ଟଙ୍କା ବ୍ୟୟରେ ଖୁବ୍ଶୀଘ୍ର ବାଖ୍ୟାନ କେନ୍ଦ୍ର ନିର୍ମାଣ କରାଯିବ । ଅନ୍ୟପକ୍ଷରେ ଆସନ୍ତା ୨୧ ତାରିଖରେ ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି ନେଇ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି । ଉକ୍ତ ବୈଠକରେ ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲାପାଳ ଜ୍ୟୋତିପ୍ରକାଶ ଦାସ,ଏସ୍ପି ଉମାଶଙ୍କର ଦାସ,ଶ୍ରୀମନ୍ଦିର ନୀତି ପ୍ରଶାସକ ବିଶ୍ୱଜିତ୍ ବିଶ୍ୱାଳ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com