KHIRA-ANDOLANA---2018-PHOTO-TIHIDI

ରାସ୍ତାରେ ଢାଳିଲେ କ୍ଷୀର: ଶୀତଳଭଣ୍ଡାରରେ ତାଲା

49

ଭଦ୍ରକ,୨୬ା୬(ସ୍ୱପ୍ର): ବାଲେଶ୍ୱର ଦୁଗ୍ଧ ଶୀତଳୀକରଣ ପ୍ରକଳ୍ପ ବାମୁଲ ବିରୋଧରେ ଭଦ୍ରକ ଜିଲ୍ଲା ବାସୁଦେବପୁର -ଧାମରା ରାସ୍ତାରେ ଥିବା ବିଦେଇପୁର ଦୁଗ୍ଧ ଶୀତଳଭଣ୍ଡାର ଆଗରେ ଆଜି ୨୫୦୦ ଚାଷୀ ଆନେ୍ଦାଳନ କରିଛନ୍ତି । ପ୍ରକଳ୍ପର କ୍ଷୀର ଟ୍ରକକୁ ଅଟକାଇ ଥିଲେ ରାଜରାସ୍ତା ଉପରେ ସେମାନେ । ପ୍ରବଳ ବର୍ଷାକୁ ଖାତିର ନକରି ଗାଁଗଣ୍ଡାରୁ ଆସିଥିବା ମହିଳା ଓ ପୁରୁଷ ଦୁଗ୍ଧ ଚାଷୀମାନେ ବିଦେଇପୁର ଦୁଗ୍ଧ ଶୀତଳକରଣ ଭଣ୍ଡାର କାର୍ଯ୍ୟାଳୟରେ ତାଲା ପକାଇ ସକାଳ ୮ରୁ ଧାରଣାରେ ବସିଥିଲେ । ଧାରଣାରେ ବସିବା ସହ ବାମୁଲ ପ୍ରକଳ୍ପ କ୍ଷୀର ଟ୍ରକ୍କୁ ଅଟକାଇ ନାରାବାଜି କରିଥିଲେ । ଲୋକଙ୍କର ଅଭିଯୋଗ ଥିଲା – ଏହି ବିଦେଇପୁର ଦୁଗ୍ଧ ଶୀତଳୀକରଣ ଭଣ୍ଡାର ଅଧୀନରେ ୧୫ଟି ଦୁଗ୍ଧ ସୋସାଇଟି କାର୍ଯ୍ୟ କରୁଛି । ଯେଉଁଥିରେ ୨୫୦୦ ରୁ ଅଧିକ ଦୁଗ୍ଧ ·ଷୀ ସାମିଲ ହୋଇଛନ୍ତି । ଦୁଗ୍ଧ ବଦଳରେ ଏମାନଙ୍କୁ ବାମୁଲ ଓମଫେଡ ପ୍ରକଳ୍ପ ତରଫରୁ ଦିଆଯାଉଥିବା ଗୋ-ଖାଦ୍ୟ ଅତି ନିମ୍ନମାନର । ଏପରିକି ଆଜକୁ ୨୬ ଦିନ ହୋଇଗଲା କୌଣସି ଦୁଗ୍ଧ ବଦଳରେ ଅର୍ଥ ଦୁଗ୍ଧଚାଷୀମାନଙ୍କୁ ଦିଆଯାଉ ନାହିଁ । ସକାଳ ୮ରୁ ଦିନ ୧ଟା ଯାଏଁ ଏହି ବିକ୍ଷୋଭ ଧାରଣା ଓ ଧର୍ମଘଟ ଚାଲିବା ପରେ ବାଲେଶ୍ୱରରୁ ଅଧିକାରୀମାନେ ବାସୁଦେବପୁର ଦେଇ ଘଟଣାସ୍ଥଳରେ ପହଞ୍ଚି ଥିଲେ । ପ୍ରତିଶ୍ରୁତି ଦେଇଥିଲେ ନିମ୍ନମାନର ଗୋଖାଦ୍ୟକୁ ଅପସାରଣ କରାଯିବ ଏଣିକି ଭଲ ଗୋଖାଦ୍ୟ ଦିଆଯିବା ସହ ତୁରନ୍ତ ୭ ଦିନ ମଧ୍ୟରେ ଦୁଗ୍ଧଚାଷୀଙ୍କ ଅର୍ଥ ବ୍ୟାଙ୍କ ଜରିଆରେ ପ୍ରଦାନ କରାଯିବ । ପରେ ଏହି ଧର୍ମଘଟ ଓ ଧାରଣାକୁ ଦୁଗ୍ଧ ଚାଷୀମାନେ ଦିନ ୨ଟାରେ ହଟାଇ ଥିଲେ ।

ସେଆର କରନ୍ତୁ:



Powered by odothemes.com