2

ରାମଚଣ୍ଡୀ ମହୋତ୍ସବ ଆରମ୍ଭ

31

ଓଡ଼ାପଡ଼ା,୧୧ା୧(ଆପ୍ର): ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ନାଧରାସ୍ଥିତ ମା ରାମଚଣ୍ଡୀ ପିଠରେ ତ୍ରୟୋବିଂଶ ତମ ବିଶ୍ୱଶାନ୍ତି ଶ୍ରୀ ବିଷ୍ଣୁ ମହାଯଜ୍ଞ ଓ ୨ୟ ରାମଚଣ୍ଡୀ ମହୋତ୍ସବ ନିମନ୍ତେ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତଳବାଘଲୁଣ୍ଡା ସ୍ଥିତ ଶିବ ମନ୍ଦିର ଠାରୁ ୩୦୦୦ରୁ ଅଧିକ ମହିଳା ନୂତନ ବସ୍ତ୍ର ପରିଧାନ କରି ବାଜା, ବାଣ, ଖୋଳତାଳ, ହରିବୋଲ ହୁଳହୁଳି ଦେଇ ଏକ ବିରାଟ ଶୋଭାଯାତ୍ରାରେ ବ୍ରାହ୍ମଣୀ ନଦୀକୂଳରେ ପହଞ୍ଚିଥିଲେ । ସେଠାରେ ପଣ୍ଡିତମାନଙ୍କ ଦ୍ୱାରା ଯଥା ରୀତି ପୂଜା ଅର୍ଚ୍ଚନାପରେ ମହିଳାମାନେ ଜଳପୂର୍ଣ୍ଣ କଳସ ଧରି ଯଜ୍ଞସ୍ଥଳରେ ସ୍ଥାପନ କରିଥିଲେ । ଅଞ୍ଚଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଧ୍ୱଜା ଉତ୍ତୋଳନ, କଳସ ଯାତ୍ରା, ଶିଳା ସଂସ୍କାର, ମଣ୍ଡନ, ଶୁଭାଧିବାସ ଓ ଘଟସ୍ଥାପନ କାର୍ଯ୍ୟକ୍ରମ ପରେ ସନ୍ଧ୍ୟାରେ ୨ୟ ରାମଚଣ୍ଡୀ ମହୋତ୍ସବ ଅନୁଷ୍ଠିତ ହେବ । ଶନିବାର ସୂର୍ଯ୍ୟପୂଜା, ଶ୍ରୀ ଶନିଦେବଙ୍କ ତୈଳାଭିଷେକ, ଗୋପୂଜା, ବାସ୍ତୁ ପୂଜା, ଚଣ୍ଡୀ ପାଠ, ଷୋଡ଼ଶୋପଚାର ଓ ଯଜ୍ଞାନୁଷ୍ଠାନ । ରବିବାର ସୂର୍ଯ୍ୟ ପୂଜା, ଶ୍ରୀ ଶ୍ରୀ ଗୋ କନକେଶ୍ୱର ମହାଦେବଙ୍କ ରୁଦ୍ରାଭିଷେକ, ସିଦ୍ଧ ବିନାୟକ, ଷୋଡ଼ଶୋପଚାର ପୂଜା ଓ ଯଜ୍ଞାନୁଷ୍ଠାନ, ସୋମବାର ମକର ସଂକ୍ରମଣ ଉତ୍ସବ ଓ ମହାଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି । ରାମଚଣ୍ଡୀ ମହୋତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ, ରାଜସ୍ଥାନ, ମହାରାଷ୍ଟ୍ର, ଆସାମର ଲୋକନୃତ୍ୟ, ଓଡ଼ିଶୀ ନୃତ୍ୟ, ଛଉ ନୂତ୍ୟ, ମ୍ୟାଜିକ୍ ଶୋ ପ୍ରଦର୍ଶନ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ, ବିଧାୟକ, ବିଧାୟିକା, ସାଂସଦ ଓ ପ୍ରଶାସନ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ପାଇଁ ପୁଲିସ ଓ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ପାନୀୟ ଜଳ, ବିଦୁ୍ୟତ ଆଲୋକର ବ୍ୟବସ୍ଥା କରାଯାଉଛି ।

ସେଆର କରନ୍ତୁ:



Powered by odothemes.com