kenarapada-rasatroka

ରାସ୍ତାକୁ ଓହ୍ଲାଇଲେ ମହିଳା

42

ତେଜିଲା ମଦ-ବିରୋଧୀ ଆନେ୍ଦାଳନ
କେନ୍ଦ୍ରାପଡ଼ା (ଆପ୍ର): କେନ୍ଦ୍ରାପଡ଼ାରେ ତେଜୁଛି ମଦ ବିରୋଧୀ ଆନେ୍ଦାଳନ । ମଦ ଦୋକାନ ବନ୍ଦ ଦାବିରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ଦୁହୁରିଆଠାରେ ୫ ନଂ (କ) ଜାତୀୟ ରାଜପଥକୁ ଲାଗିକରିଥିବା ଥିବା ଠିପିଖୋଲା ମଦ ଦୋକାନକୁ ବନ୍ଦ ଦାବି ଦୀର୍ଘ ଦିନ ହେଲା ହୋଉଛି । ଗତ ଦୁଇ ଦିନ ହେଲା ମହିଳା ମିଶନ ଶକ୍ତି ଓ ସ୍ଥାନୀୟ ପଞ୍ଚାୟତବାସୀଙ୍କ ତରଫରୁ ମଦ ଦୋକାନ ଆଗରେ ଧାରଣା ଦିଆଯାଇଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏହାର ପ୍ରତିବାଦରେ ଶୁକ୍ରବାର ଆନେ୍ଦାଳନକାରୀ ୫ ନଂ (କ) ଜାତୀୟ ରାଜପଥ ଓ କଟକ-ଚାନ୍ଦବାଲି ରାସ୍ତାକୁ ଦୁହୁରିଆରେ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ଶହଶହ ଗାଡିମଟର ଦୀର୍ଘ ଘଣ୍ଟା ଧରି ଅଟକି ରହିଥିଲା । ଖବର ପାଇ ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଡ. କାହ୍ନୁଚରଣ ଧୀର, ଏସ୍ଡିପିଓ କେଦାର ନାଥ ସାହୁ ଓ ସଦର ଥାନା ଅଧିକାରୀ ନୀଳକଣ୍ଠ ପାତ୍ର ଘଟଣାସ୍ଥଳରେ ପହଞ୍ଚô ମଦ ଦୋକାନ ବନ୍ଦ କରିବା ସହ ଏଠାରେ ଭବିଷ୍ୟତରେ ଦୋକାନ ଖୋଲାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା ।

ସେଆର କରନ୍ତୁ:



Powered by odothemes.com