ରାଜସୁନାଖଳାରେ ଆଉ ଏକ ରେଲୱେ ଓଭରବି୍ରଜ୍ ପାଇଁ ଦାବି

59

ରାଜସୁନାଖଳା, ୧୧ା୬(ଆପ୍ର): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅଧିନ ରାଜସୁନାଖଳାଠାରେ ପୂର୍ବତଟ ରେଳପଥ (ଖୋର୍ଦ୍ଧା-ବଲାଙ୍ଗୀର) ଟ୍ରେନ୍ ଲାଇନ ଯାଇଛି । ଯାହାକି ବିନା ଓଭରବି୍ରଜ୍ କରିବା ଫଳରେ ଆସିବାସୀ, କୃଷକ ଉନ୍ନୟନ ପରିଷଦର ଚାଷୀମାନଙ୍କୁ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇନାହିଁ । ଏନେଇ ଶୁକ୍ରବାର ଅପରାହ୍ନ ୨ଟାରେ କୃଷକ ଉନ୍ନୟନ ପରିଷଦ ପକ୍ଷରୁ ଏକ ସଭା କରି ରେଲୱେ କର୍ତ୍ତୃପକ୍ଷ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ଅନଶନ କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି । ପ୍ରକାଶ ଯେ, ହନୁମାନ ମନ୍ଦିରଠାରୁ ତାଳବନ୍ଧ ରାସ୍ତା ଦେଇ ହଜାର ହଜାର ଗାଇ ଗୋର, ଛେଳି,ମେଣ୍ଢା, ହଳ ଶଗଡ଼ ତଥା ଲୋକମାନେ ଜଙ୍ଗଲକୁ ଯିବା ଆସିବା ପାଇଁ ଏକମାତ୍ର ରାସ୍ତା । ତାଳବନ୍ଧ ଉପରେ ଏକ ଆଦିବାସୀ ବସ୍ତି ଥିବା ବେଳେ ସେମାନଙ୍କର ଯିବା ଆସିବା ଏବଂ ଜମିରୁ ଫସଲ ଆଦି ଆଣିବା ପାଇଁ ଏହା ଏକମାତ୍ର ରାସ୍ତା । ତେବେ ରେଲୱେ ବିଭାଗ ପକ୍ଷରୁ ବିନା ଓଭରବି୍ରଜ୍ରେ ଟ୍ରେନ ଲାଇନ ନିର୍ମାଣ କରାଯାଇଛି । ଫଳରେ କୌଣସି ଚାଷୀ ତାଙ୍କ ଜମିକୁ ଯିବା ଆସିବା ସମ୍ଭବ ହେଉନଥିବା ବେଳେ ଆଦିବାସୀ ଲୋକମାନେ କାଠ ବିକି ଚଳିବା ସମ୍ଭବ ହେଉନାହିଁ । ଫଳରେ କୃଷକ ଉନ୍ନୟନ ପରିଷଦ ଓ ଆଦିବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ରେଲୱେ ଅବରୋଧକୁ ଉଠାଯାଇ ସ୍ଥାୟୀ ଓଭରବି୍ରଜ୍ ସହିତ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ପାଇଁ ଦାବି କରାଯାଇଛି ।

ସେଆର କରନ୍ତୁ:



Powered by odothemes.com