konark-(1)

ରେକର୍ଡ ସଂଖ୍ୟକ କଇଁଛ ଅଣ୍ଡା ସଂଗ୍ରହ

11

କୋଣାର୍କ (ଆପ୍ର): ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପ୍ରତି ସଂପ୍ରତି ବନବିଭାଗ ସଜାଗ ହୋଇଉଠିଛି । ବର୍ତ୍ତମାନ କଇଁଛଙ୍କ ଅଣ୍ଡାଦାନ ଯେପରି ବାଧାପ୍ରାପ୍ତ ନହୁଏ ତାହା ଉପରେ ବନ ବିଭାଗ ତୀକ୍ଷ୍ନ ନଜର ରଖିଥିବା ଜଣାପଡ଼ିଛି । କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟ ଅଧୀନ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡା ସଂଗ୍ରହ ପାଇଁ ତିନୋଟି ଅସ୍ଥାୟୀ ଶିବିର ଖୋଲାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ତିନୋଟି କେନ୍ଦ୍ରରୁ ୧୧ ହଜାର ୯୯୧ଟି ଅଣ୍ଡା ସଂଗୃହୀତ ହୋଇଥିବା ଜଣାପଡ଼ିଛି । ଚନ୍ଦ୍ରଭାଗାରେ ଥିବା ଅସ୍ଥାୟୀ କଇଁଛ ସୁରକ୍ଷା ଶିବିରର ୨୯ଟି ବସାରୁ ୩ ହଜାର ୯୯୧ଟି ଅଣ୍ଡା ସଂଗୃହୀତ ହୋଇଥିବାବେଳେ ବାଲିଦୋକାନ କଅଁରପୁରରର ୬୭ଟି ବସାରୁ ୮ ହଜାର ୨୬୯ ଅଣ୍ଡା ସଂଗ୍ରହ କରାଯାଇଥିବା ଓ ଏସବୁ ସୁରକ୍ଷିତ ଭାବେ ରଖାଯାଇଥିବାବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଣ୍ଡାରୁ ଛୁଆ ବାହାରିବା ପରେ ସେମାନଙ୍କୁ ସମୁଦ୍ରରେ ଛଡ଼ାଯିବ । ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଅଣ୍ଡାଦାନ ଜାରି ରହିଛି ବୋଲି ବନାଞ୍ଚଳ ଅଧିକାରୀ ଆଦିତ୍ୟ ନାରାୟଣ ମିଶ୍ର ସୂଚନା ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com