‘ଶରତ ଚନ୍ଦ୍ର ଥିଲେ କର୍ମଯୋଗୀ ମଣିଷ’

125

ଭୁବନେଶ୍ୱର,୧୮ା୩(ବୁ୍ୟରୋ): ବିଶିଷ୍ଟ ପ୍ରାବନ୍ଧିକ ଶରତ କୁମାର ମହାନ୍ତି ଥିଲେ ଜଣେ କର୍ମଯୋଗୀ ମଣିଷ । ସେ ଦର୍ଶନ ଜ୍ଞାନ ସମ୍ପର୍କରେ ଲେଖି ନାହାନ୍ତି, କିନ୍ତୁ ଜ୍ଞାନର ସାହିତ୍ୟ ଲେଖିଛନ୍ତି ବୋଲି ସାହିତ୍ୟ ସମୀକ୍ଷକ ମଧୁସୂଦନ ପତି କହିଛନ୍ତି । ଶୁକ୍ରବାର ସ୍ଥାନୀୟ ଲୋହିଆ ଏକାଡେମୀରେ ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ଦଶମ ସ୍ମୃତି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପତି ଏହା କହଥିଲେ । ସେ ଆହୁରୀ ମଧ୍ୟ କହିଥିଲେ, ଅନୁସନ୍ଧାନ କରିବାରେ ଶରତଙ୍କର ଜୀବନ ବିତି ଯାଇଥିଲା । ଦର୍ଶନ ଚର୍ଚ୍ଚା ଅପେକ୍ଷା ଦାର୍ଶନିକ ବୈଶିଷ୍ଟ୍ୟ ଉପରେ ସେ ଅଧିକ ଗୁରୁତ୍ୱ ଦେଉଥିଲେ । ସେହିପରି ଅଧ୍ୟାପକ ତଥା ସାହିତ୍ୟ ସମୀକ୍ଷକ ଦେବେନ୍ଦ୍ର କୁମାର ଦାଶ ଯୋଗଦେଇ ଶରତ କୁମାରଙ୍କ ଲିଖିତ କେତେକ ପ୍ରବନ୍ଧ ସମ୍ପର୍କରେ ଅଭିଭାଷଣ ରଖିଥିଲେ । ସେ ଯାହା ଲେଖୁଥିଲେ ସେ ଉପରେ ତୀକ୍ଷ୍ଣ ଭାବେ ପଢୁଥିଲେ ଏବଂ ପ୍ରବନ୍ଧ ଗୁଡିକରେ ଅଦ୍ଭୂତ ଶୈଳୀ ବ୍ୟବହାର କରି କିପରି ପାଠକଙ୍କୁ ଆକôୃଷ୍ଟ କରିପାରିଥିଲେ ସେ ସମ୍ପର୍କରେ ଶ୍ରୀ ଦାଶ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଶରତ କୁମାର ମହାନ୍ତିଙ୍କ ଲିଖିତ ପ୍ରାଚୀନ ସଭ୍ୟତାର କାହାଣୀ:ଗ୍ରୀସ୍, ମହାନ୍ ବୈଜ୍ଞାନିକ ଉଦ୍ଭାବନ ଓ ଭୂବିଜ୍ଞାନ ପରିଚୟ ତିନୋଟି ପୁୁସ୍ତକ ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଡ. ବାଉରୀ ବନ୍ଧୁ କର, ସ୍ମୃତିସଂସଦ ସଭାପତି ଶାନ୍ତନୁ କୁମାର ଆଚାର୍ଯ୍ୟ, ସହ-ସମ୍ପାଦକ ବାବାଜୀ ଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମନ୍ମଥ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂସଦ ସଦସ୍ୟା ମଧୁମିତା ମହାନ୍ତି ଧନ୍ୟବାଦ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com