ଶିଶୁ ଯୌନ ଶୋଷଣର ମୂଳୋପିାଟନ ଜରୁରୀ

56

ଢେଙ୍କାନାଳ/ତାଳଚେର, ୨୯ା୨(ଆପ୍ର): ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଶଙ୍କରପୁର ହାଇସ୍କୁଲ୍ ପରିସରରେ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନ୍ ସଚେତନତା ଶିବିର ଜିଲ୍ଲା ଦୌରାଜଜ୍ ଓ ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ଅଧ୍ୟକ୍ଷା ପ୍ରଣୀତା ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ସମ୍ମାନିତ ଅତିଥି ଭାବେ ରେଜିଷ୍ଟ୍ରାର୍ ସିଭିଲ୍ କୋର୍ଟ ମମିତା ଦାସ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପ୍ରଦ୍ୟୋମୟୀ ସୁଜାତା, ସ୍ୱତନ୍ତ୍ର ବିଚାର ବିଭାଗୀୟ ବିଚାରପତି ରବୀନ୍ଦ୍ର ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଶିବିରର ଆଭିମୁଖ୍ୟ ଓ ଉଦ୍ଧେଶ୍ୟ ସଂପର୍କରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଅରବିନ୍ଦ ରଥ ପ୍ରାରମ୍ଭ ସୂଚନା ପ୍ରଦାନ କରିଥିଲେ । ନାବାଳିକାମାନଙ୍କ ପାଇଁ ଉଦ୍ଧିଷ୍ଟ ପୋକ୍ସ ଆକ୍ଟର ବିଭିନ୍ନ ଧାରାଗୁଡିକୁ ଦୌରାଜଜ୍ ପ୍ରଣୀତା ମହାନ୍ତି ସରଳ ଭାଷାରେ ଉପସ୍ଥିତ ଜନତାଙ୍କୁ ବୁଝାଇବା ସହ ଏହି ଲୋମହର୍ଷଣକାରୀ ପାଶବିକ ଅତ୍ୟାଚାରରୁ ନିଜ ସନ୍ତାନମାନଙ୍କୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଥିଲେ । ଅବସରପ୍ରାପ୍ତ ସିବିଆଇ ଜଜ୍ ଭିକାରୀ ଚରଣ ରାଉତ ମାନବିକ ଅଧିକାର ଓ ନାରୀ ସୁରକ୍ଷା ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ନର୍ମଦା ଦାସ ବାଳ ଅପରାଧ ଆଇନ୍ ଓ ନାରୀମାନଙ୍କ ସୁରକ୍ଷା ବିଷୟ ସଂପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ଅବଗତ କରାଇଥିଲେ । ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ରଂଜନ କୁମାର ସୂତାର ରୋଚକ କାହାଣୀ ମାଧ୍ୟମରେ ନାରୀମାନଙ୍କର ସମ୍ପତ୍ତିଗତ ଅଧିକାର ବିଷୟରେ ଆଲୋକପାତ କରିଥିଲେ । ଆଇନ୍ ସେବା ପ୍ରାଧିକରଣର ସଭ୍ୟ ପ୍ରଦୀପ କୁମାର ସାହୁ ଯୋଗଦେଇ ନାରୀ ହିଂସା ଓ ଆଇନ୍ ସଂପର୍କରେ ବୁଝାଇଥିଲେ ।
ସେହିପରି ତାଳଚେର ତାଲୁକ୍ ଆଇନ୍ ସହାୟତା କମିଟି ପକ୍ଷରୁ ଜଗମୋହନ ଉଚ୍ଚ ବିଦ୍ୟାଳୟ କୁଳୁମା ଠାରେ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ତାଳଚେର ତାଲୁକ୍ ଆଇନ୍ ସହାୟତା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଦୁ୍ୟମ୍ନ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ । ସମ୍ମାନୀତ ଅତିଥି ଭାବେ ତାଳଚେର ସବ୍ ଜଜ୍ ସନ୍ତୋଷ କୁମାର ଦାସ ରାଏ, ଏସ୍ଡିଜେଏମ୍ ସର୍ବେଶ୍ୱର ଦାସ, ବରିଷ୍ଠ ଆଇନ୍ଜୀବୀ ଅରୁଣ ଶଙ୍କର ମିଶ୍ର, ରାମଚନ୍ଦ୍ର ସ୍ୱାଇଁ, ସୁସ୍ମିତା ରାଏ, ବାଉରୀବନ୍ଧୁ ବେଜ୍, ତ୍ରିପୁରାରୀ ପ୍ରଧାନ, କୁଳୁମା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ମହର୍ଗା ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଆଇନ୍ ସହାୟତା ବିଷୟରେ ଆଲୋକପାତ କରିବା ସହ ଆଇନ୍ ବିଷୟରେ ବୁଝାଇଥିଲେ । ଆଇନ୍ ସେବା କମିଟିର ଉଦ୍ଧେଶ୍ୟ ଓ କେଉଁମାନେ ଆଇନ୍ ସହାୟତା ପାଇବା ପାଇଁ ହକ୍ଦାର ସେ ସମ୍ପର୍କରେ ଅତିରିକ୍ତ ଜିଲ୍ଳାଜଜ୍ ଆଲୋକପାତ କରିବା ସହ ସବ୍ଜଜ୍ ଶ୍ରୀ ଦାସ ରାୟ ଦେୱାନୀ ମକଦ୍ଧମା ଓ ସମ୍ପତ୍ତିର ବିଭାଜନ ଓ ନାରୀମାନଙ୍କ ସମ୍ପତ୍ତିଗତ ଅଧିକାର ଉପରେ ସୂଚନା ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଏସ୍ଡିଜେଏମ୍ ଶ୍ରୀ ଦାସ ସାକ୍ଷୀମାନଙ୍କର ଭୂମିକା, ଭରଣପୋଷଣ କେସ୍ ଓ ପାରିବାରିକ ହିଂସା ଆଇନ୍ ସମ୍ପର୍କରେ ବିଶଦ ଭାବେ ବୁଝାଇଥିଲେ । ଜଗମୋହନ ଉଚ୍ଚ ବିଦ୍ୟାଳୟ କୁଳୁମାର ସହକାରୀ ଶିକ୍ଷକ ସାନ୍ତନୁ କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ଆଖପାଖ ଗ୍ରାମର ବହୁ ଲୋକପ୍ରତିନିଧି ଏବଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com