ଶିଶୁ ଅଧିକାର ଅଧିନିୟମର କାର୍ଯ୍ୟକାରିତା ଉପରେ ସମୀକ୍ଷା

681

ଭୁବନେଶ୍ୱର,୨୯ ।୭(ବ୍ୟୁରୋ): ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ଓଡିଶା ରାଜ୍ୟ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ସହାୟତାରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିମନ୍ତେ ଶିଶୁମାନଙ୍କ ଶିକ୍ଷା ପାଇଁ ଉଦିଷ୍ଟ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ,୨୦୦୯ ଏବଂ ଶିଶୁ ଅଧିକାର ସମ୍ବନ୍ଧୀୟ ସଚେତନା ଏବଂ ସମୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗ, ୨୦୦୫ ଅନୁଯାଇ ୨୦୧୦ ମସିହାରୁ ରାଜ୍ୟ ଶିଶୁ ଅଧିକାର ଆୟୋଗ ଗଠିତ ହୋଇଛି । ଛଅରୁ ଚଉଦ ବର୍ଷ ବୟସର ସମସ୍ତ ଶିଶୁଙ୍କୁ ମାଗଣା ବାଧ୍ୟତାମୂଳକ ଶିକ୍ଷା ଯୋଗାଇ ଦେବା ନିମନ୍ତେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧିନିୟମ,୨୦୦୫ର ୩୧,୩୨ ଭାଗ ଅନୁଯାୟୀ ଆୟୋଗ, ଶିଶୁ ଅଧିକାର ଓ ସୁରକ୍ଷା ସହିତ ଜଡିତ ସମସ୍ତ ଆଇନ ଗୁଡିକୁ ତର୍ଜମା ଏବଂ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଏହାର କାର୍ଯ୍ୟକାରିତାକୁ ଶୁନିଶ୍ଚିତ କରିଥାନ୍ତି । ଆରଟିଆଇ ଅଧିନିୟମ,୨୦୦୯ ଅନୁସାରେ ଶିଶୁ ମାନଙ୍କୁ ବିଦ୍ୟାଳୟରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ,ପାଖ ବିଦ୍ୟାଳୟରେ ନାମ ଲେଖାଇବା ସୁବିଧା, ବିଦ୍ୟାଳୟକୁ ନିରାନଦରେ ପହଁଚିବା ପାଇଁ ସୁରକ୍ଷା ପ୍ରଦାନ, ଦରକାର ବେଳେ ବିଦ୍ୟାଳୟକୁ ନେବା ଆଣିବା ଏବଂ ସହାୟକ ବ୍ୟବସ୍ଥା, ନାମ ଲେଖାଇବା ଉପସ୍ଥାପନା ସଠିକ ମାତ୍ରାରେ ବଜାୟ ରଖିବା ଓ ପ୍ରାଥମିକ ଶିକ୍ଷାକୁ ସମ୍ପୂର୍ଣ୍ଣ କରିବା, ବର୍ଷକୁ ସର୍ବନିମ୍ନ ୨୨୦ ଦିନ ଉପସ୍ଥାପନା (ପ୍ରାଥମିକ ବିଦ୍ୟାଳୟ) ଓ ୨୫୦ ଦିନ ଉପସ୍ଥାପନା (ଉଚ୍ଚ ପ୍ରାଥମିକ ବିଦ୍ୟାଳୟ) ରେ ବଜାୟ ରଖିବାକୁ ଚେଷ୍ଟା କରିବା, ପ୍ରାଥମିକ ବିଦ୍ୟାଳୟରେ ପାଠ ପଢେଇବା ସମୟ ଦୈନିକ ୪ ଘଣ୍ଟା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୈନିକ ୫ଘଣ୍ଟା ହେବା ଦରକାର । ଆଜିର ସଚେତନା ଓ ସମୀକ୍ଷା ଶିବିରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ରଞ୍ଜନା ଚୋପ୍ରା,ଆଇଏଏସ ଯୋଗ ଦେଇ କହିଥିଲେ ଯେ, ଗତ ଦଶ ବର୍ଷ ମଧ୍ୟରେ ଶିକ୍ଷା ଏକ ଆନେ୍ଦାଳନରେ ପରିବର୍ତ୍ତନ ହୋଇଯାଇଛି । ବଞ୍ଚôବା ଅଧିକାର, ଶିଶୁ ସୁରକ୍ଷା ଅଧିକାର, ଶିଶୁ ବିକାଶ ଅଧିକାର ଓ ଶିଶୁର ଅଂଶ ଗ୍ରହଣ କରିବାର ଅଧିକାର, ଏହି ଚାରୋଟି ଅଧିକାର ଶିକ୍ଷା ଅଧିକାର ମଧ୍ୟରେ ସମ୍ମିଳିତ ହୋଇଛି । ଗୁଣାତ୍ମକ ଶିକ୍ଷା, ସମ୍ବେଦନଶୀଳତା, ସଚେତନତା, ଉପଯୁକ୍ତ ପରିବେଶ ଦ୍ୱାରା ଶିକ୍ଷା ଅଧିକାର ଆଇନ ସୂଚାରୁ ରୂପେ କାର୍ଯ୍ୟକାରୀ ହୋଇପାରିବ ।ଏଥି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଓ.ଏସ.ସି.ପି.ସି.ଆର ର ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର ଏହି ସଚେତନତା ଓ ସମୀକ୍ଷା ଶିବିରର ଉଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଭିନ୍ନକ୍ଷମ କମିଶନର ଆୟୁକ୍ତା ଡ଼ ମିନତୀ ବେହେରା କହିଲେ ଯେ ଶିଶୁ ଗଢିବାରେ ଉଭୟ ଜିଲ୍ଲା ଶିକ୍ଷା ଅଧିକାରୀ ଓ ମଙ୍ଗଳ ଅଧିକାରୀ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ସମସ୍ତେ ସାଧାରଣ ପିଲାଙ୍କ ଭଳି ଭିନ୍ନକ୍ଷମ ପିଲାଙ୍କ ପ୍ରତି ସ୍ୱତନ୍ତ୍ରଦୃଷ୍ଟି ଦେଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ । ଓପେପାର ରାଜ୍ୟ ପ୍ରକଳ୍ପ ନିଦେ୍ର୍ଦଶକ ମହେନ୍ଦ୍ର ମଲ୍ଲିକ ଆଇଏଏସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଶିଶୁ ଅଧିକାର ସମ୍ବନ୍ଧୀୟ ଆଲୋଚନା ସହିତ ପିଲା ମାନେ ଯେପରି ସେମାନଙ୍କର ନାର୍ଯ୍ୟ ଅଧିକାରରୁ ବଞ୍ଚôତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ସଚେତନା ସୃଷ୍ଟି ସହିତ, ଉଚିତ ସମୟରେ କାର୍ଯ୍ୟାନୁଷ୍ଠାନ ଓ ଶିଶୁ ଅଧିକାର ଯେପରି ଅକ୍ଷୁର୍ଣ୍ଣ ନହୁଏ, ସେଥିପ୍ରତି ଶାିକ୍ଷା ଅଧିକାରୀ ଓ ମଙ୍ଗଳ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ସେ ପରାମର୍ଶ ଦେଇଥିଲେ । ପ୍ରାଥମିକ ଶିକ୍ଷା ନିଦେ୍ର୍ଦଶକ ଚୂଡାମଣୀ ସେଠ କହିଲେ ଯେ ପରିବାର,ସମାଜ ଓ ଅନୁଷ୍ଠାନରେ ଉତ୍ତମ ପରିବେଶ ସୃଷ୍ଟିହେଲେ ଶିଶୁର ସାମଗ୍ରିକ ବିକାଶ ହୋଇପାରିବ । ୟୁନିସେଫର ଶିକ୍ଷା ବିଶେଷ୍ଜ୍ଞ ଲଳିତା ପଟ୍ଟନାୟକ କହିଲେ ଯେ ଓଡିଶାରେ ଶିକ୍ଷା କ୍ଷେତ୍ରରେ ବହୁ ସୂଯୋଗ ଓ ଗାଇଡ ଲାଇନ କରାଯାଛି । ଏହି ଉଦଘାଟନୀ ଉସôବରେ ଓଏସସିପିସିଆର ସଦସ୍ୟା ସନ୍ଧ୍ୟାବତୀ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସେକ୍ରେଟାରୀ ନିବେଦିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଘାଟନୀ ଉସôବ ପରେ ଦୁଇଟି ଅଧିବେଶନରେ ଓଏସସିପିସିଆର ର ଅଧ୍ୟକ୍ଷା କସ୍ତିରୀ ମହାପାତ୍ର ଓ ନିବେଦିତା ମିଶ୍ର ଅଧ୍ୟକ୍ଷତା କରିଥିଲେ । ଅଧିବେଶନରେ ପ୍ରାଥମିକ ଶିକ୍ଷା ଉପନିଦେ୍ର୍ଦଶିକା ସୁପ୍ରିୟା ମଲ୍ଲିକ, ଓପେପା ର ସହକାରୀ ନିଦେ୍ର୍ଦଶକ ଦୀପକ ରାୟ, ଖୋର୍ଦ୍ଧା ଏସଟିସି ଦେବଦତ୍ତ ମହାନ୍ତ,ରାଜଲକ୍ଷ୍ମୀ ଦାସ,ଆରଟିଇ କନସଲଟାଣ୍ଟ ପିଆର ଦାଶ,ଆରଟିଇ ଆକ୍ଟର କାର୍ଯ୍ୟକାରିତା ଏବଂ ଓଏସସିପିସିଆର ଭୂମିକା ସମ୍ପର୍କରେ ବକ୍ତାମାନେ ସେମାନଙ୍କର ସୁଚିନ୍ତିତ ମତ ପ୍ରଦାନ କରିଥିଲେ ।

ସେଆର କରନ୍ତୁ:



Powered by odothemes.com