joda-paniajala...

ଯୋଡ଼ାରେ ମଇଳା ପାନୀୟଜଳ ଯୋଗାଣ

38

ଯୋଡ଼ା (ଆପ୍ର): ପାନୀୟଜଳ ଯୋଗାଣ କ୍ଷେତ୍ରରେ ବର୍ଷର ଅଧିକାଂଶ ସମୟ କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅଧିବାସୀ ଅସୁବିଧାର ସମ୍ମୁଖୀନ ହେବା ନିତିଦିନିଆ ଘଟଣାରେ ପରିଣତ ହେଲାଣି । କେବେ ପିଏଚ୍ଡି ପାଇପ ଫାଟି ସହରକୁ ଜଳଯୋଗାଣ ବନ୍ଦ ରହୁଛି ତ ଆଉ କେବେ ଆବର୍ଜନା ମିଶା ଗୋଳିଆ ପାଣି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଯୋଡା ଅଞ୍ଚଳରେ ଥିବା ଖଣିଜ ପଦାର୍ଥରୁ ସରକାର କୋଟିକୋଟି ଟଙ୍କା ରାଜସ୍ୱ ପାଉଥିବାବେଳେ ଅଧିବାସୀଙ୍କ ମୋ÷÷ଳିକ ସମସ୍ୟାର ସମାଧାନ ଦିଗରେ ଆଦୋ÷÷ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି ।
୧୪ଟି ଓା୍ୱର୍ଡକୁ ନେଇ ଯୋଡା ପୋ÷÷ରପାଳିକା ଗଠିତ ଏବଂ ଜନସଂଖ୍ୟା ୫୦ହଜାରରୁ ଅଧିକ । କିନ୍ତୁ ପ୍ରତିଟି ଓା୍ୱର୍ଡରେ ପାନୀୟଜଳ ହିଁ ମୂଖ୍ୟ ସମସ୍ୟା ରୂପେ ପ୍ରକଟ ହୋଇଛି । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟଜଳ ଯୋଗାଣ ନିମନ୍ତେ ଗୁରୁବେଡା ଠାରେ ବହୁ ବ୍ୟୟ ଅଟକଳରେ ଏକ ଜଳ ବଶୋଧନାଗାର ସ୍ଥାପିତ ହୋଇଥିଲେ ମଧ୍ୟ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ସହର ମଧ୍ୟକୁ ଜଳଯୋଗାଣ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଥିବାପରି ମନେ ହେଉଛି । ସହରର ଜଳସଂକଟ ଦୂର କରିବା ନିମନ୍ତେ ଅଧିକାଂଶ ସ୍ଥାନରେ ୫୦ ହଜାର ଗ୍ୟାଲେନ ରିଜର୍ଭର ଟାଙ୍କି ନିର୍ମାଣ କରାଯିବା ସହ ତତ୍କାଳୀନ କେନ୍ଦୁଝର ଜିଲ୍ଲାପାଳ ଏନ୍ ତିରୁମାଲା ନାୟକଙ୍କ ନିଦେ୍ର୍ଦଶ କ୍ରମେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ସହର ମଧ୍ୟରେ ପାଇପ ବିଛାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ପାଣି ଦିନେ ଆସିଲେ ୫ ଦିନ ବନ୍ଦ ରହୁଛି । ଯେତେବେଳେ ପାଣି ଆସୁଛି ତାହା ଗୋଳିଆ ହୋଇଥିବାରୁ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ ।
ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ କହ୍ନେଇ ଟୁଡୁଙ୍କୁ ପଚାରିବାରୁ ବିଦୁ୍ୟତ୍ ସମସ୍ୟା କାରଣରୁ ଏପରି ହେଉଛି, ବିଦୁ୍ୟତ୍ ନଥିଲେ ମୋଟର ଯୋଗେ ଜଳ ଯୋଗାଣ ସମ୍ଭବ ହୋଇପାରୁ ନାହିଁ କହି ନିଜ ମୁଣ୍ଡରୁ ଦୋଷ ଓହ୍ଲାଇ ଦେଇଥିଲେ । ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳା ଯୋଗୁଁ ଏପରି ହେଉଥିବା ସ୍ଥାନୀୟ ବାସିନ୍ଦା ରଞ୍ଜନ ସେଠୀ କହିଛନ୍ତି । ସମସ୍ୟାର ସମାଧାନ ନିମନ୍ତେ ଉପରିସ୍ଥ ଅଧିକାରୀ ତୁରନ୍ତ ପଦକ୍ଷେପ କରିବାକୁ ସହରବାସୀ ଦାବି କରୁଛନ୍ତି ।

ସେଆର କରନ୍ତୁ:



Powered by odothemes.com