ratah-yatra-meeting

ରଥ ନିର୍ମାଣ ଓ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ

39

ପୁରୀ (ଆପ୍ର): ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେଉଛି ରଥଯାତ୍ରା ସମନ୍ୱୟ କମିଟିର ପ୍ରଥମ ବୈଠକ । ଏହା ପୁର୍ବରୁ ଗୁରୁବାର କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅଟଳ ବିହାରୀ ଓତାଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସରେ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପ୍ରାରମ୍ଭିକ ଭାବେ ରଥନିର୍ମାଣ ନିମନ୍ତେ ସମସ୍ତ ପ୍ରସ୍ତୁତି, ନିର୍ମାଣ ତଦାରଖ ଏବଂ ତୀର୍ଥ ପୁଷ୍କରିଣୀର ସଫେଇ ସମ୍ପର୍କରେ ଆଲୋଚନା ହୋଇଥିଲା । ଏପରିକି ରଥଯାତ୍ରା ପୁର୍ବରୁ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଅଧିକ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ଡାକ୍ତରୀ ଯନ୍ତ୍ରପାତି ଗୁଡ଼ିକରେ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ, ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତି ଏବଂ ସାମାନ୍ୟ ଅସୁସ୍ଥତା ପାଇଁ ରୋଗୀକୁ ଅନ୍ୟ ଡାକ୍ତରଖାନାକୁ ରେଫର କରାଯିବା ଆଦି ପ୍ରସଙ୍ଗଗୁଡ଼ିକ ଉପରେ ନଜର ରଖିବା ପାଇଁ ଜିଲ୍ଲା ମୁଖ୍ୟଚିକିସôାଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ଆସନ୍ତା ୩୦ ତାରିଖ ସୁଦ୍ଧା ଡାକ୍ତରଖାନା କୋଠାକୁ ବଜ୍ରପାତ ପ୍ରତିରୋଧକ ଏବଂ ଅଗ୍ନିନିର୍ବାପକ ବ୍ୟବସ୍ଥା ଗ୍ରହଣ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ଏହାଛଡ଼ା ନିୟମିତ ଭାବେ ବାହାରେ ବିକ୍ରୟ ଖାଦ୍ୟ ଯାଞ୍ଚ, ପାର୍କିଂ ବ୍ୟବସ୍ଥା, ସଫେଇ ଓ ମ୍ୟାନ୍ହୋଲ ମରାମତି ପାଇଁ ପୂର୍ବପରି ପୌରସଂସ୍ଥା ଉପରେ ଦାୟିତ୍ୱ ନ୍ୟସ୍ତ କରାଗଲା । ରଥଯାତ୍ରା ପୁର୍ବରୁ ଜୁସ୍କୋ ସଂସ୍ଥାର ଚୁକ୍ତିଶେଷ ହେଉଥିବାରୁ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାପାଇଁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ପରାମର୍ଶ ହେଇଥିଲେ । ଏଥିସହ ପରିକ୍ରମା ମାର୍ଗ କାର୍ଯ୍ୟ ଯଥାଯଥ କରିବା ନିମନ୍ତେ ବିଭାଗିୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସହରରେ ଚଳାଚଳ କରୁଥିବା ବ୍ୟାଟେରି ଅଟୋ ଗୁଡ଼ିକର ପଞ୍ଜିକରଣ ସହ ଉପଯୁକ୍ତ ଭଡ଼ାମୂଲ୍ୟ ଉଲ୍ଲେଖ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ଏଥି ସହିତ ସୁଚନାକେନ୍ଦ୍ର ସ୍ଥାପନ, ସାଂସ୍କୃତିକ କାର୍ଯ୍ୟକ୍ରମ, ବେଳାଭୂମିରେ ଲାଇଫ୍ଗାର୍ଡ ମୁତୟନ ଏବଂ ପଲ୍ଲିଶ୍ରୀ ମେଳା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ଏସ୍ପି ସାର୍ଥକ ଷଡ଼ଙ୍ଗୀ, ଅତିରିକ୍ତି ଜିଲ୍ଲାପାଳ ବିଭୂତି ଭୂଷଣ ଦାସ, ଉପଜିଲ୍ଲାପାଳ ମଧୁସୂଦନ ଦାସ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶ ଉଦ୍ଧବ ଚନ୍ଦ୍ର ମାଝି, ଶ୍ରୀମନ୍ଦିର ପ୍ରଶାସକ ପ୍ରସନ୍ନ ହୋତା ଏବଂ ବିଭାଗୀୟ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com