7--Ratnagiri-mhakal-phot

ରତ୍ନଗିରିର ପ୍ରସିଦ୍ଧ ଚାଙ୍ଗଡ଼ା ଯାତ୍ରା

8

୍ବରୀ (ବିଶ୍ୱଭୂଷଣ ଜେନା): କେଉଁ ପ୍ରାଚୀନ କାଳରୁ ବୋ÷ଦ୍ଧକୀର୍ତ୍ତି ରାଜିପୂର୍ଣ୍ଣ ରନôଗିରି ପାହାଡ ଉପରେ ପୂଜା ପାଇଆସୁଛନ୍ତି ଧର୍ମରାଜ ମହାକାଳ । କିମ୍ବଦନ୍ତୀ ଅନୁଯାୟୀ ଶନିବାର ଅପରାହ୍ନରେ ମହାକାଳଙ୍କ ପିତା ସୂର୍ଯ୍ୟଦେବତା ଅସ୍ତ ହେବା ସମୟରେ ଏହି ଗୋଟିଏ ଦିନ ନିଜର ପୁଅ ମହାକାଳଙ୍କୁ ଭେଟନ୍ତି । ଏହି ମିଳନ ପର୍ବ ଦେଖିବାକୁ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ହଜାର ହଜାର ଭକ୍ତଙ୍କ ଭିଡ ଜମିବ ବୋଲି ଆଶା କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏ ଅବସରରେ ମହାକାଳଙ୍କ ପୀଠରେ ୩ ଦିନ ଧରି ପ୍ରସିଦ୍ଧ ଚାଙ୍ଗଡା ଯାତ୍ରା ଅନୁଷ୍ଠିତ ହେବ । ରନôଗିରି ପର୍ବତ ଉପରେ ପଶ୍ଚିମା ମୁଖାହୋଇ ବସିଥିବା ମହାକାଳଙ୍କ ନିକଟରେ ବରଷକ ବାରମାସରେ ତେର ପର୍ବ ହେଉଥିଲାବେଳେ ପଣା ସଂକ୍ରାନ୍ତିଠାରୁ ପ୍ରସିଦ୍ଧ ଚାଙ୍ଗଡା ଯାତ୍ରା ଆରମ୍ଭ ହୋଇଥାଏ । ଅପରାହ୍ନ ୪.୩୦ରେ ସୂର୍ଯ୍ୟଦେବ ଅସ୍ତଯିବା ପୂର୍ବରୁ ନିଜପୁଅ ମହାକାଳଙ୍କ ପାଦରୁ ମସ୍ତକ ପର୍ଯ୍ୟନ୍ତ ନିଜର ରଶ୍ମିରେ ଆଲୋକିତ କରିଥାନ୍ତି ।
ପ୍ରକାଶ ଥାଉକି ବର୍ଷର ଅନ୍ୟଦିନ ଗୁଡିକରେ ମହାକାଳଙ୍କ ଉପରେ ସୂର୍ଯ୍ୟ ଅସ୍ତ ହେବା ସମୟରେ ସୂର୍ଯ୍ୟାଲୋକ ପଡି ନଥାଏ । କେବଳ ପଣାସଂକ୍ରାନ୍ତିଦିନ ଅପରାହ୍ନରେ ସୂର୍ଯ୍ୟଙ୍କର ରଶ୍ମି ମହାକାଳଙ୍କ ଉପରେ ପଡୁଥିବାରୁ ଏହିଦିନ ବାପ ପୁଅଙ୍କ ମିଳନ ଘଟିଥାଏ ବୋଲି ପୌରାଣିକ କିମ୍ବଦନ୍ତୀ ରହିଥିବା ବଡ ପଣ୍ଡା ନରେନ୍ଦ୍ର କୁମାର କୁହନ୍ତି । ଏଠି କୃଷ୍ଣ ପକ୍ଷରେ ବେଲପତ୍ର, ଶୁକ୍ଳ ପକ୍ଷରେ ତୁଳସୀପତ୍ର ଠାକୁରଙ୍କ ନିକଟରେ ଭୋଗ ଲାଗିଥାଏ । ଏଠାରେ ଠାକୁରଙ୍କ ନିକଟରେ ପ୍ରତ୍ୟହ ସକାଳେ ବାଳଭୋଗ ଉଖୁଡା, ମଧ୍ୟାହ୍ନରେ ଅନ୍ନଭୋଗ ଲାଗିଥାଏ । ସନ୍ଧ୍ୟା ଆଳତି ପରେ ବାଳଭୋଗ ଲାଗିଥାଏ । ଏଠି ଠାକୁରଙ୍କ ବିଭିନ୍ନ ନାମ ରହିଛି । ଏହି କମିଟି ଅଧୀନରେ ଚାଙ୍ଗଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ପୀଠରେ ମହିଷାସୁରକୁ ବଧ କରିଥିଲେ ଦୁର୍ଗାଦେବୀ । ତେଣୁ ଏହି ପୀଠର ନାମ ବ୍ରହ୍ମା ପୀଠ । ଏଠାରେ ଖାଲି ବୌଦ୍ଧକୀର୍ତ୍ତି ନୁହେଁ ୩୩ କୋଟି ଦେବତା ଅଛନ୍ତି ବୋଲି ପଣ୍ଡାମାନେ ଯୁକ୍ତି ବାଢିଛନ୍ତି । ପଣା ସଂକ୍ରାନ୍ତି ୭ଦିନ ପୂର୍ବରୁ ଆଖପାଖର ୨୪ଟି ମୌଜାରେ ଧର୍ମଘଣ୍ଟ ବୁଲିଥାଏ । ଏହି ଧର୍ମଘଣ୍ଟକୁ ଘଣ୍ଟପାଟୁଆମାନେ ଗାଁ ଗାଁ ବୁଲି ଭିକ୍ଷା କରିଥାନ୍ତି । ଯାହା ଭିକ୍ଷାମିଳିଥାଏ ତାହା ଚାଙ୍ଗଡାଯାତ୍ରାରେ ଲାଗିଥାଏ ବୋଲି ଘଣ୍ଟ ପାଟୁଆମାନେ କୁହନ୍ତି । ଏକ ନୂଆ ଚାଙ୍ଗୁଡିରେ ୭ଟି ଆମ୍ବ ମହାକାଳଙ୍କ ପାଖରେ ପୂଜାହୋଇ ନିକଟସ୍ଥ କେଲୁଅ ନଦୀ କୂଳକୁ ଯାଏ । ସେହି ସମୟରେ ଏକ କୁମ୍ଭୀର ଆସି ସେଠାରେ ପହଞ୍ଚେ । କୁମ୍ଭୀରକୁ ପଣ୍ଡାମାନେ ପୂଜାକରି ମହାକାଳ ନିକଟକୁ ଫେରିଥାନ୍ତି । ଚାଙ୍ଗୁଡିରେ ଆମ୍ବ ନେବାବେଳେ ୧୦୮ଜଣ ବେତବାଡି ଧରି ସୁରକ୍ଷା ଯୋଗାଇଥାନ୍ତି । ଏବେ ନଦୀ ପୋତି ହୋଇଯାଇଥିବାରୁ ଶାଖା ନଦୀରେ ପୂଜା କରାଯାଉଛି । ଏବେ ଆଉ ପୂର୍ବଭଳି କୁମ୍ଭୀର ମଧ୍ୟ ଆସୁନାହିଁ । କିନ୍ତୁ ପୂଜା ହେଉଥିôବା ପଣ୍ଡାମାନେ କୁହନ୍ତି । ଯେଉଁମାନଙ୍କର ସନ୍ତାନ ସନ୍ତତି ନ ହୁଅନ୍ତି ସେମାନେ ଗୋଟିଏ ଦିନ ପୂର୍ବରୁ ଠାକୁରଙ୍କ ପାଖରେ ଗୋଟିଏ ଗୁଆ ବସାଇ ମାନସିକ କରି ଚାଙ୍ଗଡା ଯାତ୍ରାଦିନ ଚାଙ୍ଗଡା ଆମ୍ବ ସେବନ କଲେ ସନ୍ତାନ ଲାଭ ହୁଏ ବୋଲି ବିଶ୍ୱାସ ରହିଛି । ପ୍ରସିଦ୍ଧ ଚାଙ୍ଗଡା ଯାତ୍ରା ପାଇଁ ରନôଗିରି ଉତ୍ସବମୁଖର ହୋଇଉଠିଛି ।

ସେଆର କରନ୍ତୁ:



Powered by odothemes.com